• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁଣି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଗିଲା ଜୋରଦାର ଝଟକା । ଏଣିକି ସେ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ ନାହିଁ । ଅର୍ଥାତ୍‌ ବିମାନ ଯାତ୍ରା ଉପରେ କଟକଣା ଲଗାଯିବା ସହିତ ନୋ ଫ୍ଲାଏ ଲିଷ୍ଟରେ ରଖାଯାଇଛି । ତେଣୁ ଇମ୍ରାନ୍‌ କୌଣସି ସ୍ଥାନକୁ ଏବେ ବିମାନରେ ଯାତ୍ରା କରିପାରିବେ ନାହିଁ । ତାଙ୍କ ପତ୍ନୀ ବୁଶରା ବିବି ଏବଂ ତାଙ୍କ ଦଳ ପିଟିଆଇର ୮୦ ଜଣ ସଦସ୍ୟଙ୍କୁ ନୋ ଫ୍ଲାଏ ଲିଷ୍ଟରେ ରଖାଯାଇଛି । ତେଣୁ ଏମାନେ ବି ବିମାନରେ ଉଡାଣ କରିପାରିବେ ନାହିଁ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇମ୍ରାନଙ୍କ ଦଳ ପିଟିଆଇକୁ ବି ନିଷିଦ୍ଧ କରାଯିବ ବୋଲି ଜଣାପଡ଼ିଛି । ତେଣୁ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି । ତେବେ ଏମିତି କଟକଣା ଲାଗୁ ହେବା ପରେ ମୁହଁ ଖୋଲିଛନ୍ତି ଇମ୍ରାନ୍‌ । କହିଛନ୍ତି, ଆମ ଦଳକୁ ଭାଙ୍ଗିଦେବାକୁ ଚକ୍ରାନ୍ତ ହେଉଛି । ହେଲେ ଏମିତି ଚାଲ୍‌ରେ କେବେ ସଫଳ ହେବେନି ବିରୋଧୀ ।

ଗତ କିଛିଦିନ ହେବ ଇମ୍ରାନ୍‌ଙ୍କ ସଙ୍କଟ ବଢିବାରେ ଲାଗିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗତ ନଭେମ୍ବରରେ ଗୁଳିମାଡ଼ ହୋଇଥିଲା । ୱଜିରାବାଦ ନିକଟରେ ରାଲି ଚାଲିଥିବା ବେଳେ ଗୁଳିମାଡ଼ କରଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳିମାଡରେ ଇମ୍ରାନ୍‌ଙ୍କ ସମେତ ୪ ଜଣ ଆହତ ବି ହୋଇଥିଲେ । ଖାଲି ଏତିକି ନୁହେଁ ବରଂ ଇମ୍ରାନ୍‌ଙ୍କୁ ଜେଲ୍‌ ନେଇଥିଲା ପୋଲିସ୍‌ । ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସେ ଖଲାସ ହୋଇଥିଲେ । ଏବେ ପୁଣି ଥରେ ତାଙ୍କ ଉପରେ ନୂଆ କଟକଣା ଲଗାଯାଇଥିବାରୁ ଚିନ୍ତାରେ ଇମ୍ରାନ୍‌ ଓ ତାଙ୍କ ସମର୍ଥକ ।