Advertisment

Iran is considering closing Strait of Hormuz: ହର୍ମୁଜ୍ ପ୍ରଣାଳୀ କ’ଣ; ବନ୍ଦ ପରେ ଭାରତ ଉପରେ କ’ଣ ରହିବ ପ୍ରଭାବ

ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ ଉପରେ ଆମେରିକାର ଆକ୍ରମଣ ପରେ କଠୋର ହୋଇଛି ଇରାନ୍। ମଧ୍ୟପ୍ରାଚ୍ୟରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନର ସଂସଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Hormuz

Hormuz

ଜଳୁଛି ମଧ୍ୟପ୍ରାଚ୍ୟ।  ଆମେରିକାର ଆକ୍ରମଣ ପରେ କଠୋର ହୋଇଛି ଇରାନ୍। ମଧ୍ୟପ୍ରାଚ୍ୟରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନର ସଂସଦ ରଣନୈତିକ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ତେବେ ଇରାନର ଏହି ନିଷ୍ପତ୍ତି ପରେ, ବିଶ୍ୱ ବଜାରରେ ତୈଳମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ ଆସନ୍ତୁ ଜାଣିବା ହରମୁଜ୍ ପ୍ରଣାଳୀ କ’ଣ ଓ ଇରାନ ଏହା ବନ୍ଦ କରିବା ଦ୍ୱାରା ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ।

Advertisment

ହର୍ମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରେ। ଏହା ବିଶ୍ୱର ସବୁଠାରୁ ବ୍ୟସ୍ତ ଏବଂ ସମ୍ବେଦନଶୀଳ ତୈଳ ମାର୍ଗ ମଧ୍ୟରୁ ଗୋଟିଏ। ସାଉଦି ଆରବ, କୁଏତ, ଇରାକ, ୟୁଏଇ ଏବଂ କତାର ଭଳି ଦେଶଗୁଡ଼ିକର ଅଧିକାଂଶ ତୈଳ ରପ୍ତାନି ଏହି ମାର୍ଗ ଦେଇ ହୋଇଥାଏ।

ଏହି ରାସ୍ତାରୁ ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ସମୁଦ୍ର ତୈଳ ବାଣିଜ୍ୟ ଅତିକ୍ରମ କରିଥାଏ। ଏହି ନିଷ୍ପତ୍ତି ରବିବାର ଇରାନର ସରକାରୀ ପ୍ରେସ୍ ଟିଭି ରିପୋର୍ଟ କରିଛି। ଏହା ପରେ, ବିଶ୍ୱ ତୈଳ ବଜାର ଏବଂ ରଣନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। କେତେକ ବିଶେଷଜ୍ଞଙ୍କ ମତରେ ତେଲ ବ୍ୟାରେଲ ପିଛା ୧୨୫ରୁ ୧୩୦ ଡଲାରକୁ ବୃଦ୍ଧି ପାଇପାରେ। ଏପରି ହେଲେ ବିଶ୍ବର ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ । ଭାରତରେ ବି ତେଲ ମହଙ୍ଗା ହେବାର ଆଶଙ୍କା ରହିଛି ।

Advertisment

ତେବେ କ’ଣ ‘ହର୍ମୁଜ୍’ ପ୍ରଣାଳୀ ?

ପ୍ରତିଦିନ ୧୭.୨ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ

ବିଶ୍ବର ୨୦% ତୈଳ ଏହି ରୁଟ୍ ଦେଇ ଆସେ

ବିଶ୍ବର ୨୫% ଗ୍ୟାସ୍ ଏହି ରୁଟ୍ ଦେଇ ପହଞ୍ଚେ

ସାଉଦି ଆରବ, କୁଏତ, UAE, ଇରାନ ଏବଂ କତାର୍ ଦେଶଗୁଡ଼ିକର ଅଧିକାଂଶ ତୈଳ ରପ୍ତାନି ଏହି ମାର୍ଗ ଦେଇ ହୋଇଥାଏ।

ତୈଳ ରପ୍ତାନିର ବିଶ୍ବର ସବୁଠୁ ବଡ଼ ରୁଟ୍

ଯଦି ଏହି ରୁଟ୍ ବନ୍ଦ ହେଇଯାଏ ତାହେଲେ ବଢ଼ିଯିବ ତୈଳ ଦର

ହର୍ମୁଜ୍ ପ୍ରଣାଳୀ ବନ୍ଦ ହେଲେ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ -

ଭାରତକୁ ୪୦% ତୈଳ ‘ହରମୁଜ୍’ ପ୍ରଣାଳୀ ଦେଇ ଆସେ

ଏୟାର୍ ଲାଇନ୍ସ, ପରିବହନ ଶିଳ୍ପ ଉପରେ ବଡ଼ ପ୍ରଭାବ

ଗ୍ୟାସ୍ ଶିଳ୍ପ ଉପରେ ବି ମାଡ଼ କରିପାରେ

୧୦ ଡଲାର୍ ବ୍ୟାରେଲ୍ ପିଛା ବଢ଼ିପାରେ

USA Israel America Air Strike
Advertisment
Advertisment