Terrorism
ଚୀନ କ୍ବିଙ୍ଗଡାଓ SCO ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦେଇଛନ୍ତି କଡ଼ା ବାର୍ତ୍ତା । ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ନାଁ ନନେଇ ପାକିସ୍ତାନକୁ ଚେତାଇ ଦେଇଛନ୍ତି ରାଜନାଥ । କହିଛନ୍ତି, ଏଣିକି ଆଉ ଆତଙ୍କବାଦ ନେଇ ଆଉ ଚଳିବନି ଡବଲ ଷ୍ଟାଣ୍ଡାର୍ଡ । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ରାଷ୍ଟ୍ର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । ଆତଙ୍କୀଙ୍କୁ ଆର୍ଥିକ ସାହଯ୍ୟ, ଆଶ୍ରୟ ସ୍ଥଳ ଯୋଗାଇ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ରାଜନାଥ ଶୁଣାଇଲେ ଚରମବାଣୀ; କହିଲେ, ଧର୍ମ ପଚାରି ମାରିଥିଲେ, କର୍ମ ଅନୁସାରେ ଦଣ୍ଡ ଦେଲୁ
ହେଲେ ଭାରତ ଏହାକୁ ବିରୋଧ କରେ ଏବଂ ଭବିଷ୍ୟତରେ ମଧ୍ୟ ବିରୋଧ କରିବ । ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବା ଆମର ଅଧିକାର ରହିଛି । ଆମେ କରି ଦେଖାଇଛୁ ଯେ ଆତଙ୍କବାଦର କେନ୍ଦ୍ରସ୍ଥଳଗୁଡ଼ିକ ଆଉ ସୁରକ୍ଷିତ ନୁହେଁ ଏବଂ ଆମେ ସେମାନଙ୍କୁ ଟାର୍ଗେଟ କରିବାକୁ ପଛାଇବୁ ନାହିଁ ବୋଲି କହିଛନ୍ତି ରାଜନାଥ ।
ଏଥିସହ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ ପାଇଁ SCO ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି ରାଜନାଥ । 'ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ଶକ୍ତିକୁ ମୂଳପୋଛ କରିବାକୁ ଏକାଠି ଲଢିବାକୁ ସେ ପରାମର୍ଶ ଦେଇଛନ୍ତି । ଭାରତ ସର୍ବଦା ବସୁଧୈବ କୁଟୁମ୍ବକମକୁ ନିଜ ମାର୍ଗଦର୍ଶୀ ନୀତି କରିଛି । ଏସସିଓର ଅନ୍ୟ ସଦସ୍ୟ ପାରସ୍ପରିକ ସହଯୋଗକୁ ଗୁରୁତ୍ବ ଦେଇ, ସବୁ ଚାଲେଞ୍ଜକୁ ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750912294.jpg)