• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ରୁର Google । ଘଟଣା ଶୁଣିବା ପରେ ଲୋକେ ଏଭଳି କହୁଛନ୍ତି। ସାଧାରଣତଃ କୌଣସି ମଣିଷ ଉଦ୍ଦେଶ୍ୟରେ ଏ ଶବ୍ଦ ବ୍ୟବହାର ହେଉଥିଲେ ହେଁ ଗୁଗଲ ଏବେ କର୍ମଚାରୀଙ୍କ ପାଇଁ କ୍ରୁରତାର ସବୁ ସୀମା ପାର୍‌ କରିସାରିଛି । ଆଇଟି କ୍ଷେତ୍ରରେ ଗତ କିଛି ମାସ ଧରି ହଜାର ହଜାର କର୍ମଚାରୀ ଚାକିରି ହରାଉଥିବା ଶୁଣିବାକୁ ମିଳିଛି । ଏବେ ଚାକିରି ହରାଇବା ପରେ କର୍ମଚାରୀମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ମଧ୍ୟରେ ନିଜର ଯନ୍ତ୍ରଣା ବଖାଣୁଛନ୍ତି । କିଛି କର୍ମଚାରୀ ଏପରି ଅଛନ୍ତି, ଯେଉଁମାନେ ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ଏକ ବଡ କମ୍ପାନୀରେ କାମ କରିଛନ୍ତି , ତଥାପି ସେମାନଙ୍କୁ ହଠାତ୍ ବରଖାସ୍ତ କରାଯାଇଛି । ଗୁଗୁଲ ଏପର୍ଯ୍ୟନ୍ତ କମ୍ପାନୀରୁ ହଜାର ହଜାର କର୍ମଚାରୀଙ୍କୁ ବରଖାସ୍ତ କରିଛି । ଏହି କ୍ରମରେ ଏପରି ଏକ ଖବର ଆସୁଛି ଯାହା ଅତି ଲଜ୍ଜାଜନକ କହିଲେ ଚଳେ ।

ଗୁଗୁଲରେ ବର୍ଷ ବର୍ଷ ଧରି 'ଭିଡିଓ ପ୍ରଡକ୍ସନ୍ ମ୍ୟାନେଜର' ଭାବରେ କାମ କରୁଥିବା ଜଣେ କର୍ମଚାରୀ କର୍କଟ ରୋଗରେ ପୀଡିତ ଥିବା ମା’ଙ୍କ ସେବାଯତ୍ନ ପାଇଁ ଛୁଟିରେ ଥିବାବେଳେ ତାଙ୍କୁ ବରଖାସ୍ତ କରାଯାଇଛି । କର୍ମଚାରୀ ଜଣକ ନିଜ ଲାପଟପରୁ ଲଗ୍ ଇନ୍ କରୁବାକୁ ଚେଷ୍ଟା କରିବା ପରେ ହଠାତ୍‌ ତାଙ୍କ ଆକାଉଣ୍ଟ ଡିଲିଟ ହୋଇଯାଇଥିବା ଦେଖିଥିଲେ । 

କର୍ମଚାରୀ ପଲ୍‌ ବେକର୍‌ ଏସମ୍ପର୍କରେ ଲିଙ୍କଡଇନ୍‌ରେ ନିଜ ଦୁଃଖ ବଖାଣିଛନ୍ତି । ଏବେ ଗୁଗଲ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ବେଳେ ସମସ୍ତେ ନିଜ ନିଜ ଦୁଃଖ ବାଣ୍ଟିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ମା’ କ୍ୟାନସର୍‌ ରୋଗରେ ପୀଡ଼ିତ ଥିବାରୁ ତା’ର ସେବାଯନ୍ତ୍ର ପାଇଁ ସେ ଛୁଟିରେ ଯାଇଥିଲେ । ଯେଉଁ ସମୟରେ ତାଙ୍କ ପାଇଁ ଟଙ୍କା ଅଧିକ ଜରୁରୀ ଥିଲା, ସେହି ସମୟରେ ହିଁ ହାତ ଛାଡ଼ିଦେଲା କମ୍ପାନୀ ।

ହେଲେ ତାଙ୍କର ଚାକିରି ଚାଲିଯିବ ବୋଲି ସେ କେବେ ଚିନ୍ତା କିରନଥିଲେ । କାରଣ ଗୁଗଲର ରେଭେନ୍ୟୁ ଡିପାର୍ଟମେଣ୍ଟରେ ସେ କାମ କରୁଥିଲେ । ହେଲେ ଦୁର୍ଭାଗ୍ୟ ଖର୍ଚ୍ଚକାଟ କରିବା ପାଇଁ ଗୁଗଲ ବାହାର କରିଥିବା ୧୨୦୦୦ କର୍ମଚାରୀଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ସାମିଲ ଅଛି ।