Advertisment

ଅଡ଼ୁଆରେ ପଡିପାରେ ରୁଷ୍‌; ଗଣହତ୍ୟା ଅଭିଯୋଗ ଆଣିଲା ପାଶ୍ଚାତ୍ୟ ରାଷ୍ଟ୍ର ସମୂହ

ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି ।

author-image
Otv Khabar Bureau
International community demands more curbs on russia

International community demands more curbs on russia

ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବିରୋଧରେ ଯୁଦ୍ଧ ଅପରାଧ ମାମଲା ଚାଲୁ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦାବି କରିଛନ୍ତି । ଏହାସହ ଅଧିକରୁ ଅଧିକ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ବାଇଡେନ୍

Advertisment

ପୁତିନ ଜଣେ ଯୁଦ୍ଧ ଅପରାଧୀ ଆଉ ବୁଚାରେ ଯାହା କରାଯାଇଛି, ତାହା ସାରା ବିଶ୍ୱ ଦେଖିଛି ବୋଲି ବାଇଡେନ୍ କହିଛନ୍ତି ।

ରବିବାର ଦିନ ବୁଚାରେ ଗୋଟିଏ ସ୍ଥାନରେ ୪୧୦ ଜଣଙ୍କ ମର ଶରୀର ମିଳିଥିଲା । ରୁଷ ସେନା ୟୁକ୍ରେନର ସାଧାରଣ ନାଗରିକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ମୃତଦେହଗୁଡ଼ିକ କ୍ଷତ ବିକ୍ଷତ ଓ ଗୁଳି ବାଜିଥିବାରୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି ବୋଲି ୟୁକ୍ରେନ ଅଭିଯୋଗ କରିଛି । ଏପରିକି ହତ୍ୟା ପୂର୍ବରୁ ମହିଳାମାନଙ୍କୁ ନୃଶଂସ ଭାବେ ବଳାତ୍କାର କରାଯାଇଛି ବୋଲି ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ।

Advertisment

ଅନ୍ୟପକ୍ଷେ, ଆଜି ବି ରୁଷ୍ ପକ୍ଷରୁ ଆକ୍ରମଣ ଜାରି ରହିଛି । ଖାରକିଭ୍‌ର ଜନବସତିରେ ବୋମା ବର୍ଷଣ ଯୋଗୁଁ ୩୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଚେର୍ଣ୍ଣିଭ୍ରେ ଧ୍ୱଂସଲୀଳା ଲାଗି ରହିଛି ସହରର ୭୦ ପ୍ରତିଶତ ଅଂଶ ଧ୍ୱଂସ ହୋଇଛି ଡୋନବାସ୍ ଓ ମାରିଉପୋଲରେ ମଧ୍ୟ ରୁଷ୍ ବୋମା ବର୍ଷଣ କରିଛି ।

RussiaUkraineCrisis International Community RussiaUkraineConflict
Advertisment
Advertisment