• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆଇସକ୍ରିମ ପ୍ରେମୀଙ୍କ ପାଇଁ ଖୁସି ଖବର

  • ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’

  • ୨ ଟି ଆକର୍ଷଣୀୟ ଫ୍ଲେବରରେ ମିଳିବ ଏହି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’

ଆଇସ୍‌କ୍ରିମ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ । ଆପଣମାନେ କେବେ ଶୁଣିଛନ୍ତି କି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ । ଖୁବ୍‌ ଶୀଘ୍ର ଏହି ଆଇସ୍‌କ୍ରିମ୍‌ଟି କେବଳ ବଡ ମାନଙ୍କ ପାଇଁ ହିଁ ଉପଲବ୍ଧ ହେବ । ଯାହାକୁ ଖାଇଲେ ଗ୍ରାହକଙ୍କ ମନ ଓ ଆତ୍ମା ଉଭୟ ଶାନ୍ତି ହେଇଯିବ । ଆଇସ୍‌କ୍ରିମ୍‌ର ସବୁଠୁ ବଡ କମ୍ପାନୀ ଭାବେ ବିବେଚନା କରାଯାଉଥିବା ହାଗେନ୍-ଡାଜ୍ (Häagen-Dazs) ଏହି ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌କୁ ତିଆରି କରିଛନ୍ତି । ଯାହାକୁ କେବଳ ବଡମାନଙ୍କ ପାଇଁ ହିଁ ତିଆରି କରାଯାଇଛି । ଛୋଟପିଲାମାନଙ୍କୁ ଏହି ଆଇସ୍‌କ୍ରିମ୍‌ ଖାଇବା ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କାରଣ ଏହି ଆଇସ୍‌କ୍ରିମ୍‌ଟିକୁ ଖାଇଲାମାତ୍ରେ ନିଶା ହୋଇଯାଇଥାଏ ।

ହାଗେନ୍-ଡାଜ୍ ଆଇସ୍‌କ୍ରିମ୍‌ କମ୍ପାନୀ ପକ୍ଷରୁ ବଜାରରେ ଏହି ଆଇସ୍‌କ୍ରିମ୍‌ର ଦୁଇଟି ଫ୍ଲେବରକୁ ଲଞ୍ଚ କରିଛନ୍ତି । ସାଧାରଣ ଆଇସ୍‌କ୍ରିମ୍‌ର ସ୍ୱାଦରୁ ଏହି ଦୁଇଟି ଫ୍ଲେବର ଆଇସ୍‌କ୍ରିମ୍‌ର ସ୍ୱାଦ ଭିନ୍ନ ଅଟେ । କାରଣ କମ୍ପାନୀ ଏହି ଆଇସ୍‌କ୍ରିମ୍‌ରେ ଆଲ୍‌କୋହଲ୍‌ର ବ୍ୟବହାର କରିଛି । ଚଳିତ ମାସରେ ହିଁ ଏହି ମଜାଦାର ଆଇସ୍କ୍ରିମକୁ ଲଞ୍ଚ କରାଯିବ । । ଡେଲି ମେଲର ତଥ୍ୟ ଅନୁଯାୟୀ, କମ୍ପାନୀ ନିଜ କୋଜି କକଟେଲ କଲେକ୍ସନ୍ (Cozy Cocktail Collection) ଭଳି କେବଳ ବଡ ଲୋକଙ୍କ ପାଇଁ ହିଁ ଏହି ଫ୍ଲେବରକୁ ଉପଲବ୍ଧ କରିଛି ।

୨ ଟି ଆକର୍ଷଣୀୟ ଫ୍ଲେବରରେ ମିଳିବ ଏହି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’

‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’କୁ ଲଣ୍ଡନର କକ୍ଟେଲ୍‌ ୱିକ୍‌ରେ ଲଞ୍ଚ କରାଯିବ । ଏହି ଦୁଇଟି ଫ୍ଲେବର ମଧ୍ୟରୁରେ ଗୋଟିଏ ରୁମ୍ ସଲ୍ଟେଡ୍ କାରାମେଲ ଆଣ୍ଡ ବିସ୍କୁଟ୍ (Rum Salted Caramel and Biscuit) ହୋଇଥିବାବେଳେ ଅନ୍ୟଟି ହେଉଛି ଆଇରିସ୍ ୱିସ୍କି ଆଣ୍ଡ ଚକୋଲେଟ୍ ୱାଫଲ୍ (Irish Whiskey and Chocolate Waffle) । ଗ୍ରାହକମାନେ ଏହି ଆଇସ୍‌କ୍ରିମ୍ ଖାଇଲା ପରେ ସେମାନଙ୍କୁ ସାମାନ୍ୟ ନିଶା ହେବ ହେଲେ ସମ୍ପୂର୍ଣ୍ଣ ନିଶା ହେବନାହିଁ । ଏହି ଦୁଇଟି ଆଇସ୍‌କ୍ରିମ୍‌ ଫ୍ଲେବରର ପ୍ରତି ପ୍ୟାକେଟ୍‌ରେ କେବଳ ୦.୫ ପ୍ରତିଶତ ଆଲ୍‌କୋହୋଲ୍‌ର ବ୍ୟବହାର କରାଯାଇଛି । ଯାହାର ଗୋଟିଏ ବକ୍ସ ଆଇସ୍‌କ୍ରିମ୍‌ର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ରଖାଯାଇଛି ।

Alcoholic Ice Cream

ଆଇସ୍କ୍ରିମ୍ ଏବଂ ଆଲ୍‌କୋହଲ୍‌ର କମ୍ୱିନେସନ୍‌ର ସ୍ୱାଦ

ଏହି ଆଇସ୍‌ କ୍ରିମ୍‌ ସାଧାରଣ ଆକାରର ସହ ଛୋଟ ପ୍ୟାକେଟ୍‌ରେ ମଧ୍ୟ ଉପଲବ୍ଧ ହେବ । ପୂର୍ବରୁ ମଧ୍ୟ ହାଗେନ୍-ଡାଜ୍ ବ୍ରାଣ୍ଡର ସ୍ପିରିଟ୍‌ କଲେକ୍‌ସନ୍‌ ମଧ୍ୟ ଗ୍ରାହକମାନଙ୍କର ମନ କିଣିଇଥିଲା । ଯାହାକୁ ୨୦୨୦ ରେ ଲଞ୍ଚ କରାଯାଇଥିଲା । ଆମେରିକୀୟ ଆଇସ୍କ୍ରିମ୍ ତିଆରି ବ୍ରାଣ୍ଡର ରୋଜ୍‌ ଆଣ୍ଡ କ୍ରିମ୍ ଫ୍ଲେବରର ଆଇସ୍‌କ୍ରିମ୍‌ କୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ହାଗେନ୍-ଡାଜ୍‌ କମ୍ପାନୀକୁ ନ୍ୟୁୟର୍କ ସହରରେ ୧୯୬୦ ମସିହାରେ ଖୋଲାଯାଇଥିଲା । ଲଞ୍ଚ ହେବାର ପ୍ରଥମ ପ୍ରର୍ଯ୍ୟାୟରେ କମ୍ପାନୀ କେବଳ ଭାନିଲା, ଚକୋଲେଟ୍ ଏବଂ କଫି ସ୍ୱାଦର ଆଇସ୍କ୍ରିମ୍ ତିଆରି କରୁଥିଲା । ହେଲେ ବର୍ତ୍ତମାନ ଏହି କମ୍ପାନୀ ଆଇସ୍‌କ୍ରିମ୍‌ କମ୍ପାନୀମାନଙ୍କ ମଧ୍ୟରୁ ଏକ ଟପ୍‌ ବ୍ରାଣ୍ଡରେ ପରିଣତ ହୋଇଛି । ବର୍ତ୍ତମାନ ଏହି ଆଇସ୍‌କ୍ରିମ୍‌ ସୁଆଦର ମଜା ନେବା ପାଅଁ ଆଇସକ୍ରିମ ପ୍ରେମୀମାନେ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।

ICECREAM