Advertisment

Pakistan Army Chief Meets Trump: ଟ୍ରମ୍ପଙ୍କୁ ଭେଟିଲେ ମୁନୀର; ଦୀର୍ଘ ଦିନ ପରେ ଆମେରିକାରେ ନଜର ଆସିଲେ ପାକ୍ ସେନା ମୁଖ୍ୟ

ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର । ୨୪ ବର୍ଷ ଭିତରେ ମୁନୀର୍ ପ୍ରଥମ ସେନା ମୁଖ୍ୟ ଯିଏ, ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

ଅଦ୍ୟତନ ହୋଇଛି
Pakistan Army Chief Meets Trump at White House

Pakistan Army Chief Meets Trump at White House

Advertisment

ହ୍ବାଇଟ୍ ହାଉସରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପାକ ସେନା ମୁଖ୍ୟ ମୁନୀରଙ୍କ ଗୁରୁତ୍ବପୂର୍ଣ୍ଣ ଭେଟଘାଟ ହୋଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଅସୀମ ମୁନୀରଙ୍କୁ ଭେଟିବା ମୋ ପାଇଁ ସମ୍ମାନର ବିଷୟ । ଯୁଦ୍ଧ ସମାପ୍ତ କରିଥିବାରୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଥିଲି । ତେବେ ଭାରତ ଓ ପାକିସ୍ତାନ ସହ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଥିବା ଟ୍ରମ୍ପ ସୂଚନା ଦେଇଛନ୍ତି। ଦୁଇ ପରମାଣୁ ଶକ୍ତିଶାଳୀ ଦେଶ ଯୁଦ୍ଧ ଜାରି ନ ରଖିବା ନିଷ୍ପତ୍ତି ବୁଦ୍ଧିମତାରେ ପରିଚୟ ଦିଏ ବୋଲି ସେ କହିଛନ୍ତି । ଟ୍ରମ୍ପ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ସେ ଅସୀମଙ୍କ ସହ ଇରାନ ବିଷୟରେ କଥା ହୋଇଛନ୍ତି । ସେମାନେ ଇରାନକୁ ଭଲ ଭାବରେ ଜାଣିଛନ୍ତି । ଇରାନରେ ଏବେ ଯାହା ସବୁ ଘଟୁଛି, ସେମାନେ ତାହା ଦେଖୁଛନ୍ତି । ସେମାନେ ସେଥିରେ ଖୁସି ନୁହଁନ୍ତି । ତେଣୁ ସେ ମୋ ସହିତ ସହମତ ଅଛନ୍ତି ।

Advertisment

ଅଧିକ ପଢନ୍ତୁ: ଯୁଦ୍ଧବିରତି ତୁଳନାରେ ପ୍ରକୃତ ସମାପ୍ତି ହିଁ ଶ୍ରେୟସ୍କର, ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କୁ ସହଜରେ ମାରିପାରିବୁ: ଟ୍ରମ୍ପ

ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆମେରିକାକୁ ଯାଇଛନ୍ତି ପାକ୍ ସେନା ମୁଖ୍ୟ। ଯାହାକୁ ନେଇ ସାରା ବିଶ୍ବର ନଜର ରହିଛି। ପାକିସ୍ତାନର ପରମାଣୁ ବୋମା ସହାୟତାରେ ଇସ୍ରାଏଲକୁ ଜବାବ ଦେବ ବୋଲି କହିଥିଲା ଇରାନ। ଆଉ ଏହି ବୟାନର ଦୁଇ ଦିନ ପରେ ଆମେରିକାର ନିମନ୍ତ୍ରଣରେ କୁଆଡ଼େ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନୀର୍ ୱାସିଂଟନ୍ ପହଞ୍ଚିଛନ୍ତି। ବିଶେଷଜ୍ଞଙ୍କ ମତରେ ଇରାନକୁ ଚେକ୍ ମେଟ୍ ଦେବାକୁ ଟ୍ରମ୍ପ ଯୋଜନା କରିଛନ୍ତି। ସେପଟେ ଭାରତର ‘ଅପରେସନ୍ ସିନ୍ଦୂର’ରେ ଘାଇଲା ହୋଇଥିବା ପାକିସ୍ତାନ ସେନାର ମୁଖିଆ ମୁନୀର୍ ଏତେ ଦିନ ଧରି ଲୁଚି ବୁଲିବା ପରେ ଶେଷରେ ଆମେରିକାରେ ନଜର ଆସିଛନ୍ତି।

Advertisment

ସୂଚନାଯୋଗ୍ୟ, ଜେନେରାଲ ଅସୀମ ମୁନୀର ହେଉଛନ୍ତି ୨୪ ବର୍ଷ ଭିତରେ ପ୍ରଥମ ସେନା ମୁଖ୍ୟ ଯିଏ, ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ତାଙ୍କ ପୂର୍ବରୁ ୨୦୦୧ରେ ସେତେବେଳେ ସାମରିକ ମୁଖ୍ୟ ଥିବା ଜେନେରାଲ ପରବେଜ ମୁଶାରଫ ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଅସୀମଙ୍କ ଏହି ଆମେରିକା ଗସ୍ତ ସମୟରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ‘ପାକିସ୍ତାନୀଓଁ କେ କାତିଲ’ ଓ ‘ଇସଲାମାବାଦ କେ କାତିଲ’ ସ୍ଲୋଗାନରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଅଧିକ ପଢନ୍ତୁ: ଗଣହତ୍ୟାକାରୀ ଅସୀମ ମୁନିର, ଆମେରିକାରେ ଶୁଭିଲା ଲଜ୍ଜା ଲଜ୍ଜା....

Pakistan US President Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ