Advertisment

ମୋତେ ଦିଆଯାଇପାରେ ସ୍ଲୋ ପଏଜନ୍: ଇମ୍ରାନ

ଗିରଫ ହେବା ପରେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NAB ହାଜତରେ ଇମ୍ରାନଙ୍କ ପ୍ରଥମ ରାତି ଖୁବ୍ କଷ୍ଟରେ ବିତିଛି। ତାଙ୍କୁ ରାତି ସାରା ଶୋଇବାକୁ ନଦେଇ ନିର୍ଯାତନା ଦିଆଯାଇଥିବା ଏବଂ ଜେରା ବେଳେ ଗାଲକୁ ଚାପୁଡ଼ା ଓ ଗୋଡ଼ରେ ଭୀଷଣ ମାଡ଼ ମରାଯାଇଥିବା ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Imran Khan Arrest Updates

imran khan

Advertisment

ମୋତେ ଦିଆଯାଇପାରେ ସ୍ଲୋ ପଏଜନ୍। ହୋଇପାରେ ମୋ ହତ୍ୟା ଷଡ଼ଯନ୍ତ୍ର। ପାକିସ୍ତାନ ସୁପ୍ରିମକୋର୍ଟକୁ କିଛି ଏଭଳି ଆଶଙ୍କା ଜଣାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଗତକାଲି ଅତି ନାଟକୀୟ ଢଙ୍ଗରେ ପାକିସ୍ତାନ ରେଞ୍ଜର୍ସ କୋର୍ଟ ପରିସରରୁ ଗିରଫ କରିବା ପରେ, ଏହି ଗିରଫଦାରୀକୁ ବୈଧ ଦର୍ଶାଇଛନ୍ତି ଇସଲାମାବାଦ ହାଇକୋର୍ଟ। ତେବେ ଏହି ରାୟକୁ ଇମ୍ରାନ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ସହିତ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଗିରଫ କରିବା ପରେ ୨୪ ଘଣ୍ଟା ଯାଏଁ ୱାଶରୁମ କି ଟୟଲେଟ୍ ଯିବା ପାଇଁ ଦିଆଯାଇ ନାହିଁ। ତାଙ୍କ ଜୀବନକୁ ବିପଦ ଅଛି। ସ୍ଲୋ ପଏଜନ ଇଞ୍ଜେକସନ ଦେଇ ତାଙ୍କୁ ହତ୍ୟା କରାଯାଇପାରେ।

Advertisment

ସୂଚନା ଅନୁସାରେ, ଗିରଫ ହେବା ପରେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NAB ହାଜତରେ ଇମ୍ରାନଙ୍କ ପ୍ରଥମ ରାତି ଖୁବ୍ କଷ୍ଟରେ ବିତିଛି। ତାଙ୍କୁ ରାତି ସାରା ଶୋଇବାକୁ ନଦେଇ ନିର୍ଯାତନା ଦିଆଯାଇଥିବା ଏବଂ ଜେରା ବେଳେ ଗାଲକୁ ଚାପୁଡ଼ା ଓ ଗୋଡ଼ରେ ଭୀଷଣ ମାଡ଼ ମରାଯାଇଥିବା ଚର୍ଚ୍ଚା ହେଉଛି। ଆଜି ଇମ୍ରାନଙ୍କୁ ଇସଲାମାବାଦର ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୮ ଦିନିଆ ରିମାଣ୍ଡରେ ନେଇଛି NAB। ଆସନ୍ତା ୧୭ରେ ପରବର୍ତ୍ତୀ ଶୁଣାଣି ହେବ।ତେଣେ ତୋଷଖାନା ମାମଲାରେ କୋର୍ଟ ଇମ୍ରାନଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବା ପରେ, ତାଙ୍କ ଅଡ଼ୁଆ ଆହୁରି ବଢ଼ିଯାଇଛି।

ଇମ୍ରାନଙ୍କ ଗିରଫଦାରୀ ପ୍ରତିବାଦରେ ପାକିସ୍ତାନରେ ଉଗ୍ର ପିଟିଆଇ ସମର୍ଥକଙ୍କ ଆନ୍ଦୋଳନ ଜାରି ରହିଛି। ଦେଶବ୍ୟାପୀ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇବା ସହିତ ପୋଲିସ ଗାଡ଼ି ପୋଡ଼ାଜଳା ଓ ସର୍ବସାଧାରଣ ସଂପତ୍ତି ଭଙ୍ଗାରୁଜା କରିଛନ୍ତି । ରାୱଲପିଣ୍ଡି ସେନା ମୁଖ୍ୟାଳୟ ଏବଂ ଲାହୋର କୋର୍ କମାଣ୍ଡରଙ୍କ ଘରେ ଧସେଇ ପଶିବା ସହିତ ଭଙ୍ଗାରୁଜା ଓ ଲୁଟପାଟ୍ କରିଥିବା ଅଭିଯୋଗ ହୋଇଛି ।

Advertisment

କିଏ କୋର୍ମା, ଭେଣ୍ଡି ତରକାରୀ, କୋକ୍, ଫ୍ରିଜରୁ ଷ୍ଟ୍ରବେରୀ ତ ଆଉ କିଏ ମୟୂର ଚୋରାଇ ପଳାଉଥିବା ଭିଡିଓ ଭାଇରାଲ୍ ହେଉଛି। ଇସଲାମାବାଦ, ଲାହୋର,
କରାଚି, ପେଶାୱର ଆଦି ସହରରେ ମୁଖ୍ୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ପଞ୍ଜାବ ପ୍ରଦେଶ ସମେତ ଆଉ କିଛି ରାଜ୍ୟରେ ସେନା ମୁତୟନ ହୋଇଛି । ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୬୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ହଜାରେ ଜଣଙ୍କୁ ଆଇନ ଉଲ୍ଲଂଘନ ଅଭିଯୋଗରେ ଗିରଫ କରିଥିବା ଏବଂ ସଂଘର୍ଷରେ ୧୩୦ କର୍ମଚାରୀ ଆହତ ହୋଇଥିବା କହିଛି ପୋଲିସ।

ପୂରା ଦେଶରେ କର୍ଫ୍ୟୁ ଜାରି ହେବା ସହିତ ଗୁଜବ ରୋକିବା ପାଇଁ ୟୁଟ୍ୟୁବ, ହ୍ବାଟ୍ସଆପ୍, ଫେସବୁକ ଓ ଟ୍ବିଟର୍ ଆଦି ସୋସିଆଲ ମିଡିଆ ବନ୍ଦ ରଖାଯାଇଛି। ପାକିସ୍ତାନରେ ମାର୍ଶଲ ଲ' ବା ସେନା ଆଇନ ଲାଗୁ କରିବା ପାଇଁ ଯୋଜନା ଚାଲିଥିବା କୁହାଯାଉଛି । ତେଣେ ଦଳର ସୁପ୍ରିମୋ ଇମ୍ରାନ ଖାନ୍ ନମୁକୁଳିବା ଯାଏଁ ବିରୋଧ ପ୍ରଦର୍ଶନ ଜାରି ରଖିବାକୁ ସମର୍ଥକଙ୍କୁ ଡାକରା ଦେଇଛି ପିଟିଆଇ।

Advertisment

ପାକିସ୍ତାନ ରାଜନୈତିକ ଅସ୍ଥିରତା ଉପରେ ସାରା ବିଶ୍ୱ ନଜର ରଖିଥିବା ବେଳେ, ଆମେରିକା, ବ୍ରିଟେନ ଓ କାନାଡ଼ା ପକ୍ଷରୁ ପାକିସ୍ତାନରେ ଥିବା ନିଜ ନାଗରିକଙ୍କ ଲାଗି ଜାରି ହୋଇଛି ଟ୍ରାଭେଲ୍ ଆଡଭାଇଜରି । ଲୋକଙ୍କୁ ନିଜ ଆଖପାଖ ସ୍ଥିତି ସଂପର୍କରେ ସତର୍କ ରହିବା ପାଇଁ, ଭିଡ଼ ଓ ରାଜନୈତିକ କାର୍ଯ୍ୟକ୍ରମକୁ ନଯିବା ପାଇଁ ଏବଂ ସର୍ବଦା ପାଖରେ ପରିଚୟପତ୍ର ରଖିବାକୁ ପରାମର୍ଶ ଦିଆଯାଇଛି । ଭାରତ ମଧ୍ୟ ସ୍ଥିତି ଉପରେ କଡ଼ା ନଜର ରଖିଛି । ଖାସ୍ କରି ନିୟନ୍ତ୍ରଣ ରେଖା ବା ଏଲ୍ଓସି ଉପରେ ସତର୍କ ଦୃଷ୍ଟି ରଖିଛି ସେନା।

Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ