Advertisment

ଭାରତ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ?

ପରାଗ ଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ ? କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା . . .

author-image
Prangyan Parimita
twitter

twitter

ନୂଆଦିଲ୍ଲୀ : ଟ୍ୱିଟର ସିଇଓଙ୍କ ଦରମା କେତେ ? ବାର୍ଷିକ ସେ କେତେ ଟଙ୍କା ପାଆନ୍ତି ? ବୋନସ ସହ ଆଉ କି କି ସୁବିଧା ପାଆନ୍ତି ଟ୍ୱିଟର ସିଇଓ ? ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ ହେବା ପରେ ଏମିତି ଅନେକ ଚର୍ଚ୍ଚା ଜୋର ଧରିଛି।

Advertisment

ରାଜସ୍ଥାନର ଆଜମେରରେ ଜନ୍ମିତ ପରାଗ ଅଗ୍ରୱାଲଙ୍କୁ ଟ୍ୱିଟରର ବୋର୍ଡ କମ୍ପାନୀ ସିଟିଓ ନୂଆ ସିଇଓ ନିଯୁକ୍ତ କରିଛନ୍ତି । ଗତ ନଭେମ୍ବର ୨୯ ତାରିଖ ସୋମବାର ସେ ନୂଆ ଦାଇତ୍ୱ ନେବା ସହ କମ୍ପାନୀର ନୂଆ ଦରମା ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି । କମ୍ପାନୀ ଫାଇଲିଙ୍ଗ ଅନୁସାରେ ପରାଗ ଅଗ୍ରୱାଲଙ୍କୁ ବାର୍ଷିକ ୧ ମିଲିୟନ ଡଲାର ଅର୍ଥାତ ସାଢେ ୭ କୋଟିରୁ ଅଧିକ ଟଙ୍କା ଦରମା ଦେବାକୁ ସ୍ଥିର ହୋଇଛି । ଏହାକୁ ଛାଡି ପରାଗ ଅଗ୍ରୱାଲଙ୍କୁ ବୋନସ ସହ ପ୍ରତିବନ୍ଧିତ ସେୟାର ୟୁନିଟ ସମେତ ପ୍ରାୟ ୯୩ କୋଟି ଟଙ୍କାର ପ୍ରଦର୍ଶନ ଆଧାରିତ ଷ୍ଟକ ୟୁନିଟ ମଧ୍ୟ ଦିଆଯି ବ।

ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ଟ୍ୱିଟରର ସିଇଓ ପଦ ଛାଡିବା ପରେବି ଜ୍ୟାକ ଡୋର୍ସି ପରାଗ ଅଗ୍ରୱାଲଙ୍କୁ ଖୁବ ପ୍ରଶଂସା କରିଛନ୍ତି । ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ପରାଗ ଥିଲେ । ଯିଏ କମ୍ପାନୀ ବଢିବାରେ ବହୁତ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି ଜ୍ୟାକ । ତେବେ ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ ହେବା ପରେ ମାଇକ୍ରୋସଫ୍ଟର ସତ୍ୟ ନାଡେଲା, ଆଲଫାବେଟର ସୁନ୍ଦର ପିଚାଇ, ଆଇବିଏମର ଅରବିନ୍ଦ କୃଷ୍ଣା ଓ ଏଡୋବ ଶାନ୍ତନୁ ନାରାୟଣଙ୍କ ଭଳି ଭାରତର ଗ୍ଲୋବାଲ୍ ଟେକ୍ ସିଇଓ ତାଲିକାରେ ଯୋଡି ହୋଇଛନ୍ତି।

Advertisment

୨୦୧୧ ମସିହାରୁ ଟ୍ୱିଟର ସହ ଯୋଡି ହୋଇଥିଲେ ପରାଗ ଅଗ୍ରୱାଲ । ଏହା ପୂର୍ବରୁ ପରାଗ ୟାହୁ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀରେ କାମ କରିଥିଲେ । ଆଇଆଇଟି ମୁମ୍ବାଇରୁ ଇଞ୍ଜିନିୟରିଂ କରିବା ପରେ ପରାଗ ଆମେରିକା ଷ୍ଟାନଫୋର୍ଡ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସରେ ପିଏଚଡି କରିଥିଲେ । ୨୦୧୧ରେ ଟ୍ୱିଟର ସହ ଯୋଡି ହେବା ପରେ ୨୦୧୭ରେ ତାଙ୍କୁ ଚିଫ ଟେକ୍ନିଲୋଜି ଅଫିସର ବା ସିଟିଓ ପଦବୀ ମିଳିଥିଲା ।

ଦେଖିବାକୁ ବେଶ ସାଧାସିଧା ୩୭ ବର୍ଷର ପରାଗ ଅଗ୍ରୱାଲ ଏବେ କାଲିଫର୍ଣ୍ଣିଆରେ ରହୁଛନ୍ତି । ୨୦୧୬ରେ ବିନୀତା ଅଗ୍ରୱାଲଙ୍କୁ ବିବାହ କରିଥିବା ପରାଗଙ୍କର ଗୋଟିଏ ପୁଅ ରହିଛି ।

Parag Agrawal Twitters New CEO
Advertisment
Advertisment