Ayatollah Khamenei
ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ। ଆଟାକ୍-କାଉଣ୍ଟର ଆଟାକ୍ ତୀବ୍ର ହେଉଥିବା ବେଳେ ଆମେରିକାକୁ ଚରମବାଣୀ ଶୁଣାଇଛି ଇରାନ୍। ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଖାମେନୀ କହିଛନ୍ତି, ଇସ୍ରାଏଲ୍ ହମଲାରେ ସାମିଲ ହେଲେ ଆମେରିକା ଅପୂରଣୀୟ କ୍ଷତି ସହିବ। ଯଦି ଆମେରିକା ଇସଲାମ୍ ଗଣରାଜ୍ୟର ଶତ୍ରୁଙ୍କ ସାଥ ଦିଏ, ତେବେ ଗମ୍ଭୀର ପରିଣାମ ଭୋଗିବ।
କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇଛନ୍ତି ଖାମେନୀ। ସେ ଆହୁରି କହିଛନ୍ତି ଇରାନର ଲୋକ ନିଜ ଶହୀଦଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ । ଦେଶର ବାୟୁ ସୀମାକୁ ଉଲ୍ଲଂଘନ କରିଥିବା ଲୋକଙ୍କୁ କ୍ଷମା କରାଯିବ ନାହିଁ । ଇରାନ-ଇସ୍ରାଏଲ୍ ଯୁଦ୍ଧରେ ଆମେରିକା ଏଣ୍ଟ୍ରି ମାରିପାରେ ବୋଲି ଚାଲିଥିବା କଳ୍ପନାଜଳ୍ପନା ଭିତରେ ଏଭଳି ଚେତାବନୀ ଶୁଣାଇଛନ୍ତି ଖାମେନୀ।
ଅଧିକ ପଢନ୍ତୁ: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ
ପୂର୍ବରୁ ଇରାନକୁ ବଡ଼ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଇରାନ୍ ସୁପ୍ରିମ ଲିଡର୍ ଙ୍କୁ ସହଜରେ ଆମେରିକା ମାରିପାରିବ କହିଛନ୍ତି ଟ୍ରମ୍ପ୍। ଟ୍ରମ୍ପ କହିଛନ୍ତି, ଇରାନର ସୁପ୍ରିମ ଲିଡର୍ ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଠିକଣା ରଖିଛି ଆମେରିକା। ଆମେରିକା ଚାହିଁଲେ ତାଙ୍କୁ ସହଜରେ ମାରିପାରିବ। କିନ୍ତୁ ବର୍ତ୍ତମାନ ସେ ସମୟ ଆସିନାହିଁ। ଖାମେନୀଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି ଟ୍ରମ୍ପ ।
ସେପଟେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯିବ ନାହିଁ ବୋଲି G7 ଶିଖର ସମ୍ମିଳନୀରେ ମିଳିତ ବିବୃତି ଜାରି କରିଛନ୍ତି ଗ୍ରୁପ୍ ଅଫ୍ ସେଭେନର ନେତାମାନେ। ଆମେରିକା କହିଛି, ପରମାଣୁ ବୁଝାମଣା ଲାଗି ଇରାନ୍ ଦସ୍ତଖତ କରିବା ଉଚିତ୍। ଇରାନ୍ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। ନହେଲେ ଯୁଦ୍ଧବିରତି ତୁଳନାରେ ପ୍ରକୃତ ସମାପ୍ତି ହିଁ ଶ୍ରେୟସ୍କର।
ଅନ୍ୟପଟେ ତେଜୁଛି ଯୁଦ୍ଧ । ଇସ୍ରାଏଲ ଉପରେ ଫତାହା ୱାନ୍ ସୁପର ସୋନିକ୍ କ୍ରୁଜ୍ ମିଜାଇଲ ମାଡ଼ କରିଥିବା ଦାବି କରିଛି ଇରାନ୍। ଶବ୍ଦଠାରୁ ଏହି ମିସାଇଲର ବେଗ ୫ଗୁଣା ଅଧିକ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଆଖି ପିଚୁଳାକେ ଆକାଶରୁ ନିଆଁ ପିଣ୍ଡୁଳା ଭଳି ଖସିଛି ଫତାହା ୱାନ୍ ମିସାଇଲ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750255181.jpg)