Advertisment

Israeli Hostages With a Gift Bag: ହମାସ ଆତଙ୍କୀ ଦେଲେ ଉପହାର; ବ୍ୟାଗରେ କ’ଣ ଅଛି ?

ସେପଟେ ଇସ୍ରାଏଲ ମିଡ଼ିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଜାରେ ରହଣୀ ସମୟରେ ୩ ମହିଳାଙ୍କ କିଛି ଫଟୋ ବ୍ୟାଗରେ ରହିଛି। ତେବେ ଉପହାର ବ୍ୟାଗକୁ ନେଇ ସନ୍ଦେହ ବଢ଼ିଛି।

ଅଦ୍ୟତନ ହୋଇଛି
Hamas

Hamas

Advertisment

ଇସ୍ରାଏଲ୍‌ ଓ ହମାସ୍‌ ଆକାଶରେ ବର୍ଷେରୁ ଅଧିକ ସମୟ ଧରି ହୋଇଥିଲା ନିଆଁ ବର୍ଷା। ଚାଲିଥିଲା ଘମାଘୋଟ୍‌ ଲଢ଼େଇ। ଆଉ ଏଥିରେ ଯାଇଛି ଲକ୍ଷାଧିକ ଲୋକଙ୍କ ଜୀବନ। ଯୁଦ୍ଧର ଧ୍ୱଂସ ସ୍ତୁପ ଭିତରେ ଜୀବନ ଜିଉଁଥିବା ନାଗରିକଙ୍କୁ ଅପହରଣ କରାଯାଇଥିଲା। ଆଉ ସେମାନଙ୍କୁ ପଣବନ୍ଦୀ କରି ରଖିଥିଲା। ୪୭୧ ଦିନର ଯନ୍ତ୍ରଣା ପରେ ଉଭୟ ଦେଶ ପଣବନ୍ଦୀଙ୍କୁ ପର୍ଯ୍ୟାୟ କ୍ରମେ ଛାଡୁଛନ୍ତି। ହମାସ ଆତଙ୍କୀ ଛାଡ଼ିଥିବା ଇସ୍ରାଏଲ୍‌ର ୩ ପଣବନ୍ଦୀଙ୍କୁ ଦେଇଛନ୍ତି ଉପହାର। ସେହି ଉପହାର ପେପର ବ୍ୟାଗରେ କ’ଣ ଅଛି?

Advertisment

୪୭୧ ଦିନର ପଣବନ୍ଦୀ ପରେ ରବିବାର ଅମାସ ଆତଙ୍କୀ ୩ ଇସ୍ରାଇଲ୍‌ ମହିଳାଙ୍କୁ ଛାଡ଼ିଛନ୍ତି। ସେମାନଙ୍କୁ ଗାଜାରେ ରେଡ୍‌କ୍ରସ୍‌କୁ ହସ୍ତାନ୍ତର କରିଛନ୍ତି ହମାସ ଆତଙ୍କୀ। ତା’ପରେ ସେମାନେ ନିଜ ଜନ୍ମମାଟିକୁ ଫେରିଛନ୍ତି। ପଣବନ୍ଦୀରୁ ମୁକ୍ତି ପାଇଥିବା ୩ ମହିଳା ହେଲେ ରୋମୀ ଗୋନେନ, ଡୋରନ୍‌ ଷ୍ଟେନ୍‌ବ୍ରିଚର ଓ ଇମିଲି ଡାମାରି। ଘରକୁ ଫେରିବା ପରେ ଖୁସି ପ୍ରକଟ କରିଛନ୍ତି। ଏଥିପାଇଁ ମଧ୍ୟସ୍ଥି ସାଜିଥିବା ପ୍ୟାରିସ୍‌କୁ ଧନ୍ୟବାଦ ଦେଇଛନ୍ତି ମୁକ୍ତି ପାଇଥିବା ମହିଳାଙ୍କ ପରିବାର ଲୋକ।

ଅଧିକ ପଢ଼ନ୍ତୁ: ଜ୍ୱର ପରେ ବାହାରୁଛି ଝାଳ, ଚାଲିଯାଉଛି ଜୀବନ, କାରଣ ଖୋଜି ପାଉନାହାନ୍ତି ସରକାର

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ୪୭୧ ଦିନର ପଣ ବନ୍ଦୀ ପରେ ହମାସ ଆତଙ୍କୀ ଛାଡ଼ିଥିବା ମହିଳାଙ୍କୁ ଦେଇଥିବା ବ୍ୟାଗରେ କ’ଣ ଅଛି? ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ରୋମୀ(ମୁକ୍ତି ପାଇଥିବା)ଙ୍କ ପରିବାର ଲୋକେ CNNକୁ କହିଛନ୍ତି, ହମାସ ଆତଙ୍କବାଦୀ ଦେଇଥିବା ବ୍ୟାଗରେ ପ୍ରମାଣପତ୍ର, ଏକ ନେକଲେସ୍‌ ଓ କିଛି ଫଟୋ ରହିଛି। ଇସ୍ରାଇଲ୍‌ ସେନା ଏହି ଉପହାର ବ୍ୟାଗକୁ ନେଇ ଯାଞ୍ଚ କରୁଛି।

ଅଧିକ ପଢ଼ନ୍ତୁ: କାହିଁକି ସୁପ୍ରିମକୋର୍ଟ କହିଲେ, ଅତୁଲଙ୍କ ପୁଅ ରହିବ…

ସେପଟେ ଇସ୍ରାଇଲ ମିଡ଼ିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସରେ ଗାଜାରେ ରହଣୀ ସମୟରେ ୩ ମହିଳାଙ୍କ କିଛି ଫଟୋ ବ୍ୟାଗରେ ରହିଛି। ତେବେ ଉପହାର ବ୍ୟାଗକୁ ନେଇ ସନ୍ଦେହ ବଢ଼ିଛି। ଏପରି ଉପହାର ଦେଇ ହମାସ ଯୁଦ୍ଧରେ ଅପରାଜୟ ହୋଇଛି ବୋଲି ଦେଖାଇବାକୁ ଚାହୁଁଛି ବୋଲି ଇସ୍ରାଇଲ ସେନା ପକ୍ଷରୁ କୁହାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ଆଗାମୀ ୬ ଦିନ ଭିତରେ ହମାସ ଆଉ ୩୩ ଜଣ ଇସ୍ରାଇଲ ବନ୍ଧକଙ୍କୁ ଛାଡ଼ିବ। ଠିକ୍‌ ସେମିତି ଇସ୍ରାଇଲ୍‌ ୨୦୦୦ ପାଲେଷ୍ଟାଇ ପଣବନ୍ଦୀଙ୍କୁ ଛାଡ଼ିବ।

Israeli PM Benjamin Netanyahu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ