• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଗଲା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପଦବୀ । ମିଡ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ । ରାତି ୨ ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସାଂସଦଙ୍କ ସଦସ୍ୟ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ।

ତେବେ ଭୋଟ ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଉପସ୍ଥିତ ନଥିଲେ ଏହାସହ ତେହେରିକେ ଇନସାଫ୍ର କୌଣସି ସଦସ୍ୟ ମଧ୍ୟ ଭୋଟିଂ ବେଳେ ଉପସ୍ଥି ନ ରହି ସଂସଦରୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ପାକିସ୍ତାନ ରାଜନୀତିରେ ଇମ୍ରାନ ଖାନ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି ।

ଇମ୍ରାନ ଖାନଙ୍କ ପରେ ଶାହବାଜ୍ ସରିଫ୍ କାପିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ଏକ ପ୍ରପକାର ନିଶ୍ଚିତ ହୋଇଛି । ତେବେ ଅନାସ୍ଥା ଭୋଟ ପୂର୍ବରୁ ଇମ୍ରାନ ଖାନ ରଖିଥିବା ୩ ଟି ସର୍ତ୍ତ ଥିଲା ଯେ ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି, ସାହାବାଜଙ୍କୁ ପ୍ରଧାନମନ୍ତ୍ରୀ କରାନଯାଉ ଏବଂ NAB ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରାଯିବନି ମତ ରଖିଛନ୍ତି ବିରୋଧୀ ପାକିସ୍ତାନ । ଗଣତନ୍ତ୍ରରେ ସାଧୁ ଏବଂ ନିୟମରେ ଥିବା ବ୍ୟକ୍ତିଙ୍କ ବିରୋଧରେ କେବେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କହିଛନ୍ତି ଶାହବାଜ ସରଫି ।

ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟୋ ଜରଦାରୀ ପାକିସ୍ତାନ ନାଗରିକଙ୍କ ଏହା ବିଜୟ ବୋଲି କହିଛନ୍ତି । ତିନି ବର୍ଷ ହେବେ ପାକିସ୍ତାନ ଗଣତନ୍ତ୍ର ବିପଦରେ ଥିଲା ଏବେ ଅନାସ୍ଥା ଭୋଟ ପରେ ଏହାର ବିଜୟ ହୋଇଛି ବୋଲି କହିଛନ୍ତି ବିଲାଓ୍ବାଲ ଭୁଟୋ ଜରଦାରୀ ।

ଅନ୍ୟପକ୍ଷେ, ଇମ୍ରାନ ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ସେମାନଙ୍କ ଟ୍ୱିଟର ପ୍ରୋଫାଇଲ ବଦଳାଇଛନ୍ତି । ଫୱାଦ ଚୌଧରୀ ଏବଂ କ୍ୟୁରେସୀ ସେମାନଙ୍କ ଟ୍ୱିଟର ପ୍ରୋଫାଇଲରେ ନିଜକୁ ପୂର୍ବତନ ମନ୍ତ୍ରୀ ବୋଲି ଦର୍ଶାଇଥିଲେ । ଏହାପରେ ହୋଇଥିବା ଅନାସ୍ଥା ଭୋଟରେ ଇମ୍ରାମନ ଖାନ ନିଜର ସତ୍ତା ହରାଇଛନ୍ତି । ତେବେ ଆସନ୍ତାକାଲି ଭୋଟ ହେବାପରେ କିଏ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବ ସେ ନେଇ ସ୍ପଷ୍ଟ ଜଣାପଡିବ ।