• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କିଲୋମିଟର କିଲୋମିଟର ଧରି ଲମ୍ବା ଲାଇନ । ପ୍ରବଳ ଖରା ସତ୍ତ୍ୱେ ଲୋକେ ଛତା ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି । ପିଲାଠାରୁ ଆରମ୍ଭ କରି ଯୁବକ ଯୁବତୀ, ମଧ୍ୟ ବୟସ୍କ । ଏପରିକି ବୟସ୍କ ଲୋକେ ମଧ୍ୟ ଏହି ଧାଡ଼ିରେ ଠିଆ ହୋଇ ନିଜ ପାଳିକୁ ଅପେକ୍ଷା କରିଛନ୍ତି । ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଏହି ଧାଡ଼ି ଲାଗିଛି । ରାଷ୍ଟ୍ରପତିଙ୍କ ବାସଭବନ ଦେଖିବାକୁ ଜମିଛି ପ୍ରବଳ ଭିଡ଼ ।

କେମିତି ହୋଇଥିବ ରାଷ୍ଟ୍ରପତିଙ୍କ ବାସଭବନ, କେମିତି ଆଡମ୍ବରପୂର୍ଣ୍ଣ ଜୀବନଯାପନ କରୁଥିଲେ ରାଷ୍ଟ୍ରପତି ଗୋଟାବାୟା ତାହା ଦେଖିବାକୁ ସେମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ଲୋକେ ଏହି ଲାଇନ୍‌ରେ ଛିଡ଼ା ହୋଇଛନ୍ତି । ଲାଇନ୍‌ଟି ଏତେ ଲମ୍ବା ଯେ କେଉଁଠି ଆରମ୍ଭ ଓ ଶେଷ ତାହା ବି ଦେଖାଯାଉନାହିଁ ।

ସୂଚନା ନୁସାରେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ପରେ ସାରା ଦେଶର ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । କିଛି ଦିନ ତଳେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ କବ୍‌ଜା କରିନେଇଥିଲେ । ସେଠାରେ ଆନ୍ଦୋଳନକାରୀ ମଉଜ ମସ୍ତି କରିଥିଲେ । କିଏ ସୁଇମିଂ ପୁଲ୍‌ରେ ଗାଧୋଉଥିଲା ତ ଆଉ କିଏ ଜିମ୍‌ରେ ଓ୍ୱାର୍କ ଆଉଟ୍ କରିଥିଲା । ଆଉ କିଏ ରାଷ୍ଟ୍ରପତିଙ୍କ ବେଡ୍ ରୁମ୍‌ରେ ପଶି ଟିକେ ହଂସୁଲି ଶେଜରେ ଗଡ଼ପଡ଼ ହେବାର ସଉକ ମେଣ୍ଟାଇଥିଲା ।

america

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପୁରା କ୍ୟାବିନେଟ୍ ଇସ୍ତଫା ଦେବାକୁ ରାଜି ଥିଲେ ମଧ୍ୟ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ୟାଲେସ ଓ ପ୍ରଧାନମନ୍ତ୍ରୀ ବାସଗୃହକୁ କବ୍‌ଜାରେ ରଖିଥିବା ଆନ୍ଦୋଳନକାରୀ । ଗୋଟାବାୟ ଗାଦି ଛାଡିସାରିବା ପରେ ହିଁ ସେମାନେ ଘରକୁ ଯିବେ ବୋଲି କହିଛନ୍ତି ।ପୂର୍ବତନ କ୍ରିକେଟର ସନଥ୍ ଜୟସୁରୀୟା ବି ଆନ୍ଦୋନକାରୀଙ୍କ ଗହଣରେ ରହିଛନ୍ତି ।ଏପଟେ ଅଜ୍ଞାତବାସରେ ଥିବା ରାଷ୍ଟ୍ରପତି ଗୋଟାବାୟ ଗତକାଲି ପୁଣି ଆକ୍ସନ ମୋଡ୍‌କୁ ଆସିଥିଲେ । ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକ୍ରିୟା ସ୍ୱାଭାବିକ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ରାଷ୍ଟ୍ରପତି ଗୋଟାବାୟା ପଳାୟନ କରି ଏବେ ସେନା ଶିବିରରେ ଲୁଚିଥିବା କୁହାଯାଉଛି ।