• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ଫୋନରେ କଥା ହେଲେ ଜେଲେନସ୍କି

  • ସୁରକ୍ଷା ଓ ଆର୍ଥିକ ସହାୟତା ନେଇ ବାଇଡେନଙ୍କ ସହ ଆଲୋଚନା

  • ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନେଟ୍ ନାପଥାଲିଙ୍କ ଅଚାନକ୍ ଋଷ ଗସ୍ତ

ଜାରି ରହିଛି ଲଢ଼େଇ । ଗତ ୧୧ ଦିନ ଧରି ୟୁକ୍ରେନ-ରୁଷି‌ଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ ପକ୍ଷରୁ ଜାରି ରହିଛି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଯୁଦ୍ଧ । ଏକାଦଶ ଦିନରେ ପହଞ୍ଚିଥିଲେ ବି କମୁନି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଆକ୍ରୋଶ । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

ଦେଶବାସୀଙ୍କ ସୁରକ୍ଷା ଓ ୟୁକ୍ରେକକୁ ଆର୍ଥିକ ସହାୟତା ଦେବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଜେଲେନସ୍କି । ତେବେ ଏସବୁ ଭିତରେ ଗତକାଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାପଥାଲି ବେନେଟ୍ ଅଚାନକ୍ ଋଷ ଗସ୍ତ କରିଥିଲେ । ମସ୍କୋରେ ବେନେଟ୍ ଓ ପୁଟିନଙ୍କ ମଧ୍ୟରେ ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଗୋଟିଏପଟେ ୟୁକ୍ରେନକୁ ମାନବୀୟ ସହାୟତା କରୁଥିବା ଇସ୍ରାଏଲ୍ ଆମେରିକାର ଘନିଷ୍ଠ ହୋଇଥିବା ବେଳେ ଅନ୍ୟପଟେ ଋଷ ସହିତ କଥାବାର୍ତ୍ତା ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ସେପଟେ ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆସନ୍ତାକାଲି ବେଲାରୁସରେ ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହେବ । ଯୁଦ୍ଧ ବିରତି ପାଇଁ ପ୍ରଥମ ଦୁଇଟି ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହୋଇଥିଲା । ପଶ୍ଚିମ ରାଷ୍ଟ୍ର ମାନଙ୍କ ଷଡ଼ଯନ୍ତ୍ର ଯୋଗୁଁ ଆଲୋଚନା ଅସଫଳ ହେଉଥିବା ଋଷ ପକ୍ଷରୁ କୁହାଯାଇଛି ।