• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra
George WoodvilleGeorge Woodville

ଦୁନିଆରେ ଏମିତି ବି ଲୋକ ଅଛନ୍ତି । ଯିଏ କି ଏଭଳି ଉଦ୍ଭଟ ଚିନ୍ତା ଧାରା ରଖନ୍ତି । ଆମେ ଆଜି ଆପଣଙ୍କୁ ଯାହା କହିବାକୁ ଯାଉଛୁ, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ବ୍ୟକ୍ତି ଧନୀ ହେବା ପାଇଁ ଏମିତି ଏକ ପନ୍ଥା ଆପଣାଇଛନ୍ତି, ଯାହା ଶୁଣିଲେ ଆପଣଙ୍କୁ ବିଶ୍ୱାସ କରିବା ପାଇଁ କଷ୍ଟ ହେବ ।

ଗତ ୧୦ ମାସ ହେବ ସେ ପାଦରେ ଚପଲ ପିନ୍ଧୁ ନାହାନ୍ତି । କାରଣ ତାଙ୍କର ଲକ୍ଷ ରହିଛି ସେ ଜଣେ ବଡ଼ ଧନୀ ହେବ । ଆଉ ପାଦରେ ଚପଲ ନପନ୍ଧିଲେ ହିଁ ସେ ଖୁବ୍‌ ଶୀଘ୍ର ବଡ଼ ଧନୀ ହୋଇପାରିବେ । ଏଭଳି ଚିନ୍ତାଧାରା ଲୋକଙ୍କ ପାଖରେ ରହିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ଆମେ କହୁଛୁ ୨୦ ବର୍ଷିୟ ଜର୍ଜ ଉଡ୍‌ଭାଇଲ୍‌ଙ୍କ କଥା । ସେ ନିଷ୍ପତ୍ତି ନେଇଛନ୍ତି ଯେ, ନିଜର ସମସ୍ତ ଜୋତା ଚପଲ ଫିଙ୍ଗିଦେବେ । ଆଉ ମୃତ୍ୟୁ ପର୍ଯ୍ୟନ୍ତ ନିଜ ପାଦରେ ଜୋତା ଚପଲ ପିନ୍ଧିବେ ନାହିଁ । 

ତେବେ କଥା ସେତିକିରେ ସରି ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସେ ଏବେ ଯୁଆଡ଼େ ବି ଯାଉଛନ୍ତି ଖାଲି ପାଦରେ ଯାଉଛନ୍ତି । ଆଉ ସେହି ଅପରିସ୍କାର ପାଦର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଆଉ ବିଶ୍ୱାସ ରଖିଛନ୍ତି ଯେ, ତାଙ୍କର ଏହି ଖାଲି ପାଦ ଫଟୋ ହିଁ ଦିନେ ତାଙ୍କୁ ଧନୀ କରିବ । ଆଉ ସେହି ପାଦ ଫଟୋ ପୋଷ୍ଟ କରି ସେ ସେଥିରୁ ରୋଜଗାର କରିବେ । 

ଦିନେ ଜର୍ଜ ନିଜ ପରିବାର ସହ ଛୁଟି କାଟିବା ପାଇଁ ଯାଇଥିଲେ । ସେହି ଛୁଟି କାଟିବା କାର୍ଯ୍ୟକ୍ରମ ସରିବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ଆଉ ତାଙ୍କର ଏହି ନିଷ୍ପତ୍ତି କିଛି ମାତ୍ରାରେ ସଫଳ ହୋଇଛି କହିଲେ ଭୁଲ ହେବ ନାହିଁ । କାରଣ ଏବେ ଜର୍ଜଙ୍କ କହିବାନୁଯାୟୀ, ନିଜ ପାଦ ଫଟୋ ପୋଷ୍ଟ କରି ସେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏହି ସିଲ୍‌ସିଲା ଆଗକୁ ଜାରି ରଖିବେ ବୋଲି ସେ କହିଛନ୍ତି । ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ ଚପଲ କିମ୍ବା ଜୋତା ପିନ୍ଧିବେ ନାହିଁ ।

 

ଏହାରି ଭିତରେ ସେ ସୋସିଆଲ ମିଡିଆରେ ଏକ ପେଜ୍‌ ଖୋଲିଛନ୍ତି । ଯାହାର ନାଁ ରହିଛି ଓନ୍‌ଲି ଫ୍ୟାନ୍‌ସ । ଟିକ୍‌ଟକ୍‌ରେ ନିଜର ପାଦ ପୋଷ୍ଟ କରିବା ପରେ ତାଙ୍କୁ ଅନେକ ଲୋକ ଅନେକ ପ୍ରଶ୍ନ କରିଥିଲେ । ତାଙ୍କ ଆଇଡିରେ ଏନ୍‌ଗେଜ୍‌ମେଣ୍ଟ ବଢ଼ିଥିଲା । ଏହାପରେ ସେ ଓନ୍‌ଲି ଫ୍ୟାନ୍‌ସ ନାଁରେ ଏକ ପେଜ୍ ଖୋଲିଥିଲେ । ପ୍ରଥମ ମାସରେ ହିଁ ସେ ୧୦୦ ପାଉଣ୍ଡ ରୋଜଗାର କରିଛନ୍ତି ଏହି ଓନ୍‌ଲି ପ୍ୟାନ୍‌ସ ପେଜ୍‌ରୁ । ଜର୍ଜ ଆହୁରି କହିଛନ୍ତି ଯେ, ତାଙ୍କୁ ସୋସିଆଲ ମିଡିଆରେ ପ୍ରଥମେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ସେହି ଭିତରେ ବି ଅନେକ ଲୋକ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଏଭଳି ପଦକ୍ଷେପ ସେ କହିଁକି ନେଇଛନ୍ତି ସେନେଇ ଜାଣିବାକୁ ଲୋକଙ୍କ ଢ଼େର ଆଗ୍ରହ ଦେଖିଥିଲେ ଜର୍ଜ । ଏହାପରେ ତାଙ୍କ ଯାତ୍ରା ଏବେ ଧିରେ ଧିରେ ସଫଳତା ଆଡ଼କୁ ଗତି କରୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now