• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସୁନାର ଶ୍ରୀଲଙ୍କା ଶ୍ରୀହୀନ ହୋଇପଡ଼ିଛି । ଚୀନ୍ ପାଇଁ ଋଣଗ୍ରସ୍ତ ହୋଇଥିବା ଦେଶକୁ ମୋଦି ସରକାର ମୁକ୍ତହସ୍ତରେ ସାହାଯ୍ୟ କରିଛନ୍ତି । ଆଉ ଏଥିପାଇଁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଭାରତକୁ “ବଡ ଭାଇ” ଭାବେ ଅଭିହିତ କରିବା ସହ ସାହାଯ୍ୟ ପଠାଇ ଥିବାରୁ ପ୍ରଶଂସା କରିଛନ୍ତି । ଏଥିସହ ଏପରି ବିପଦ ସମୟରେ ଭାରତ ପରି ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏପଟେ ଗତକାଲି ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ପୁଣି ୭୬ ହଜାର ଟନ୍ ଇନ୍ଧନ ପଠାଯାଇଛି ।

ଆକାଶଛୁଆଁ ଦର ଯୋଗୁଁ ଶ୍ରୀଲଙ୍କାବାସୀଙ୍କ ସ୍ଥତି ବର୍ତ୍ତମାନ ଅତି ଦୟନୀୟ ବୋଲି କହିଛନ୍ତି ଜୟସୁରିୟା । ମୁଠାଏ ଦାନା ପାଇଁ ଲୋକେ ସଂଘର୍ଷ କରୁଥିବାରୁ ରାଜରାସ୍ତାରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା । ସେହିଭଳି ଗହମ କିଲୋ ପିଛା ଦର ୧୯୦, ଚିନି ୨୪୦ ଓ କ୍ଷୀରଗୁଣ୍ଡ କିଲୋ ପ୍ରତି ୧୯ଶହ ଟଙ୍କା ପାର ହୋଇଛି ।

ଦେଶରେ ଗ୍ୟାସ ଠାରୁ ଆରମ୍ଭ କରି ବିଜୁଳି ଓ ଖାଦ୍ୟାଭାବ ଦେଖାଦେଇଛି । ଲୋକମାନେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ପାଇଁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ଖରାପ ପ୍ରଭାବିତ ହୋଇଛି । ବର୍ତ୍ତମାନ କ୍ଷମତାରେ ଥିବା ସରକାର ଏହାର ଉତ୍ତରଦାୟିତ୍ୱ ନେବା ଦରକାର ବୋଲି ସେ କହିଛନ୍ତି ।

ତେବେ ଶ୍ରୀଲଙ୍କାର ବିପଦ ସମୟରେ ସାହାଯ୍ୟ କରିଥିବାରୁ ଭାରତକୁ ବଡ଼ ଭାଇ କହି ସମ୍ମାନ ଜଣାଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଏବେ ନୁହେଁ ସବୁ ସମୟରେ ପଡ଼ୋଶୀ ହିସାବରେ ଭାରତ ସବୁବେଳେ ସହାୟତା କରିଆସୁଛି । ଏଥିପାଇଁ ଆସେ ମେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆର୍ଥିକ ସଙ୍କଟ ଭିତରେ ଦେଶରେ ଗମ୍ଭୀର ହେବାର ଲାଗିଛି ରାଜନୈତିକ ସଙ୍କଟ ।

ଦେଶର ଏ ଦୁଃସ୍ଥିତି ପାଇଁ ଲୋକେ କ୍ଷମତାଶୀନ ସରକାରକୁ ଦାୟୀ କରି ଦେଶବ୍ୟାପୀ ବିକ୍ଷୋଭ ଓ ନାରାବାଜୀ କରୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ କର୍ଫ୍ୟୁ, ଜରୁରୀକାଳୀନ ସ୍ଥିତି ଲାଗୁ କରିଛନ୍ତି ସରକାର । ମୌଳିକ ସାମଗ୍ରୀ ହାସଲ କରିବାରେ ଲୋକମାନେ ସମସ୍ୟା ଭୋଗୁଛନ୍ତି । ତେଣୁ ଭାରତ ପରି ଅନ୍ୟ ଦେଶଗୁଡ଼ିକ ସହାୟତା ପ୍ରଦାନ କଲେ ଏଥିରୁ ମୁକୁଳିବା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।