Advertisment

Pakistan's False Claims: ଭୟରେ ମିଛଗପ ଶୁଣାଉଥିଲା ପାକିସ୍ତାନ; ଧରାପଡ଼ିଗଲା

ମିଛ କହୁଛି ପାକିସ୍ତାନ। ପରେ ତଥ୍ୟ ପ୍ରମାଣ ନଦେଇ ଲୋକହସା ହେଉଛି। ଭାରତର ୫ ଯୁଦ୍ଧ ବିମାନ ଖସାଇଥିବା ନେଇ ମିଛ ପ୍ରଚାର କରୁଥିଲା ପାକିସ୍ତାନ। ହେଲେ ଭାରତୀୟ ବିମାନ ମାରି ଖସାଇବାର ପ୍ରମାଣ ଦେଇପାରିଲେନି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌।

ଅଦ୍ୟତନ ହୋଇଛି
pakistan

pakistan

Advertisment

ମିଛ କହୁଛି ପାକିସ୍ତାନ। ପରେ ତଥ୍ୟ ପ୍ରମାଣ ନଦେଇ ଲୋକହସା ହେଉଛି। ଭାରତର ୫ ଯୁଦ୍ଧ ବିମାନ ଖସାଇଥିବା ନେଇ ମିଛ ପ୍ରଚାର କରୁଥିଲା ପାକିସ୍ତାନ। ହେଲେ ଭାରତୀୟ ବିମାନ ମାରି ଖସାଇବାର ପ୍ରମାଣ ଦେଇପାରିଲେନି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ପ୍ରମାଣ କରିପାରିଲେନି ଆସିଫ୍‌।

Advertisment

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

ଚ୍ୟାନେଲ ପକ୍ଷରୁ ୫ ବିମାନ ମାରି ଖସାଇଥିବାର ତଥ୍ୟ ମଗାଯାଇଥିଲା । ତଥ୍ୟ ନଦେଇପାରି ବାଚାଳାମୀ କରିଥିଲେ ଆସିଫ୍‌। ନ୍ୟୁଜ ଚ୍ୟାନେଲକୁ ଶୁଣାଇଥିଲେ ମନଗଢ଼ା ଗପ। ୫ ବିମାନ ଖସାଇଥିବା ସୋସିଆଲ ମିଡିଆରେ ପ୍ରଚାର ହେଉଥିବା କହିଥିଲେ ଆସିଫ୍‌। ଖସିଥିବା ବିମାନର ସମସ୍ତ ଅଂଶବିଶେଷ କାଶ୍ମୀରରେ ପଡ଼ିଛି ବୋଲି ମଧ୍ୟ କହିଥିଲେ।

Advertisment

ଭାରତୀୟ ସୋସିଆଲ ମିଡିଆରେ ଏପରି ଖବର ବାଜୁଥିବା କହିଥିଲେ। ହେଲେ ପାକିସ୍ତାନ କେମିତି ବିମାନ ମାରି ଖସାଇଲା ପଚାରିବାରୁ କହିପାରି ନଥିଲେ।

ଅନ୍ତର୍ଜାତୀୟ ସୀମା ଠାରୁ ୧୦୦ କିମି ଦୂରରେ ଥିବା ପାକିସ୍ତାନର ବାହାବଲପୁରରେ ଭାରତୀୟ ସେନା ମିସାଇଲ ମାଡ଼ କରିବା ଇସଲାମାବାଦର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପହଲଗାମ ହମଲା ପରେ ଭାରତର ପାଲଟା ଜବାବ ନିଶ୍ଚିତ ଥିବା ପାକିସ୍ତାନ ଜାଣିଥିଲା। ଏଥିପାଇଁ ପାକିସ୍ତାନ ଆଲର୍ଟରେ ରହିବା ସହ ଏୟାର ଡିଫେନ୍ସ ସିଷ୍ଟିମକୁ ଆକ୍ଟିଭେଟ କରିଥିଲା।

Advertisment

ତଥାପି ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନରେ ପଶି ସଫଳତା ହାସଲ କରିଥିବାରୁ ଇସଲାମାବଦର ଚିନ୍ତା ବଢ଼ି ଯାଇଛି। ପାକିସ୍ତାନ ସେନା ଓ ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ୁଥିବା ବେଳେ ଏବେ ମିଛର ପ୍ରଚାର ଆରମ୍ଭ କରିଛି ଇସଲାମାବାଦ।

ଅପରେସନ ସିନ୍ଦୂରର କିଛି ସମୟ ପରେ ପାକିସ୍ତାନ କହିଛି ଯେ ଭାରତର ଷ୍ଟ୍ରାଇକର ଉଚିତ ଜବାବ ଦିଆଯାଇଛି। ପାକିସ୍ତାନର ପାଲଟା ଆକ୍ରମଣରେ ଭାରତର ୫ଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି। ପାକିସ୍ତାନ ସେନା ଭାରତର ଗୋଟିଏ ବ୍ରିଗେଡ ମୁଖ୍ୟାଳୟ ସମେତ ଏକାଧିକ ଚେକପୋଷ୍ଟକୁ ଧ୍ୱଂସ କରି ଦେଇଛନ୍ତି ବୋଲି ଦାବି କରିଥିଲା ପାକିସ୍ତାନ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Airstrike India Pakistan War Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ