Advertisment

Sheikh Hasina on Survive From Conspiracy: ଫେସବୁକ୍ ପେଜ୍‌ରେ ବଡ଼ ଖୁଲାସା କଲେ ଶେଖ ହସିନା, କହିଲେ...

ପଦ ଯିବା ପରେ ଶେଖ ହସିନା ଓ ତାଙ୍କ ଭଉଣୀ ରେହାନା ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ । ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି ଶେଖ ହସିନା।

ଅଦ୍ୟତନ ହୋଇଛି
heikh Hasina alleges conspiracy to kill her and sister

Sheikh Hasina on surviving ‘conspiracy to kill her’ in Bangladesh

Advertisment

ଫେସବୁକ୍ ପେଜ୍ ମାଧ୍ୟମରେ ବଡ଼ ଖୁଲାସା କଲେ ଭାରତ ଶରଣରେ ରହିଥିବା ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀଶେଖ ହସିନା । ତାଙ୍କ ସହ ତାଙ୍କ ଭଉଣୀ ରେହାନାଙ୍କୁ ଛାତ୍ର ଆନ୍ଦୋଳନ ମାଧ୍ୟମରେ କେମିତି ଜୀଵନରୁ ଶେଷ କରିଦେବାକୁ ଯୋଜାନା ପ୍ରସ୍ତୁତ କରାଯାଇଥିଲା ଏବଂ ସେ ଓ ତାଙ୍କ ଭଉଣୀ କିପରି ଭାବରେ ଏହି ଷଡ଼ଯନ୍ତ୍ରରୁ ବଞ୍ଚିବା ସହ ଭାରତ ଆସିବାକୁ ସକ୍ଷମ ହେଲେ ସେ ନେଇ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ।

Advertisment

ଅଧିକ ପଢ଼ନ୍ତୁ: ହାତ ଗୋଡ଼ ବାନ୍ଧି ତତଲା ରଡ୍‌ରେ ପିଟିଲେ, ପରିସ୍ରା ପିଆଇଲେ, ଶେଷରେ ଚପଲ ମାଳ ପିନ୍ଧାଇ ବୁଲାଇଲେ...

ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ନିଜ ଫେସବୁକ୍ ପେଜ୍ 'ବାଂଲାଦେଶ ଆୱାମୀ' ରେ ଏକ ଅଡିଓ ବାର୍ତ୍ତା ଜାରି କରି କୋହଭରା କଣ୍ଠରେ ତାଙ୍କ ମୃତ୍ୟୁ ପାଇଁ ରଚାଯାଇଥିବା ସ୍ୱତନ୍ତ୍ର ଷଡ଼ଯନ୍ତ୍ରର ସବିଶେଷ ତଥ୍ୟ ପ୍ରକାଶ କରିଛନ୍ତି ହସିନା ।

Advertisment

ହସିନାଙ୍କ କହିବା ଅନୁସାରେ ତାଙ୍କୁ ମାରିବା ପାଇଁ ଏହା ପ୍ରଥମ ଷଡଯନ୍ତ୍ର ନଥିଲା ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଉଦ୍ୟମ କରାଯାଇଛି କିନ୍ତୁ ସେ ଆଲ୍ଲାଙ୍କ ଆଶୀର୍ବାଦ କାରଣରୁ ବଞ୍ଚିଯାଇଛନ୍ତି ।

ସେ କହିଛନ୍ତି ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଛାତ୍ରମାନଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପାଇଁ ସେ କ୍ଷମତାରୁ ହଟିବା ପରେ ତାଙ୍କୁ ଏବଂ ତାଙ୍କ ଭଉଣୀ ରେହାନାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ।

Advertisment

ତେବେ ପଦ ଯିବା ପରେ ସେ ଏବଂ ତାଙ୍କ ଭଉଣୀ ରେହାନା , ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆଲ୍ଲାଙ୍କ ଦୟାରୁ ୨୦୦୪ ମସିହା ଅଗଷ୍ଟ ୨୧ ରେ ହୋଇଥିବା କୋଟାଲିପାରା (Kotalipara) ଭୟଙ୍କର ବୋମା ବିସ୍ପୋରଣ ଏବଂ ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ହୋଇଥିବା ଷଡଯନ୍ତ୍ରରୁ ବଞ୍ଚିଯାଇଛନ୍ତି । ସେ କହିଛନ୍ତି, ଆଲ୍ଲା ବୋଧହୁଏ ତାଙ୍କୁ ଦେଶ ପାଇଁ ଆହୁରି କାମ କରିବାକୁ ଜୀବିତ ରଖିଛନ୍ତି ।

୨୦୨୪ ମସିହାର ଅଗଷ୍ଟ ମାସରେ ବାଂଲାଦେଶରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନ ଏକ ସପ୍ତାହ ଧରି ଚାଲିବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜର କ୍ଷମତା ହରାଇଥିଲେ । ଏହି ଆନ୍ଦୋଳନରେ ୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାଂଲାଦେଶରେ ବର୍ତ୍ତମାନ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଶାସନ ଭାର ଗ୍ରହଣ କରିଛି ।

ବର୍ତ୍ତମାନ ହସିନା ବାଂଲାଦେଶରେ ୱାଣ୍ଟେଡ ଲିଷ୍ଟରେ ରହିଛନ୍ତି। ଅନ୍ୟପଟେ ଜାନୁଆରୀ ୬ ତାରିଖରେ ବାଂଲାଦେଶର କୋର୍ଟ ୭୭ ବର୍ଷୀୟା ହସିନାଙ୍କ ବିରୁଦ୍ଧରେ ଦ୍ୱିତୀୟ ଗିରଫ ପରୱାନା ଜାରି କରିଥିବା ବେଳେ ଭାରତ ଶରଣରେ ରହିଛନ୍ତି ହସିନା ।

ଅଧିକ ପଢ଼ନ୍ତୁ: ଉଚ୍ଚତା ୭ ଫୁଟ୍, ବଡି ବିଲଡର ଭଳି ଚେହେରା; ମହାକୁମ୍ଭର ଆକର୍ଷଣ ‘ମସ୍କୁଲାର୍ ବାବା’

Bangladesh Bangladesh PM Sheikh Hasina Sheikh Hasina Social Media Bangladesh PM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ