Advertisment

ଏଣିକି ମଦ୍ୟ ପାନ କରି ଗାଡି ଚଲାଇବା ପଡିବ ମହଙ୍ଗା: ମୋଟା ଅଙ୍କର ଫାଇନ୍ ସହ ଜେଲ୍‌‌ଦଣ୍ଡାଦେଶ !

ସରକାରଙ୍କ ବଡ ପଦକ୍ଷେପ । ନିଶାଖୋରଙ୍କ ପକେଟରୁ ଯିବ ଲକ୍ଷ ଲକ୍ଷ ଟଙ୍କା...

author-image
Otv Khabar Bureau
ଅଦ୍ୟତନ ହୋଇଛି
If caught drunk driving in uk you could face jail or fined up to 24 lakh rupee

If caught drunk driving in uk you could face jail or fined up to 24 lakh rupee

ମଦୁଆଙ୍କ ପାଇଁ ବଡ ଖବର । ହୋଇଯାଆନ୍ତୁ ସାବଧାନ୍ । ନଚେତ୍ ପକେଟରୁ ଯିବ ଲକ୍ଷ ଲକ୍ଷ ଟଙ୍କା । ମଦୁଆଙ୍କୁ ସାବାଡ୍ ,କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଯାହା ଶୁଣି ଜଣେ ମଦ୍ୟ ପାନ କରି ଗାଡି ଚଲାଇବା ପୂର୍ବରୁ ୧୦ ଥର ଭାବିବ । ଦେଶରେ ପ୍ରତିଦିନ ସଡକ ଦୁର୍ଘଟଣା ଘଟିଥାଏ । ଏହି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସରକାର ବିଭିନ୍ନ ଉପାୟମାନ ଆପଣାଇଥାନ୍ତି । ଟ୍ରାଇଫ୍ ନିୟମ ସତ୍ତ୍ୱେ ଲୋକେ ସେସବୁ କୁ ଫୁ କରି ନିଜ ମନମାନି ଚଲାଉଛନ୍ତି । ହେଲେ ଏହା ଆଉ ଚଳିବ ନାହିଁ । କାରଣ ଏଣିକି ନିଶାଖୋର ବ୍ୟକ୍ତି ଟ୍ରାଫିନିୟମ ନମାନିଲେ ତାଙ୍କୁ ଭରିବାକୁ ପଡିବ ମୋଟା ଅଙ୍କର ଫାଇନ୍ । ଆଉ ଏଇ ଫାଇନ୍ ଶହେ କିମ୍ୱା ହଜାର ଟଙ୍କାରେ ସୀମିତ ନୁହେଁ ବରଂ ନିୟମ ଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ୍ ଦେବାକୁ ପଡିବ ।

Advertisment

ନିକଟରେ ଅଧିକାଂଶ ଲୋକ ଟ୍ରାଫିକ୍ ନିୟମକୁ ଉଲ୍ଲଙ୍ଘନ କରୁଥିବାର ଦେଖିବାକୁ ମିଳିଛି । ଏମିତିକି ଏହା ଥରେ କି ଦୁଇଥର ନୁହଁ ସେମାନେ ଏହିପରି ବାରମ୍ୱାର କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ବ୍ରିଟେନରେ ଟ୍ରାଫକ୍ ନିୟମକୁ କଡାକଡି କରାଯାଇଛି । ଏମିତିକି ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା ଏକ ବଡ ଅପରାଧ ବୋଲି ମଧ୍ୟ ବିବେଚନା କରାଯାଇଛି । ତେଣୁ ମଦ ପିଇକି ଗାଡି ଚଲାଇଲେ ଭାରି ଜରିମାନା ସହ ଜେଲ୍‌ ଯିବାକୁ ବି ପଡିପାରେ । କେବଳ ଏତିକି ନୁହେଁ ଏହାସହ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନକୁ ଏକ ବର୍ଷ ପର୍ଯ୍ୟନ୍ତ ରଦ୍ଦ ମଧ୍ୟ ହୋଇପାରେ ।

ବ୍ରିଟେନ ସରକାରୀ ନିୟମ ଅନୁଯାୟୀ, ଦେଶରେ ମଦ ପିଇ ଗଡି ଚଲାଇବା ଏକ ଆଇନଗତ ଅପରାଧ । ତେଣୁ ଯଦି କେହି ମଦ୍ୟ ପାନ କରି ଗାଡି ଚଳାନ୍ତି ତେବେ ତାଙ୍କୁ ୩ ମାସର ଜେଲ ଦଣ୍ଡାଦେଶ ନଚେତ୍ ୨.୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ଅତ୍ୟାଧିକ ମାଦକ ଦ୍ରବ୍ୟ ଖାଇ ଗାଡି ଚଲାଇବା ତଥା ଟ୍ରାଫିକ୍ କର୍ମୀଙ୍କ ସହ ଦୁର୍ବ୍ୟବହାର କଲେ ୩ ମାସ ନୁହଁ ବରଂ ୬ ମାସ ପରଜନ୍ତ ଜେଲ୍ ଦଣ୍ଡାଦେଶ ମିଳିପାରେ ।

Advertisment
Drunk Driver
Advertisment
Advertisment