Advertisment

ଇସ୍ରାଏଲ୍- ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ: ୨୦ ମିନିଟ୍ ଭିତରେ ୫ ହଜାର ରକେଟ୍ ମାଡ଼

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ୨୦ ମିନିଟ୍ ଭିତରେ ଆତଙ୍କୀ ସଂଗଠନ ହମାସ୍ ପକ୍ଷରୁ ପ୍ରାୟ ୫ ହଜାର ରକେଟ୍ ମାଡ଼ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Israel-Palestine Conflict

Israel-Palestine Conflict

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଆତଙ୍କୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଛି। ଯାହାର ଜବାବରେ ପାଲେଷ୍ଟାଇନ୍ ବିରୋଧରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତା ନ୍ୟାହୁ ଯୁଦ୍ଧ ଘୋଷଣା କରିଛନ୍ତି। ଫଳରେ ନୂଆ ସଙ୍କଟ ଭିତରକୁ ମିଡିଲ୍ ଇଷ୍ଟ୍ ଠେଲି ହୋଇଯାଇଛି। 

Advertisment

୨୦ ମିନିଟ୍ ଭିତରେ ଆତଙ୍କୀ ସଂଗଠନ ହମାସ୍ ପକ୍ଷରୁ ପ୍ରାୟ ୫ ହଜାର ରକେଟ୍ ମାଡ଼ କରାଯାଇଛି। ଯାହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ଏମାନଙ୍କ ମଧ୍ୟରେ ଯେଉଁଥିରେ ୧୦୦ ଜଣ ଇସ୍ରାଏଲି ଏବଂ ୨୦୦ ଜଣ ପାଲେଷ୍ଟାନୀୟ ରହିଛନ୍ତି।

ଅନ୍ୟପକ୍ଷେ, ଘନ ଘନ ରକେଟ୍ ମାଡରେ ଜଳୁଛି ଇସ୍ରାଏଲର ବଡ଼ ବଡ଼ କୋଠା। ହମାସ୍ ବିରୋଧରେ ଅପରେସନ୍ ଆଇରନ୍ ସୋଡ୍ ଇସ୍ରାଏଲ୍ ଆରମ୍ଭ କରି ଦେଇଛି। ଏ ଲଢ଼େଇ ବିଶ୍ୱ ପାଇଁ ନୂଆ ସଙ୍କଟ ଭାବେ ଉଭା ହୋଇଥିବା ବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Advertisment

ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଥିବା ଆଡଭାଇଜରିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୁରକ୍ଷାର ସମସ୍ତ ପ୍ରୋଟୋକଲ ମାନିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜରୁରୀ ନଥିଲେ ବାହାରକୁ ନବାହାରିବାକୁ ମଧ୍ୟ କୁହାଯାଇଛି।

Advertisment
Advertisment