• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜର୍ମାନୀରେ ଭାରତ ମାତାର ଜୟ ଜୟକାର । ବର୍ଲିନରେ ଗୁଞ୍ଜରିତ ହେଲା ବନ୍ଦେ ମାତରମ୍ ଧ୍ୱନି । ଆଉ ତା ସହ ମୋଦି ମୋଦି ନାରା । ତିନି ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ରାଜଧାନୀ ବର୍ଲିନରେ ପାଦ ରଖିବା ପରେ, ତାଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ମୋଦି ପ୍ରବାସୀ ଭାରତୀୟ ପରିବାରର କୁନି କୁନି ପିଲାଙ୍କୁ ଭେଟିବା ସହ ସେମାନଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି ।

ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଜର୍ମାନୀ ଚାନସେଲରଙ୍କୁ ସାକ୍ଷାତ କରିବାକୁ ବାହାରିବା ବେଳେ ମୋଦିଙ୍କୁ ଦେଖିବା ପାଇଁ ଓ ତାଙ୍କ ସହ ସେଲ୍ଫି ନେବା ପାଇଁ ବିଭିନ୍ନ ପାରମ୍ପରିକ ବେଶଭୂଷାରେ ଭିଡ଼ ଜମାଇଥିଲେ ପ୍ରବାସୀ ଭାରତୀୟ ।

ସେପଟେ ୩ ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ଜର୍ମାନୀ ଯାଇଛନ୍ତି ମୋଦି । ରାଜଧାନୀ ବର୍ଲିନ୍ ସ୍ଥିତ ହୋଟେଲ୍ ଆଡ୍ଲନ୍ କେମ୍ପିନସିରେ ପହଞ୍ଚିବା ପରେ ସେଠିବି ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ପ୍ରବାସୀ ଭାରତୀୟ । ତେବେ ସେଠାରେ ଛୋଟ ଛୋଟ ପିଲାଙ୍କୁ ଦେଖି ଖୁସି ହୋଇଯାଇଥିଲେ ମୋଦି ।

ସେମାନଙ୍କ ସହ କଥା ହେବା ବେଳେ, କୁନି ଝିଅ ମାନ୍ୟା ନିଜେ ଆଙ୍କିଥିବା ମୋଦିଙ୍କ ଚିତ୍ର ତାଙ୍କୁ ଦେଖାଇଥିଲା । କୁନି ପିଲାଙ୍କୁ କଳାପ୍ରତିଭାକୁ ଦେଖି ମୋଦି ସାବାସୀ ଦେବା ସହ ଫଟୋ ଉଠାଇଥିଲେ ଓ ଚିତ୍ରରେ ଅଟୋଗ୍ରାଫ୍ ଦେଇଥିଲେ ।

ସେହିପରି ପ୍ରବାସୀ ଭାରତୀୟ ପରିବାରର ଆଉ ଜଣେ କୁନି ପୁଅ ଆଶୁତୋଷ ଶୁଣାଇଥିଲା ଭାରତ ବନ୍ଦନା । ଆଉ ଗୀତ ସହ ତାଳରେ ତାଳ ମିଳାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।