ରାତି ୨ଟାରେ ଝିଅକୁ କ୍ଷୀର ପିଆଉଥିଲେ, ହଠାତ୍‌ ଆସିଲା ଛଟେଇ ମେସେଜ୍‌

କର୍ମଚାରୀ ଜଣଙ୍କ ପିତୃତ୍ୱ ଛୁଟିରେ ଥିଲେ ।

Google engineer got laid off

କେବେ ଚିନ୍ତା କରିଛନ୍ତି କି ? ଆପଣ ଛୁଟିରେ ରହିଥିବେ ହେଲେ ଆପଣଙ୍କ ଚାକିରି ଚାଲିଯିବ । ଆପଣଙ୍କର କ’ଣ ଭୁଲ ରହିଛି ଆପଣ ଜାଣିନଥିବେ । ଆପଣଙ୍କ ଉପରେ ପୁରା ପରିବାର ନିର୍ଭର କରୁଥିବ । ସବୁ କିଛି ଆପଣ ସମ୍ଭାଳୁଥିବେ ।

ହେଲେ ଚାକିରି ଚାଲିଯିବା ପରେ ଆପଣଙ୍କର ଆଉ ଆପଣଙ୍କ ପରିବାରର କ’ଣ ହେବ ? ଭାବୁଥିବେ ଆମେ ଆପଣଙ୍କୁ ଏପରି କାହିଁକି କହୁଛୁ । ଆଜ୍ଞା ହଁ ଏମିତି କିଛି ଘଟିଛି ଜଣେ ବାପାଙ୍କ ଜୀବନରେ । ଛୁଟିରେ ଥିବା ବେଳେ ଆସିଛି ଚାକିରି ଚାଲିଯିବାର ଖବର ।

ଅଧିକ ପଢ଼ନ୍ତୁ: କ୍ୟାନସର୍‌ ପୀଡ଼ିତ ମା’ର ସେବା ପାଇଁ ଛୁଟିରେ ଥିଲେ, ଫେରିବା ପୂର୍ବରୁ ଛଟେଇ କଲା Google

ଏପରି ଏକ ଘଟଣା ଘଟିଛି ଜଣେ ଗୁଗଲ କର୍ମଚାରୀ ନିଚୋଲାଶ ଦୁଫାଉଙ୍କ କ୍ଷେତ୍ରରେ । ସେ ଗୁଗୁଲ୍‌ରେ ଜଣେ ଇଂଜିନିଅର ଭାବେ କାମ କରୁଥିଲେ।  ସୂଚନା ଅନୁଯାୟୀ କର୍ମଚାରୀ ଜଣଙ୍କ ପିତୃତ୍ୱ ଛୁଟିରେ ଥିଲେ । ତାଙ୍କର ଏକ କୁନି ଝିଅକୁ ରାତି ୨ଟା ସମୟରେ ଖାଦ୍ୟ ଖୁଆଇଦେଉଥିଲେ ।

ସେହି ସମୟରେ ତାଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ ଏକ ମେସେଜ ଆସିଥିଲା । ପରେ ସହ କର୍ମଚାରୀ ମାନେ ତାଙ୍କୁ ଏନେଇ ମଧ୍ୟ ଖବର ଦେଇଥିଲେ । ଯାହାକୁ ନେଇ ନିଚୋଲାଶ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

ପରେ ପରେ କର୍ମଚାରୀ ଜଣକ ଚାକିରି ଚାଲିଯିବାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏପରି ଚାକିରି ଚାଲିଯିବା ଦୁଃଖଦାୟକ ନିଶ୍ଚୟ । ମୁଁ ରାତି ଦୁଇଟାରେ ଏନେଇ ଖବର ପାଇଥିଲି । ଯାହା ମତେ ଭୀଷଣ କଷ୍ଟ ଦେଇଥିଲା । ହେଲେ ମୋ ପାଖରେ ମୋର ପତ୍ନୀ ଓ ଝିଅ ଅଛନ୍ତି ବୋଲି ମୁଁ ଖୁସି ରହିଛି ।

ମୁଁ ସେମାନଙ୍କ ମୁହଁ ଦେଖି ମୋ ଦୁଃଖ ଭୁଲିବାକୁ ଚେଷ୍ଟା କରୁଛି। ଭାବୁଚି, ମୋତେ ଠିକ୍ ସମୟରେ ପୁଣି ଗୋଟେ ଚାକିରି ମିଳିଯିବ। ଏହି ସମୟରେ ମୋ ସହକର୍ମୀ ମାନେ ମୋ ସହିତ ରହିଛନ୍ତି । ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ । ସୂଚନାଯୋଗ୍ୟଯେ, ଗୁଗୁଲ୍ ଛଟେଇରେ ହଜାର ହଜାର କର୍ମଚାରୀ ଏବେ ଚାକିରି ହରାଇ ଚିନ୍ତାରେ ଅଛନ୍ତି।