Advertisment

ପର୍ଦ୍ଦଫାସ ! ମେଡିକାଲରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ ହମାସ ଆତଙ୍କବାଦୀ !

ମେଡିକାଲ୍‌ ଭିତରେ ଲୁଚି ରହି ହମାସ ଆତଙ୍କବାଦୀ ତାଙ୍କ କାର୍ଯ୍ୟକଳାପ ଚଳାଇଥିଲେ । ଯାହାର ପର୍ଦ୍ଦଫାସ କରିଛି ଇସ୍ରାଏଲ ସେନା ।

author-image
Rajalaxmi Sahoo
Israel finds Hamas terrorists hide out weapons at  hospital

Israel finds Hamas terrorists hide out weapons at hospital

ମେଡିକାଲରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ ହମାସ ଆତଙ୍କବାଦୀ । ଯାହାର ପର୍ଦ୍ଦଫାସ କରିଛି ଇସ୍ରାଏଲ ସେନା । ଅଲ୍‌-ସିଫା ହସ୍ପିଟାଲ ଏମ୍‌ଆରଆଇ କେନ୍ଦ୍ରରେ ଏସବୁ ଅସ୍ତ୍ରଶସ୍ତ୍ର 
ରଖାଯାଇଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ଇସ୍ରାଏଲ ସେନା ।

Advertisment

କୁହାଯାଉଛି, ମେଡିକାଲ୍‌ ଭିତରେ ଲୁଚି ରହି ହମାସ ଆତଙ୍କବାଦୀ ତାଙ୍କ କାର୍ଯ୍ୟକଳାପ ଚଳାଇଥିଲେ । ମେଡିକାଲରେ ଯାଞ୍ଚ ବେଳେ ଏମ୍‌ଆରଆଇ କେନ୍ଦ୍ରର ସିସିଟିଭି ଫୁଟେଜ ଖରାପ ଥିବା ଜାଣିବାକୁ ପାଇଥିଲା ଇସ୍ରାଏଲ ସେନା ।

ସନ୍ଦେହ ହେବାରୁ ଯାଞ୍ଚ ବେଳେ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଏମ୍‌ଆରଆଇ ବିଲ୍ଡିଂକୁ ଭା ଙ୍ଗିଦେଇଛି ସେନା । ଅକ୍ଟୋବର ୭ରେ ପ୍ରଥମେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ  ଆକ୍ରମଣ କରିଥିବା ବେଳେ, ଜବାବରେ ଗାଜାର ପଶି ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ସେନା ।

Advertisment
Advertisment
Advertisment