• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଭାରତର ନିନ୍ଦା । ରୁଷ ଯୁଦ୍ଧ ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଏହି ବିବୃତ୍ତି ରଖିଛନ୍ତି । ଉଭୟ ଦେଶ ମଧ୍ୟରେ ସଂଘର୍ଷ ‌ଆହୁରି ତୀବ୍ର ହେଉଥିବାରୁ ଏହା ଉପରେ ଗୁରୁତ୍ୱାରୋପ କରିଛି ଭାରତ । ରକ୍ତପାତ ଓ ନିରୀହ ଜୀବନ ନେଲେ କୌଣସି ବିବାଦର ସମାଧାନ ହୋଇପାରିବନି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।

ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ଆଭିମୁଖ୍ୟ କଣ ରହିଛି ବେଲି ଏକ ପ୍ରଶ୍ନର ଉତ୍ତରରେ ଏହି ବିବୃତି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଆକ୍ରମଣକୁ ବିରୋଧ କରିବାରେ ଭାରତ ସବୁଠାରୁ ପ୍ରଥମ ବୋଲି ସେ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ବୈଠକ ଏବଂ ଆଲୋଚନା ମାଧ୍ୟମରେ ହିଁ କୌଣସି ସମାଧାନର ବାଟ ବାହାରି ପାରିବ ।

ରୁଷ-ୟୁକ୍ରେନ ସଂଘର୍ଷ ଦେଶର ଅର୍ଥନୀତି ସହ ବିଶ୍ୱ ବଜାର ହୋଇଛି । ଏଭଳି ସମୟରେ ବିଶ୍ୱ ବଜାରର ଆର୍ଥିକ ସ୍ଥିତି ନେଇ ଦେଶ ହିତ ପାଇଁ ଭାରତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ସେପଟେ ଜାତିସଂଘ ବୈଠଖରେ ୟୁକ୍ରେନର ବୁଚା ନରସଂହାର ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ରଖିଛି ଭାରତ । ଏହି ଘଟଣା ଉପରେ ସ୍ୱତନ୍ତ୍ର ଭାବେ ତଦନ୍ତ କରିବାକୁ ଦାବି କରିଛି ଭାରତ ।

ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଦାବି କରିଛି କରାଯାଇଛି । ଗତ ଫେବ୍ରୁଆରୀ ୨୪ପରଠାରୁ ୟୁକ୍ରେନ ଉପରେ ରୁଷ ଆକ୍ରମଣ ଆରମ୍ଭ କରିଛି । ବର୍ତ୍ତମାନ ଏହି ଯୁଦ୍ଧ ୪୨ ଦିନରେ ପହଞ୍ଚିସାରିଛି, ତଥାପି ଥମୁନି ଯୁଦ୍ଧ ।