Advertisment

Iran- Israel War: ଜଳୁଛି ଇରାନ୍‌-ଇସ୍ରାଇଲ...ଆଗକୁ ଭୟଙ୍କର ତୈଳ ସଙ୍କଟ ଆଶଙ୍କା

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ଇରାନ୍‌ର ଶୀର୍ଷ ନେତା (ସୁପ୍ରିମ୍‌ ଲିଡର) ଆୟାତୋଲ୍ଲା ଅଲୀ ଖାମେନି ଭୟରେ ବଙ୍କର ଭିତରେ ଲୁଚି ରହିଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଇରାନ୍‌ର ପରାଜୟ ନିଶ୍ଚିତ ନେଇ ଖାମେନି ଆଶା ଆଶଙ୍କାରେ ରହିଛନ୍ତି। ଏହି ଆଶଙ୍କା ମଧ୍ୟରେ ଖାମେନି ବଙ୍କର ମଧ୍ୟରେ ଥିବା ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

author-image
Sukanti Rout
ଅଦ୍ୟତନ ହୋଇଛି
ଇରାନ୍ ସୁପ୍ରିମ୍ ଲିଡର୍

ଇରାନ୍ ସୁପ୍ରିମ୍ ଲିଡର୍

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜୁନ ୧୩ରୁ ଘମାଘୋଟ ଯୁଦ୍ଧ ଚାଲିଛି। କେହି କାହାରିକୁ ଛାଡ଼ିବା ପରିସ୍ଥିତିରେ ନାହାନ୍ତି। ଯୁଦ୍ଧକୁ ଇନ୍ଧନ ଦେଉଛନ୍ତି ଅନ୍ୟ କେତେକ ରାଷ୍ଟ୍ର। ପରସ୍ପର ମଧ୍ୟରେ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ଏ ଯୁଦ୍ଧ ବେଶୀ ଦିନ ଜାରି ରହିଲେ ସମଗ୍ର ବିଶ୍ବ ଉପରେ ଏହାର ପ୍ରଭାବ ପଡ଼ିବ। ନିଜ ନିଜ ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଏ ଯୁଦ୍ଧରୁ ଉଭୟ ରାଷ୍ଟ୍ର ବୁଝାମଣାରେ ଓହରିଯିବା ହିଁ ବର୍ତ୍ତମାନ ସମୟ ପାଇଁ ଏକ ବଡ଼ ଆହ୍ବାନ।

Advertisment

ଯୁଦ୍ଧ ପାଇଁ ସୃଷ୍ଟି ହେବ ତୈଳ ସଙ୍କଟ

ଇରାନ-ଇସ୍ରାଏଲ୍ ଯୁଦ୍ଧ ପାଇଁ ତୈଳ ସଙ୍କଟ ଦେଖାଦେଇପାରେ। ମଧ୍ୟପ୍ରାଚ୍ୟରୁ ତେଲ ଆମଦାନୀ ବନ୍ଦ ହେଲେ ଯୁଦ୍ଧ ପରିସ୍ଥିତି ଦେଖାଦେଇପାରେ। ଇରାନ ବିଶ୍ୱ ତେଲ ଯୋଗାଣର ପ୍ରମୁଖ ରୁଟ୍‌ ବନ୍ଦ କରିଦେବ ବୋଲି ଚେତାବନୀ ଦେଇଛି। ଏପରି କି ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ ବନ୍ଦ ଲାଗି ଇରାନ ସଂସଦରେ ଅନୁମୋଦନ ମିଳିସାରିଛି। ଏହି ସାମୁଦ୍ରିକ ପଥ ବନ୍ଦ ହୋଇଗଲେ ତେଲ ଯୋଗାଣ ହୋଇପାରିବନି। ଫଳରେ ତେଳ ସଙ୍କଟ ଦେଖାଦେବା ସହିତ ଅଶୋଧିତ ତୈଳ ଦର ବଢ଼ିବ। ଏହାର ପ୍ରଭାବ ଭାରତ ଉପରେ ପଡ଼ିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। କାରଣ ଭାରତ ଏହାର ତେଲ ଆବଶ୍ୟକତାର ୯୦% ଆମଦାନିରୁ ପୂରଣ କରିଥାଏ। ମଧ୍ୟପ୍ରାଚ୍ୟରୁ ଭାରତ ୪୦% ତେଲ ଆଣିଥାଏ।

ଅନ୍ୟପକ୍ଷରେ ସ୍ଥିତିକୁ ଦେଖି ବିକଳ୍ପ ପନ୍ଥା ଆପଣେଇଛି ଭାରତ। ଏବେ ମଧ୍ୟପ୍ରାଚ୍ୟ ପରିବର୍ତ୍ତେ ଘରୋଇ ବଜାର ରୁଷ, ଆମେରିକା ଏବଂ ବ୍ରାଜିଲରୁ ଅଧିକ ତେଲ ଆମଦାନି କରୁଛି ଭାରତ। ୨୦୨୨ ଫେବ୍ରୁଆରୀରୁ ରୁଷ ଠାରୁ ତେଲ କିଣା ବଢ଼ାଇଥିଲା ଭାରତ। ସେଥିପାଇଁ ଭାରତ ମଧ୍ୟ ଦୃଢ଼ତାର ସହିତ କହୁଛି- ଏବେ ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁ ତୈଳ ସଂକ୍ରାନ୍ତ କୌଣସି ପ୍ରଭାବ ପଡ଼ିନି।

Advertisment

ପୁଣି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବୋମା ମାଡ଼ କରିବା ପରେ ସେୟାର ବଜାରରେ ଏହାର ପ୍ରଭାବ ପଡ଼ିଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି । ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା । ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଫଳରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବା ଆଶା ଦୃଢ଼ୀଭୂତ ହୋଇଛି।

ଆମେରିକାର ଆକ୍ରମଣକୁ ନିନ୍ଦା

ଇରାନ ଓ ଇସ୍ରାଏଲ୍‌ ଯୁଦ୍ଧରେ ଆମେରିକାର ସଂପୃକ୍ତି ରହିଛି। ଫଳରେ ଆଞ୍ଚଳିକ ସଂଘର୍ଷ ବଢ଼ିପାରେ ବୋଲି ବିଶ୍ବ ସମୁଦାୟ ଆଶଙ୍କା କରିଛନ୍ତି। ଆମେରିକାର ବୋମା ଆକ୍ରମଣ ଆଞ୍ଚଳିକ ଦ୍ୱନ୍ଦ୍ୱ ବଢ଼ାଇବ ବୋଲି ଲେବାନନ୍‌ ରାଷ୍ଟ୍ରପତି ଜୋସେଫ୍‌ ଅଉନ୍‌ କହିଛନ୍ତି। ଇସ୍ରାଏଲ୍‌ ଏବଂ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ଯୁଦ୍ଧ ପରେ ଲେବାନନ୍‌ର ନୂଆ ନେତୃତ୍ୱ ଦେଶଗୁଡ଼ିକୁ ବିବାଦ ମଧ୍ୟକୁ ନିଜକୁ ନ ଟାଣିବାକୁ ଏବଂ ଦୀର୍ଘବର୍ଷର ଆର୍ଥିକ ସଙ୍କଟରୁ ମୁକୁଳିବାକୁ ଆହ୍ବାନ ଦେଇଛନ୍ତି। ଆମେରିକା ନିଜର ସାମରିକ ଶକ୍ତିକୁ ବ୍ୟବହାର କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବିଶ୍ୱର ଏକ ନମ୍ବର ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ର ବୋଲି ଅଭିହିତ କରିଛନ୍ତି। ଆମେରିକାର ଆକ୍ରମଣ ବିରୋଧରେ ଇରାନକୁ ସହାୟତା କରିବାକୁ ହୁଟି ପ୍ରତିଶ୍ରୁତି ଦେଇଛି। ଏହା ଭବିଷ୍ୟତରେ ଘାତକ ହୋଇପାରେ।

ଭୟରେ ଲୁଚିଛନ୍ତି ଖାମେନି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ଇରାନ୍‌ର ଶୀର୍ଷ ନେତା (ସୁପ୍ରିମ୍‌ ଲିଡର) ଆୟାତୋଲ୍ଲା ଅଲୀ ଖାମେନି ଭୟରେ ବଙ୍କର ଭିତରେ ଲୁଚି ରହିଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଇରାନ୍‌ର ପରାଜୟ ନିଶ୍ଚିତ ନେଇ ଖାମେନି ଆଶା ଆଶଙ୍କାରେ ରହିଛନ୍ତି। ଏହି ଆଶଙ୍କା ମଧ୍ୟରେ ଖାମେନି ବଙ୍କର ମଧ୍ୟରେ ଥିବା ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ବଙ୍କରରେ ମଧ୍ୟ ହତ୍ୟା କରାଯିବାର ନଜିର ରହିଛି। ପୂର୍ବରୁ ବୈଦ୍ୟୁତିକ ଯୋଗାଯୋଗ ବ୍ୟବସ୍ଥାକୁ ମାଧ୍ୟମ କରି ଇସ୍ରାଏଲ୍‌ ଇରାନ୍‌ର ଅନେକ ବୈଜ୍ଞାନିକ ଓ ସେନା କମାଣ୍ଡରଙ୍କୁ ହତ୍ୟା କରିଛି। ଅନ୍ୟପକ୍ଷରେ ଖାମେନି ସମ୍ଭାବ୍ୟ ଅଘଟଣ ପୂର୍ବରୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ତିନିଜଣଙ୍କ ନାମ ମନୋନୟନ କରିଛନ୍ତି। ତାଙ୍କର ମୃତ୍ୟୁ ପରେ ଏମାନଙ୍କ ମଧ୍ୟରୁ ଜଣକୁ ଶୀର୍ଷ ନେତା ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି।

ଇରାନରେ ମିଶାଇଲ ମାଡ଼

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୯୫୦ ଇରାନୀଙ୍କ ମୃତ୍ୟୁ ହୋଇଛି ଏବଂ ୩,୪୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକା ମଧ୍ୟ ଇରାନର କିଛି ସ୍ଥାନରେ ବୋମା ପକାଇଛି। ଏଥିରେ ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ପରମାଣୁ ଘାଟି ଅନ୍ତର୍ଭୁକ୍ତ। ଏହି ଆକ୍ରମଣ ପରେ ଇରାନ୍‌ କହିଛି- ଏହି ମାଡ଼ରେ ଆମର କ୍ଷତି ହୋଇଛି ସତ, କିନ୍ତୁ ଆମର ପରମାଣୁ ଅସ୍ତ୍ରର କୌଣସି କ୍ଷତି ହୋଇନାହିଁ। ଜୁନ ୧୩ ତାରିଖରୁ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ଧୀରେ ଧୀରେ ବଢ଼ିବାରେ ଲାଗିଛି।

Email id : [email protected]

Israeli PM Benjamin Netanyahu Israel Ayatollah Ali Khamenei
Advertisment
Advertisment