• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିନ୍ଦୀରେ ଏକ ଲୋକକଥା ଅଛି . . ଉଲଟା ଚୋର୍‌ କୋତୱାଲ କୋ ଡାଣ୍ଟେ । ଅର୍ଥାତ୍‌ ନିଜର ଭୁଲ୍‌ ସ୍ୱୀକାର ନକରି ଅନ୍ୟ ଉପରକୁ ଦୋଷ ଲଦିଦେବା । ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରାଇଭେଟ୍‌ ଚାକିରିରେ କେତେ ଯେ ଚ୍ୟାଲେଞ୍ଜଭରା ତାହା କାହାକୁ ଅଛପା ନାହିଁ । ପ୍ରତିଦିନ କଠିନ ପରିଶ୍ରମ କରିବା ପରେ ମଧ୍ୟ ଚାକିରି ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ନାହିଁ ।  ଏଭଳି ଅନିଶ୍ଚିତତା ପରିବେଶରେ ଆମେରିକାର ଏକ କମ୍ପାନୀ ୧୫ ବର୍ଷ ଧରି ଘରେ ବସିଥିବା ଜଣେ କର୍ମଚାରୀଙ୍କୁ ଦରମା ଦେଉଥିଲେ ବି ଓଲଟି ଏବେ କେସ୍‌ରେ ଫସିଛି ।

ସିଧାସଳଖ କହିବାକୁ କଲେ ବିନା କାମରେ କର୍ମଚାରୀ ଜଣକ ଚାକିରି କରୁଥିଲେ । ତାଙ୍କ ଠାରୁ କୌଣସି କାମ ଆଦାୟ ହେଉନଥିଲେ ସୁଦ୍ଧା କମ୍ପାନୀ ତାଙ୍କୁ ବାର୍ଷିକ ୫୫ ଲକ୍ଷ ଟଙ୍କା ପ୍ୟାକେଜ୍ ପ୍ରଦାନ କରୁଥିଲା । ହେଲେ ବର୍ତ୍ତମାନ କମ୍ପାନୀ ତାଙ୍କୁ ଇନକ୍ରିମେଣ୍ଟ୍‌ ଦେବାକୁ ସଫା ସଫା ମନା କରିଦେଇଛି । ଫଳରେ କର୍ମଚାରୀ ଜଣକ ଏନେଇ ଏକ ମକଦ୍ଦମା ଦାୟର କରିଛନ୍ତି ।

ପୂରା ଘଟଣା ଏମିତି . .

ଆମେରିକାର ଆଇବିଏମ୍‌ କମ୍ପାନୀରେ ଏପରି ଘଟଣା ଘଟିଛି । ୨୦୦୮ ମସିହାରୁ କମ୍ପାନୀର ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଇଆନ୍ କ୍ଲିଫୋର୍ଡ ଅସୁସ୍ଥତା କାରଣରୁ ଛୁଟି ନେଇଥିଲେ । ସେ ୧୫ ବର୍ଷ ପୂର୍ବେ ଅସୁସ୍ଥ ଥିବା ଦର୍ଶାଇ ଛୁଟି ନେଇଥିଲେ । ଆଉ ସେବେ ଠାରୁ ସେ ସିକ୍‌ ଲିଭ୍‌ରେ ଅଛନ୍ତି । ଆଉ ଅଫିସ୍‌ ଆସୁନାହାନ୍ତି କି କାମ କରୁନାହାନ୍ତି । ତାଙ୍କର ପ୍ରୋଫାଇଲ ଅନୁସାରେ ସେ ୨୦୧୩ ଠାରୁ Medical Retire ଅଛନ୍ତି ।

ସେ ଅସୁସ୍ଥ ଥିବା ଦର୍ଶାଇ ପ୍ରଥମେ ଏକ ବର୍ଷ ପାଇଁ ଛୁଟି ନେଇଥିଲେ । କମ୍ପାନୀର ସ୍ୱାସ୍ଥ୍ୟ ଯୋଜନା ଅନୁଯାୟୀ, ଏଭଳି ସ୍ଥିତିରେ କର୍ମଚାରୀ ୬୭,୩୦୦ ଡଲାର ଅର୍ଥାତ ପ୍ରତିବର୍ଷ ପ୍ରାୟ ୫୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ । ଆଉ ସ୍ୱାସ୍ଥ୍ୟ ବୀମା ଅଧୀନରେ ଏହି ଟଙ୍କା କର୍ମଚାରୀଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଦିଆଯିବ । କ୍ଲିଫଫୋର୍ଡ ସେପ୍ଟେମ୍ବର ୨୦୦୮ରେ ପ୍ରଥମ ଥର ପାଇଁ ଅସୁସ୍ଥ ଛୁଟି ନେଇଥିଲେ ଯାହା ୨୦୨୩ ପର୍ଯ୍ୟନ୍ତ ଚାଲିଥିଲା । ହେଲେ କମ୍ପାନୀର ସ୍ୱାସ୍ଥ୍ୟବୀମା ଏବେ ତାଙ୍କ ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି ।

କାରଣ କର୍ମଚାରୀ ଜଣକ ଆଦୌ ଅଫିସ୍‌ ନଆସି ମାସକୁ ମାସ ଟଙ୍କା ଉଠାଣ କରୁଛନ୍ତି । ବର୍ଷ ବର୍ଷ ଧରି ଟଙ୍କା ପ୍ରଦାନ ପରେ କମ୍ପାନୀ ଏବେ କର୍ମଚାରୀଙ୍କୁ ଇନକ୍ରିମେଣ୍ଟ୍ ଦେବାକୁ ରାଜି ନୁହେଁ । ଆଉ କମ୍ପାନୀର ଏପରି ନିଷ୍ପତ୍ତି କ୍ରମେ କ୍ଲିଫୋର୍ଡ ଆଇବିଏମ୍ ଉପରେ ମକଦ୍ଦମା ଦାୟର କରିଛନ୍ତି । କର୍ମଚାରୀଙ୍କୁ ସୁରକ୍ଷା ଦେବା କମ୍ପାନୀର ଦାୟିତ୍ୱ ବୋଲି ସେ ଓଲଟା ଯୁକ୍ତି ବାଢ଼ିଛନ୍ତି । ଯେଉଁମାନେ କାମ କରିବାକୁ ସକ୍ଷମ ନୁହଁନ୍ତି, ସେମାନେ ଚୁକ୍ତିନାମା ଅନୁଯାୟୀ ଟଙ୍କା ପାଇବା ଉଚିତ୍ ବୋଲି କହିଛନ୍ତି।