Advertisment

ଲେବାନନ୍‌ରେ ନରସଂହାର; ପେଜର୍ ପରେ ୱାକିଟକି ବ୍ଲାଷ୍ଟ୍, ୨୦ମୃତ

ପେଜର୍‌ ବିସ୍ଫୋରଣରୁ ୨୪ଘଣ୍ଟା ନପୂରୁଣୁ ଏବେ ୱାକିଟକି ବିସ୍ଫୋରଣ ହୋଇଛି। ଗତକାଲି ପେଜର୍‌ ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୱାକିଟକି ବିସ୍ଫୋରଣରେ ୨୦ଜଣ ଆଖିବୁଜିଛନ୍ତି।

ଅଦ୍ୟତନ ହୋଇଛି
Hezbollah Walkie Talkie Blasts

Walkie-Talkie Explosion

Advertisment

ଲେବାନନ୍‌ରେ ଆତଙ୍କ। ପେଜର୍‌ ବିସ୍ଫୋରଣରୁ ୨୪ଘଣ୍ଟା ନପୂରୁଣୁ ଏବେ ୱାକିଟକି ବିସ୍ଫୋରଣ ହୋଇଛି। ଗତକାଲି ପେଜର୍‌ ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୱାକିଟକି ବିସ୍ଫୋରଣରେ ୨୦ଜଣ ଆଖିବୁଜିଛନ୍ତି। ତେବେ ଲେବାନନରେ ଥିବା ହିଜବୁଲ୍ଲାର ପ୍ରମୁଖ ବ୍ୟକ୍ତିଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରିଛି ହିଜବୁଲ୍ଲା ।

Advertisment

ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ଏବଂ ହିଜବୁଲ୍ଲାର ଦୁର୍ଗ ଭାବରେ ପରିଗଣିତ ହୋଇଥିବା ବେକା ଉପତ୍ୟକାରେ ୱାକି-ଟକି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ପେଜର୍ ବ୍ଲାଷ୍ଟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଇଥିବା ବେଳେ ଏହି ବିସ୍ଫୋରଣ ହୋଇଛି। ବେରୁଟର ଅନେକ ଘରେ ମଧ୍ୟ ବିସ୍ଫୋରଣ ହୋଇଛି।

ଅଧିକ ପଢ଼ନ୍ତୁ: ଲେବାନନ୍‌ରେ ମୃତ୍ୟୁର ବ୍ଲୁ ପ୍ରିଣ୍ଟ ରଚିଥିଲା ଇସ୍ରାଏଲ ! ଜାଣନ୍ତୁ ପେଜର୍‌ ବ୍ଲାଷ୍ଟର ପୂରା କାହାଣୀ…

Advertisment

ଏହି ଆକ୍ରମଣରେ ହିଜବୁଲ୍ଲାର କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ ନଷ୍ଟ ହୋଇଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ୱାକିଟକି ଉପକରଣ ବିସ୍ଫୋରଣ ହେବା ପରେ ହିଜବୁଲ୍ଲାର ଅନେକ ସୈନ୍ୟ ତଳେ ପଡ଼ିଯାଇଛନ୍ତି। ତେବେ ଲଗାତାର ବିସ୍ଫୋରଣ ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ହିଜବୁଲ୍ଲା ବିରୁଦ୍ଧରେ ମୋସାଦ ଗୁପ୍ତଚର ଅପରେସନ୍ ପାଇଁ ଇସ୍ରାଏଲ ଏହି ପେଜରରେ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା। ରିପୋର୍ଟରେ କୁହାଯାଇଛି ଯେ କିଛି ଦିନ ପୂର୍ବରୁ ହିଜବୁଲ୍ଲା ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ଓ ୱାକିଟକି ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ଓ ୱାକିଟକି ପଠାଇଥିଲା।

Advertisment

କିନ୍ତୁ ଲେବାନନରେ ପହଞ୍ଚିବା ପୂର୍ବରୁ ଏଥିରେ ଟ୍ୟାମ୍ପରିଂ ଏବଂ ସେଥିରେ ବିସ୍ଫୋରକ ସାମଗ୍ରୀ ଲଗାଯାଇଥିବା କୁହାଯାଉଛି। ସବୁ ସାମଗ୍ରୀ ଏପ୍ରିଲ୍ ରୁ ମେ ମଧ୍ୟରେ ଡେଲିଭର ହେବାର ଥିଲା। ମାତ୍ର ଏହି ସମୟରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲାହ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଥିଲା। ତେଣୁ ଇସ୍ରାଏଲ୍ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି।

ତେବେ ହିଜବୁଲ୍ଲାର ଯୋଗାଯୋଗ ବ୍ୟବସ୍ଥା ଉପରେ ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି । ଗତ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ତେବେ ଇସ୍ରାଇଲ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ହିଜବୁଲ୍ଲା ସୈନିକଙ୍କୁ ଏବେ ପେଜର ବ୍ୟବହାର କରିବାକୁ ବାରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ଆତଙ୍କ ଖେଳାଇଲା ପେଜର ବୋମା, ମୋବାଇଲ ଯୁଗରେ ପେଜର ମାଧ୍ୟମରେ ବିସ୍ଫୋରଣ କାହିଁକି ?

Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ