Advertisment

Indore Newlywed Mystery: ପୋଷ୍ଟର କହୁଛି, ମୁଁ ମରିନି, ମତେ ହତ୍ୟା କରାଯାଇଛି

ମେ ୨୩ରେ ପାହାଡି ଜିଲ୍ଲା ଚେରିପୁଞ୍ଜିଠାରୁ ଉଭୟ କୁଆଡେ ଗଲେ ତାର୍ ଖୋଜ ଖବର ମିଳିଲାନି। ହେଲେ ୧୧ ଦିନ ପରେ ରାଜ୍ ରଘୁବଂସୀଙ୍କ ମୃତଦେହ ମିଳିଥିବା ବେଳେ ଏଯାଏଁ ତାଙ୍କ ପତ୍ନୀ ସୋନମଙ୍କର କୌଣସି ପତ୍ତାମିଳୁନି।

ଅଦ୍ୟତନ ହୋଇଛି
 Honeymoon

Honeymoon

Advertisment

ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମ୍। ବାହାଘର ପରେ ଦୁହେଁ ନିଜର ହନିମୁନ୍ କାଟିବା ପାଇଁ ଗତ ମେ ୨୦ରେ ଯାଇଥିଲେ ମେଘର ସହର ମେଘାଳୟ। କିନ୍ତୁ ଏବେ ଘର ସାମ୍ନାରେ ଲାଗିଛି ପ୍ରତିବାଦର ପୋଷ୍ଟର। ପୋଷ୍ଟରରେ ଲେଖା ଅଛି ମୁଁ ମରିନି, ମତେ ହତ୍ୟା କରାଯାଇଛି। I Didn’t Die, I Was Killed। ଇନ୍ଦୋରର ଏ ଖବର ଏବେ ସବୁ ଆଡେ ଚର୍ଚ୍ଚାରେ ରହିଛି। ନବଦମ୍ପତ୍ତି ମେଘାଳୟ ଯିବାର ୩ ଦିନ ପରେ ନିଖୋଜ୍ ହୋଇ ଯାଇଥିବା ଜଣା ପଡିଲା।

Advertisment

ମେ ୨୩ରେ ପାହାଡି ଜିଲ୍ଲା ଚେରିପୁଞ୍ଜିଠାରୁ ଉଭୟ କୁଆଡେ ଗଲେ ତାର୍ ଖୋଜ ଖବର ମିଳିଲାନି। ହେଲେ ୧୧ ଦିନ ପରେ ରାଜ୍ ରଘୁବଂସୀଙ୍କ ମୃତଦେହ ମିଳିଥିବା ବେଳେ ଏଯାଏଁ ତାଙ୍କ ପତ୍ନୀ ସୋନମଙ୍କର କୌଣସି ପତ୍ତାମିଳୁନି।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

 ଏପଟେ ଆସିଛି ଆଉ ଏକ ସାଙ୍ଘାତିକ ତଥ୍ୟ। ରାଜଙ୍କ ପୋଷ୍ଟମର୍ଟମ୍ ରୁ ସ୍ପଷ୍ଟ ହୋଇଛି, ତାଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଗଛକାଟିବାରେ ବ୍ୟବହାର କରାଯାଉଥିବା କୌଣସି ଏକ ଅସ୍ତ୍ରରେ ରାଜଙ୍କ ଶରିରରେ ଗଭୀର ଆଘାତ ଲାଗିଛି। ଏହାକୁ ଭିତ୍ତିକରି ରାଜଙ୍କ ପରିବାର ଲୋକେ ଏହା ଏକ ହତ୍ୟା ଘଟଣା ବୋଲି ଦାବି କରିବା ସହିତ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଅଡି ବସିଛନ୍ତି।

Advertisment

ଏହାକୁ ନେଇ ରାଜ୍ ରଘୁବଂସୀଙ୍କ ବଡ ଭାଇ ସଚିନ୍ ରଘୁବଂସୀ କହିଛନ୍ତି, ମୋ ଭାଇକୁ ହତ୍ୟା କରାଯାଇଛି, ମୁଁ କେବଳ ଏତିକି ଚାହୁଁଛି, ଏ ରହସ୍ୟମୟ ଘଟଣାରୁ ପରଦା ହଟୁ, ସତ ସମ୍ନାକୁ ଆସୁ। ମୁଁ ମୋ ଭାଇକୁ ହରାଇଛି ହେଲେ ମୋ ଭାଇ ବୋହୂକୁ ରହାଇବାକୁ ଚାହୁଁନି। ମୋ ଭାଇ ବୋହୂକୁ କୌଣସି ମତେ ଜୀବନ୍ତ ଉଦ୍ଧାର କରାଯାଉ ବୋଲି ସଚିନ୍ ଦାବି କରିଛନ୍ତି।

ସଚିନ୍ କହିଛନ୍ତି, ମୋ ଭାଇ ଗଲାବେଳେ ମୋ ଠାରୁ ୱାଟର ପ୍ରୁଫ୍ ସ୍ମାର୍ଟୱାଚ୍ ନେଇ ଯାଇଥିଲା। ତାର ମୃତଦେହ ମିଳିଲା ବେଳେ ବି ସେ ସ୍ମାର୍ଟ ୱାଚ୍ ତା ହାତରେ ଥିଲା। ତେଣୁ ଏହା ତଦନ୍ତରେ ନିଶ୍ଚୟ ସହାୟ ହେବ। ମେଘାଳୟ ପୋଲିସର କହିବା କଥା ନବଦମ୍ପତ୍ତି ମେ ୨୨ ତାରିଖରେ ଏକ ଭଡା ସ୍କୁଟର ବ୍ୟବହାର କରୁଥିଲେ ଆଉ ସେମାନେ ଏକ ଗେଷ୍ଟ ହାଉସରେ ଥିଲେ, ସେଠାରୁ ସେମାନେ ଲିଭିଂ ରୁଟ୍ ବ୍ରିଜ ବାହାରିଥିଲେ।

Advertisment

ସେଠାରେ ମଧ୍ୟ ଗୋଟେ ରାତି କାଟି ଫେରିଥିଲେ। କିନ୍ତୁ ତା ପର ଦିନ ସିଲଂ ସୋରା ରୋଡ୍ ର ଏକ କାଫେ ପାଖରେ ତାଙ୍କ ସ୍କୁଟରଟି ପଡିଥିଲା ଏହାକୁ ଭିତ୍ତି କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ସୋରା ୱାଟରଫଲ୍ ପାଖରୁ ରାଜଙ୍କ ମୃତ ଦେହ ମିଳିଥିଲା। 

ଅଧିକ ପଢନ୍ତୁ : ପୁଅ ତ ଚାଲିଗଲା, ତା' ଶରୀରକୁ ଖଣ୍ଡ ଖଣ୍ଡ କରନି... ଆଖି ଓଦା କରିଦେବ ବାପାଙ୍କ କୋହଭରା କଥା

Murder Death Toll In Meghalaya Clashes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ