• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଶାନ୍ତ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଲାଗିଲା କର୍ଫ୍ୟୁ । ଆଜି ମଧ୍ୟାହ୍ନରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସ୍ଥିତି ନିୟନ୍ତ୍ରଣ ପାଇଁ କାଲି ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିବା ବେଳେ ଆଜି କଲମ୍ବୋରେ କର୍ଫ୍ୟୁ ଲାଗିଛି । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ମାଳଦ୍ୱୀପରୁ ସିଙ୍ଗାପୁର ଚାଲିଯାଇଛନ୍ତି । ମାଳଦ୍ୱୀପରୁ ସେ ପ୍ରାଇଭେଟ୍ ଜେଟ୍‌ରେ ସିଙ୍ଗାପୁର ଯିବା ନେଇ ଚର୍ଚ୍ଚା ହେଉଥିଲା ।

ସୂଚନା ଅନୁସାରେ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଯାଇଛନ୍ତି । ରାଜପକ୍ସେ ମାଳଦ୍ୱୀପରୁ ସେ ପ୍ରାଇଭେଟ୍ ଜେଟ୍‌ରେ ସିଙ୍ଗାପୁର ଯିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସେ ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଯାଇଥିବା ଜଣାପଡ଼ିଛି । ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ ହେବା ପରେ ସେ ଦେଶ ଛାଡ଼ି ମାଳଦ୍ୱୀପ ପଳାଇଥିଲେ ସେଠାରୁ ସେ ସିଙ୍ଗାପୁର ଚାଲିଯାଇଛନ୍ତି ।

ତେବେ ଗୋଟାବାୟା ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଯାଇଥିବା ଜଣାପଡ଼ିଛି । ରାଷ୍ଟ୍ରପତି ଦେଶ ଛାଡ଼ିବା ପରେ ବି ଜନ ଆନ୍ଦୋଳନ ଥମିନି । ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ପାର୍ଲାମେଣ୍ଟ ଚାରିପାଖରେ ବି ରୁଣ୍ଡ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ନେବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି । ଅରାଜକତା ଏଡେଇବା ପାଇଁ ବିକ୍ଷୋଭକାରୀଙ୍କୁ ଗିରଫ କରିବା ପାଇଁ କାମଚଳା ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତାଙ୍କ ବାସଭବନକୁ ସେନା ଘେରି ରହିଥିବା ବେଳେ ହେଲିକପଟରରେ ପାଟ୍ରୋଲିଂ କରାଯାଉଛି ।

ଅନ୍ୟପକ୍ଷେ, ଶ୍ରୀଲଙ୍କା ରାଷ୍ଟପତି ଦେଶ ଛାଡ଼ି ପଳାଇବା ପରେ ରାଷ୍ଟ୍ରପତି ଭବନରେ କିଲୋମିଟର କିଲୋମିଟର ଧରି ଲମ୍ବା ଲାଇନ ଲାଗିବାର ଦେଖିବାକୁ ମିଳିଥିଲା । ପିଲାଠାରୁ ଆରମ୍ଭ କରି ଯୁବକ ଯୁବତୀ, ମଧ୍ୟ ବୟସ୍କ ମଧ୍ୟ ଏହି ଧାଡ଼ିରେ ଠିଆ ହୋଇ ନିଜ ପାଳିକୁ ଅପେକ୍ଷା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ବାସଭବନ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମିଥିଲା ।