Advertisment

ଶବର ପାହାଡ଼ ତଳେ ଲୁଚି ରହି ଜୀବନ ବଞ୍ଚାଇଲେ ଯୁବତୀ.. ବଖାଣିଲେ ହମାସ ଆତଙ୍କୀଙ୍କ ବର୍ବରତାର କାହାଣୀ..

ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ଦିନକୁ ଦିନ ସ୍ଥିତି ବିଗିଡ଼ୁଥିବା ବେଳେ ରକ୍ତମାଂସରେ ଗଢ଼ା ମଣିଷ ବି ଏମିତି ରକ୍ତପୀପାସୁ ହୋଇପାରେ ସେକଥା ବଖାଣିଛନ୍ତି ନୂଆ ଜୀବନ ପାଇଥିଲା ଯୁବତୀ ଲି ସାସି

author-image
Prangyan Parimita
ଅଦ୍ୟତନ ହୋଇଛି
Israeli-Palestinian Conflict

Israeli-Palestinian Conflict

ବିକଟାଳ ହସ ହସି ଧାଇଁ ଆସିଥିଲେ ରକ୍ତପୀପାସୁ ଦାନବ ...କି ଭୟଙ୍କର ଆଉ ବର୍ବର ମଣିଷ..ତାଙ୍କ ସାମ୍ନାରେ ମଣିଷର ଜୀବନର ଯେପରି କିଛି ମୂଲ୍ୟ ନାହିଁ... ଯେଉଁଠି ସଙ୍ଗୀତର ଧୂନରେ ସମସ୍ତେ ମତୁଆଲା ଥିଲେ, ସେଠାରେ ଦେଖୁ ଦେଖୁ ଠିଆ ହୋଇଗଲା ଶବର ପାହାଡ଼ । ତ୍ରାହି ତ୍ରାହି ଡାକୁଥିଲେ ଲୋକ, ହାତଯୋଡ଼ି ଜୀବନର ଭିକ ମାଗୁଥିଲେ । ହେଲେ ଲୋକଙ୍କ ବିକଳ କାନ୍ଦଣା ଆତଙ୍କୀଙ୍କ କର୍ଣ୍ଣ ଗହ୍ୱରକୁ ଯେପରି ପଶି ପାରୁନଥିଲା । ହାତରେ ବନ୍ଧୁକ ଧରି ଯିଏ ଆଖିରେ ପଡ଼ିଲା ଗୁଳି ମାରିଲେ । ବହି ଯାଉଥିବା ରକ୍ତର ନଦୀ ଓ ଶବଗଦା ତଳେ ୭ ଘଣ୍ଟା ଲୁଚି ଜୀବନ ବଞ୍ଚାଇଥବା ଯୁବତୀ ସେହି ଛାତିଥରା କାହାଣୀ ବଖାଣିଛନ୍ତି ।

Advertisment

ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ଦିନକୁ ଦିନ ସ୍ଥିତି ବିଗିଡ଼ୁଥିବା ବେଳେ ରକ୍ତମାଂସରେ ଗଢ଼ା ମଣିଷ ବି ଏମିତି ରକ୍ତପୀପାସୁ ହୋଇପାରେ ସେକଥା ବଖାଣିଛନ୍ତି ନୂଆ ଜୀବନ ପାଇଥିଲା ଯୁବତୀ ଲି ସାସି । ଶବଗଦା ତଳେ ସେ ଯେପରି ମୃତ୍ୟୁକୁ ସାତ ଘଣ୍ଟା ଅପେକ୍ଷା କରିଥିଲେ..କେତେବେଳେ ନିର୍ମମ,କ୍ରୁର ମଣିଷ ଗୁଡ଼ା ଆସିବେ...ଆଉ ଧାଏଁ ଧାଏଁ ଗୁଳି ଚଳାଇ ଜୀବନ ନେଇଯିବେ...ହୁଏତ ବର୍ବରତାର ସୀମା ଟପି ଆଉ କିଛି ବି କରିପାରନ୍ତି... ହେଲେ ସୌଭାଗ୍ୟବଶତଃ ସେ ଆତଙ୍କୀଙ୍କ କବଳରୁ ବଞ୍ଚିଯାଇଛନ୍ତି ।

ସେଦିନର ସେହି କାଳ ରାତି, ଭାବିଲେ ଛାତି ଥରି ଉଠୁଛି । ଇସ୍ରାଏଲ୍‌ ସଙ୍ଗୀତ ମହୋତ୍ସବ ନେଚର ପାର୍ଟିରେ ଯୋଗଦେଇଥିଲେ ଲି ସାସି । ତାଙ୍କ ଭଳି ଅନେକ ଯୁବକଯୁବତୀ ସଙ୍ଗୀତ ମହୋତ୍ସବରେ ଯୋଗ ଦେଇଥିଲେ । ସମସ୍ତେ ଖୁସିମଜାରେ ମସଗୁଲ ଥିଲେ । ହେଲେ କିଏ ଜାଣିଥିଲା ଅକାଳ ମୃତ୍ୟୁ ଏପରି ମାଡ଼ି ଆସିବ । ପାହାନ୍ତା ବେଳକୁ ହମାସ୍‌ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ମୃତ୍ୟୁକୁ ସାମ୍ନାରେ ଦେଖି ସମସ୍ତେ ଜୀବନ ବଞ୍ଚାଇବା ପାଇଁ ବିକଳରେ ଧାଇଁଲେ ।

Advertisment

ସାସି ଏବଂ ଆଉ ପ୍ରାୟ ୩୫ଜଣ ଗୋଟାଏ ବଙ୍କର୍‌ ଭିତରେ ଆଶ୍ରୟ ନେଇଥିଲେ। ହେଲେ ଦୁର୍ଭାଗ୍ୟ ଗୋଡ଼ାଇଲା ପରି ହମାସ୍‌ ଆତଙ୍କୀ ସେମାନଙ୍କୁ ଦେଖି ନେଇଥିଲେ । ଆଉ ଦେଖିବା ମାତ୍ରେ ରାଉଣ୍ଡ ପରେ ରାଉଣ୍ଡ ଗୁଳି ଚଳାଇଥିଲେ । ତଥାପି ବଙ୍କର୍‌ ଭିତରେ ସାସିଙ୍କ ସମେତ ଆଉ ୧୦ ଜଣ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

Israel
Advertisment
Advertisment