IMD DG Wins UN Sasakawa Award 2025
ବିଦେଶରେ ଭାରତକୁ ଗୌରବାନ୍ୱିତ କଲେ IMD ଡିଜି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ସମ୍ମାନଜନକ ପୁରସ୍କାର। ମିଳିତ ଜାତିସଂଘ ପକ୍ଷରୁ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାସାକାୱା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ନିରାକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଜେନେଭାରେ ଅନୁଷ୍ଠିତ ଗ୍ଲୋବାଲ୍ ପ୍ଲାଟଫର୍ମ ଫର ଡିଜାଷ୍ଟର ରିସ୍କ ରିଡକ୍ସନର ଅଷ୍ଟମ ଅଧିବେଶନରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ବଢୁଛି ଟ୍ରମ୍ପ-ମସ୍କ କଳି; ପରିହାସ କରୁଛି ଋଷ
ଏହି ସମ୍ମାନ ପାଇଁ ଭାରତ ଏବଂ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି WMO ମହାସଚିବ। ବିଶ୍ୱ ପାଣିପାଗ ସଂଗଠନର ମହାସଚିବ ସେଲେଷ୍ଟ ସାଉଲୋ ପ୍ରଶଂସା କରି କହିଛନ୍ତି, ‘‘ମୁଁ ବହୁତ ଖୁସି ଯେ, ମୋର ଜଣେ ଭଲ ବନ୍ଧୁ ମୃତ୍ୟୁଞ୍ଜୟ ଘୁର୍ଣ୍ଣିବଳୟ ସମ୍ପର୍କିତ ସଠିକ ପୂର୍ବାନୁମାନ କରିବା ସହ ଆଗୁଆ ଚେତାବନୀ ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ‘ଭାରତର ସାଇକ୍ଲୋନ ମ୍ୟାନ’ ଭାବେ ଜଣାଶୁଣା, ମୃତ୍ୟୁଞ୍ଜୟ ବାତ୍ୟା ସମ୍ପର୍କିତ ସଠିକ ପୂର୍ବାନୁମାନ କରି ଅଗଣିତ ଜୀବନ ବଞ୍ଚାଇଛନ୍ତି’’ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ୧୯୮୬ ମସିହାରେ ନିପନ ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସାସାକାୱା ସମ୍ମାନ ବିଶ୍ୱର ଏକ ସମ୍ମାନଜନକ ପୁରସ୍କାର । ଏହା ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749441806.jpg)