/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697353522.jpg)
Israel retaliates with Ammunition and tanks on Hamas terrorists
ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଛି ଯୁଦ୍ଧ । ଗାଜା ଭିତରେ ପଶି ହମାସ ଆତଙ୍କବାଦୀଙ୍କୁ ସଫା କରୁଛି ଇସ୍ରାଏଲ୍ ଗ୍ରାଉଣ୍ଡ ଫୋର୍ସ । ହମାସ ଆତଙ୍କବାଦୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ୍ ସହ ୪ ଲକ୍ଷରୁ ଅଧିକ ସୈନିକ ମୁତୟନ ହୋଇଛନ୍ତି ।
ଇସ୍ରାଏଲ ୯ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର । ସେପଟେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକରେ ଟଳି ପଡ଼ିଛନ୍ତି ହମାସ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦ । ହମାସର କମାଣ୍ଡର ଅଲି କାଦି ବି ନିହତ ହୋଇଥିବା ଇସ୍ରାଏଲ୍ ଡିଫେନ୍ସ ଫୋର୍ସେସ୍ ପକ୍ଷରୁ ଦାବି କରାଯାଇଛି ।
ସେପଟେ ଭୟଙ୍କର ଆକ୍ରମଣ ଭୟରେ ଗାଜା ଛାଡୁଛନ୍ତି ପାଲେଷ୍ଟାଇନବାସୀ । ନିଜ ନିଜର ଜରୁରୀ ଜିନିଷପତ୍ର ଧରି ବର୍ଷ ବର୍ଷ ଧରି ରହୁଥିବା ଜାଗା ଛାଡୁଛନ୍ତି ଲକ୍ଷାଧିକ ଲୋକ । ଅନ୍ୟପକ୍ଷେ, ଆମେରିକା ଇସ୍ରାଏଲ୍କୁ ଦ୍ୱିତୀୟ ଯୁଦ୍ଧ ଜାହାଜ ପଠାଇଛି ।
ପୂର୍ବ ଭୂମଧ୍ୟ ସାଗରରେ ମୁତୟନ ପାଇଁ ଯୁଦ୍ଧ ଜାହାଜ ପଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଆବଶ୍ୟକ ସ୍ଥଳେ ଅନ୍ୟ ସହାୟତା ଯୋଗାଇବ ବୋଲି ଆମେରିକା କହିଛି । ଗାଜାରେ ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ପାଇଁ ଇସ୍ରାଏଲ୍ ପ୍ରସ୍ତୁତି ଚଳାଇଛି ।
ଆକ୍ରମଣ ରୋକିବାକୁ ବାଇଡେନଙ୍କୁ ଅନୁରୋଧ କରିଛନ୍ତି ପାଲେଷ୍ଟାଇନ୍ ରାଷ୍ଟ୍ରପତି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୩୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)