• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫ୍ଲାଇଟ୍ ଟିକେଟ୍ ବହୁତ ମହଙ୍ଗା ହୋଇଥାଏ । ଏହା ସମସ୍ତେ ଜାଣନ୍ତି । କିନ୍ତୁ ଯଦି ଆପଣ ଏହି ଟିକେଟକୁ ଶସ୍ତାରେ ପାଇବେ ତେବେ ନିଶ୍ଚୟ ଖୁସି ହେବେ। ଆଜ୍ଞା ହଁ ଆମେ ଯାହା କହୁଛୁ ସତ କହୁଛୁ । ଗୁଗୁଲ ଏମିତି ଏକ ଫିଚର ଆଣିଛି ଯେଉଁଥିରେ ଆପଣ ସବୁଠାରୁ ଶସ୍ତା ଫ୍ଲାଇଟ୍‌ ଟିକେଟ କେମିତି ମିଳିବ, ସେ ବାବଦରେ ଖୁବ୍ ସହଜରେ ଜାଣିପାରିବେ । ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ । 

ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାୟତଃ ଦେଖନ୍ତି ଯେ ବିଭିନ୍ନ କାରଣରୁ ବିମାନ ଭଡା ବୃଦ୍ଧି କିମ୍ବା ହ୍ରାସ ପାଇଥାଏ । ଏମିତିକି ଅନେକ ଯାତ୍ରୀ ବିମାନ ଟିକେଟ ବୁକ୍ କରିବା ପୂର୍ବରୁ ଭଡା ହ୍ରାସ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଯେଉଁମାନେ ଏଭଳି ଟିକେଟ ଶସ୍ତା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ସେମାନଙ୍କ ପାଇଁ ଗୁଗୁଲ ଫ୍ଲାଇଟ୍‌ସ ଆଣିଛି ଏକ ନୂଆ ଫିଚର । ଏହି ସପ୍ତାହରେ ଏହି ଫିଚର ଲଞ୍ଚ ହେବାକୁ ଯାଉଛି ।

ଏହି ଫିଚର ସାହାଯ୍ୟରେ ଯାତ୍ରୀମାନେ ଅତି ସହଜରେ ଜାଣିପାରିବେ, କେଉଁ ଫ୍ଲାଇଟ୍‌ କେତେବେଳେ କେତେ ଟଙ୍କାରେ ଟିକେଟ ଦେଉଛି । ସେଥିରୁ ଯାତ୍ରୀମାନେ ଖୁବ୍‌ ସରଳ ଭାବେ ଜାଣିପାରିବେ ତାଙ୍କ ପାଇଁ କେଉଁ ସମୟରେ ଗଲେ ଟିକେଟ ଶସ୍ତା ରହିବ । ଖାଲି ସେତିକି ନୁହେଁ, ଯଦି ଆପଣ ଟିକେଟ ବୁକ୍‌ କରି ସାରିବା ପରେ ଟିକେଟର ଦାମ୍‌ କମିଲା, ତେବେ ଗୁଗୁଲ ଫ୍ଲାଇଟ୍‌ ପକ୍ଷରୁ, ଆପଣ ଅଧିକ ପୈଠ କରିଥିବା ଅର୍ଥ ଫେରସ୍ତ ପାଇବେ ।

ଏହା ବ୍ୟତୀତ ଗୁଗୁଲ୍ ଫ୍ଲାଇଟ୍‌ସରେ ହିଷ୍ଟୋରିକାଲ ଟ୍ରେଡ୍ ଏବଂ ଡାଟା ଯୋଡ଼ା ଯାଉଛି । ଯାହାଦ୍ୱାରା କେଉଁ ସମୟରେ କେଉଁ ସ୍ଥାନକୁ ଫ୍ଲାଇଟ୍‌ ଟିକେଟ କେତେ ଶସ୍ତା ରହିବ ବା ମହଙ୍ଗା ରହିବ, ତାହା ମଧ୍ୟ ଯାତ୍ରୀ ଖୁବ୍‌ ସହଜରେ ଜାଣିପାରିବେ । ଗୁଗୁଲ୍ ଫ୍ଲାଇଟ୍‌ସର ଏହି ଫିଚର ଯାତ୍ରୀମାନଙ୍କୁ ଏହା ମଧ୍ୟ କହିବ ଯେ, କେତେବେଳେ ବିମାନ ଟିକେଟ ବୁକ୍ କରିବା ସେମାନଙ୍କ ପାଇଁ ଉପଯୁକ୍ତ ହେବ ।

ଏହା ବ୍ୟତୀତ, ଯଦି ଆପଣ ଗୁଗୁଲ୍ ଫ୍ଲାଇଟ୍‌ସରେ ପ୍ରାଇସ୍ ଟ୍ରାକିଂ ସିଷ୍ଟମ୍‌କୁ ଅନ୍‌ କରନ୍ତି । ତେବେ ଆପଣଙ୍କୁ ଫ୍ଲାଇଟ୍‌ ଟିକଟ ରେଟ୍‌ କମିବା ମାତ୍ରେ ନୋଟିଫିକେସନ୍‌ ଆସିବ । ଗୁଗୁଲ୍ ଫ୍ଲାଇଟ୍ ସାହାଯ୍ୟରେ, ଆପଣ ଏକ ନିର୍ଦ୍ଦିଷ୍ଟ ଦିନ କିମ୍ବା ତାରିଖ ପାଇଁ ପ୍ରାଇସ୍‌ ଟ୍ରାକିଂ ସିଷ୍ଟମ୍ ଟର୍ନ୍ ଅନ୍ କରିପାରିବେ । ତେବେ ଏହି ଫିଚର ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଗୁଗୁଲରେ ସାଇନ୍ ଇନ୍ କରିବାକୁ ପଡିବ ।