International community demands more curbs on russia
ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବିରୋଧରେ ଯୁଦ୍ଧ ଅପରାଧ ମାମଲା ଚାଲୁ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦାବି କରିଛନ୍ତି । ଏହାସହ ଅଧିକରୁ ଅଧିକ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ବାଇଡେନ୍
ପୁତିନ ଜଣେ ଯୁଦ୍ଧ ଅପରାଧୀ ଆଉ ବୁଚାରେ ଯାହା କରାଯାଇଛି, ତାହା ସାରା ବିଶ୍ୱ ଦେଖିଛି ବୋଲି ବାଇଡେନ୍ କହିଛନ୍ତି ।
ରବିବାର ଦିନ ବୁଚାରେ ଗୋଟିଏ ସ୍ଥାନରେ ୪୧୦ ଜଣଙ୍କ ମର ଶରୀର ମିଳିଥିଲା । ରୁଷ ସେନା ୟୁକ୍ରେନର ସାଧାରଣ ନାଗରିକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ମୃତଦେହଗୁଡ଼ିକ କ୍ଷତ ବିକ୍ଷତ ଓ ଗୁଳି ବାଜିଥିବାରୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି ବୋଲି ୟୁକ୍ରେନ ଅଭିଯୋଗ କରିଛି । ଏପରିକି ହତ୍ୟା ପୂର୍ବରୁ ମହିଳାମାନଙ୍କୁ ନୃଶଂସ ଭାବେ ବଳାତ୍କାର କରାଯାଇଛି ବୋଲି ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ।
ଅନ୍ୟପକ୍ଷେ, ଆଜି ବି ରୁଷ୍ ପକ୍ଷରୁ ଆକ୍ରମଣ ଜାରି ରହିଛି । ଖାରକିଭ୍ର ଜନବସତିରେ ବୋମା ବର୍ଷଣ ଯୋଗୁଁ ୩୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଚେର୍ଣ୍ଣିଭ୍ରେ ଧ୍ୱଂସଲୀଳା ଲାଗି ରହିଛି ସହରର ୭୦ ପ୍ରତିଶତ ଅଂଶ ଧ୍ୱଂସ ହୋଇଛି ଡୋନବାସ୍ ଓ ମାରିଉପୋଲରେ ମଧ୍ୟ ରୁଷ୍ ବୋମା ବର୍ଷଣ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)