Advertisment

ତିକ୍ତ ହେଲା ଭାରତ-କାନାଡା ସଂପର୍କ; ଦୁଇ ଦେଶ ନେଲେ ବଡ଼ ପଦକ୍ଷେପ

ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। କାନାଡା ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ ।

ଅଦ୍ୟତନ ହୋଇଛି
Canada PM Justin Trudeau accuses India

India withdraws its Canada envoy

Advertisment

ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। କାନାଡା ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ ।  ଆସନ୍ତା ୧୯ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଡେପୁଟି ହାଇକମିଶନରଙ୍କ ସମେତ ୬ ଜଣଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମା ଜାରି କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

ଏହାପରେ ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ପରେ ଜଷ୍ଟିନ ଟ୍ରୁଡୋ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କାନାଡାରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଭାରତରକ ସଂପୃକ୍ତି ରହିଛି। ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରିବା ସହ କାନାଡା ମାଟିରେ ଦକ୍ଷିଣ ଏସୀୟ କାନାଡା ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯାଗ ଆଣିଛନ୍ତି।

ସେହିପରି ହତ୍ୟା, ଧମକାଇବା ଓ ଅନେକ ହିଂସାରେ ଭାରତର ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି। ଭାରତର ଏଭଳି ଗତିବିଧି ତାଙ୍କ ଦେଶର ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ଓ ସେମାନଙ୍କ ସୁରକ୍ଷା ସର୍ବପ୍ରଥମ ବୋଲି କହିଛନ୍ତି ଜଷ୍ଟିନ ଟ୍ରୁଡୋ। ଭାରତର ଏଭଳି କାର୍ଯ୍ୟକୁ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏତିସହ ଗତ ସପ୍ତାହରେ ସିଙ୍ଗାପୁରରେ ମୋଦିଙ୍କ ସହ ଆଲୋଚନା ବେଳେ ଦୁଇ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ଆଲୋଚନା ପାଇଁ ସେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ ମୋଦି ଏ ବିଷୟରେ କୌଣସି ପଦକ୍ଷେପ ନେଇନଥିବା ସେ କହିଛନ୍ତି।

Advertisment

ଏହାପୂର୍ବରୁ ଗତକାଲି ଭାରତୀୟ ହାଇକମିଶନର ସଞ୍ଜୟ ବର୍ମାଙ୍କ ସହ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଭାରତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି କାନାଡ଼ାର ଚାର୍ଜ-ଡି ଆଫେୟାର୍ସଙ୍କୁ ମଧ୍ୟ ଭାରତ ସମନ କରିଥିଲା। ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତି ବିଶ୍ବାସ ନଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୨୦୨୩ରେ କାନାଡାରେ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ କାନାଡା, ଭାରତକୁ ଦୋଷାରୋପ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଛି। କାନାଡାର ଟ୍ରୁଡୋ ସରକାର ହରଦୀପ ସିଂହ ନିଜାର ହତ୍ୟାକାଣ୍ଡର ଯାଂଚ୍ ବେଳେ ଭାରତୀୟ ହାଇକମିଶନର ସଂଜୟ କୁମାର ବର୍ମାଙ୍କୁ ପର୍ସନ ଅଫ୍ ଇଣ୍ଟରେଷ୍ଟ କହିଥିଲା। ଯାହା ଉପରେ କଡା ଆପତ୍ତି ଉଠାଇଛି ଭାରତ।

Advertisment

ଅଧିକ ପଢ଼ନ୍ତୁ: ନେତାନ୍ୟାହୁଙ୍କୁ ବଡ଼ ଝଟକା: ଇରାନ୍‌ ଆଣବିକ ଘାଟି ଆକ୍ରମଣକୁ ସମର୍ଥନ କରିବନି ଆମେରିକା

Canada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ