• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଅ ଖେଳନା ନଭାଙ୍ଗି କ୍ଷତିପୂରଣ ଦେଲେ ବାପା । ସପିଂ ମଲରେ ପୁଅ ଖେଳନା ଭାଙ୍ଗି ଦେବା ଅଭିଯୋଗ କରିବା ପରେ ହଂକଂର ଜଣେ ବ୍ୟକ୍ତିଙ୍କୁ ୩ ଲକ୍ଷ ୩୦ ହଜାର କ୍ଷତିପୂରଣ ଦେଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ସୁନାରଙ୍ଗର ୧.୮ ମିଟର ଉଚ୍ଚତା ବିଶିଷ୍ଟ ଏକ ବଡ଼ ଖେଳନା ମଲରେ ଭଙ୍ଗା ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖାଯାଇଛି । ଆଉ ପାଖରେ ଧୀରସ୍ଥିର ଭାବରେ ଛିଡ଼ା ହୋଇଛି ଏକ କୁନି ପୁଅ ।

ହଂକଂର ଚେଙ୍ଗ ଗତ ରବିବାର ସନ୍ଧ୍ୟାରେ ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ଲାଙ୍ଗହମ୍ ପ୍ଲେସ୍ ମଲକୁ ଯାଇଥିଲେ । ହେଲେ ଏକ କଲ୍ ଆସିବାରୁ ସେ କିଛି ସମୟ ପାଇଁ ମଲ୍‌ ବାହାରକୁ ଯାଇଥିଲେ । ଆଉ ସେହି ସମୟରେ ଏକ ଜୋରଦାର ଶବ୍ଦ ହୋଇଥିଲା । ପଛକୁ ଚାହିଁବା ସମୟରେ ସେ ଦେଖିଲେ କୁନି ପୁଅ ଏକ ବଡ଼ ଭଙ୍ଗା ଖେଳନା ପାଖରେ ଛିଡ଼ା ହୋଇଛି । ୧.୮ ମିଟର ଉଚ୍ଚ ଖେଳନାର ମୁଣ୍ଡ ଭାଙ୍ଗି ତଳେ ପଡ଼ିଛି । କୁନି ପୁଅଟି ପାଖରେ ଧୀରସ୍ଥିର ଭାବରେ ଛିଡ଼ା ହୋଇ ଖେଳନାକୁ ଚାହିଁ ରହିଛି ।

ତେବେ ଏହି ଘଟଣା ପରେ ବଡ଼ ପୁଅ ଖେଳନାକୁ ଗୋଇଠା ମାରି ଖେଳନା ଭାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ମଲ୍‌ କର୍ତ୍ତୃପକ୍ଷ । କାଳେ ଭୁଲରେ ପୁଅ ଖେଳନା ଭାଙ୍ଗି ଦେଇଥିବା ଭାବି ସେ ମଧ୍ୟ କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିଲେ ଚେଙ୍ଗ । ଫଳରେ ଭାରତୀୟ ମୁଦ୍ରାରେ ସେ ମଲକୁ ୩,୩୦,୧୬୭ ଟଙ୍କା ଦେଇଥିଲେ ।

ହେଲେ ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସେ ଅସଲ କଥା ଜାଣିପାରିଥିଲେ । ପୁଅ ଖେଳନା ଭାଙ୍ଗି ନଥିବା ଭିଡିଓରେ ଜଣାପଡ଼ିଥିଲା । ତାଙ୍କୁ ଖାଲି ଖାଲିରେ ଟଙ୍କା ଗଣିକି ଆସିବାକୁ ପଡ଼ିଲା । ତେବେ ଏହି ଘଟଣା ପରେ ତାଙ୍କ ପୁଅ ଅତ୍ୟନ୍ତ ମର୍ମାହତ ହୋଇଥିବା ସହ ସ୍କୁଲ ଯିବା ପାଇଁ ମନା କରୁଥିବା ସେ କହିଛନ୍ତି । କୁନି ପୁଅ ମନରେ ଗଭୀର ଆଘାତ ଲାଗିଛି ।

ତେବେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସୋସିଆଲ ମିଡିଆ ୟୁଜର ସଂପୃକ୍ତ ମଲ୍‌ ବିରୋଧରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ଚେଙ୍ଗଙ୍କୁ ଜାଣିଶୁଣି ଫସାଇଥିବା କୁହାଯାଉଛି ।