• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଗୁଲକୁ ଲାଗିଲା ଜୋରିମାନା । ଜାତୀୟ କମ୍ପାନୀ ଲ’ ଆପ୍‌ଲେଟ୍ ଟ୍ରିବୁନାଲ ପକ୍ଷରୁ ଗୁଗୁଲକୁ ୧,୩୩୭.୭୬ କୋଟି ଟଙ୍କାର ୧୦ ପ୍ରତିଶତ ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି । ସିସିଆଇ ପକ୍ଷରୁ ଏହି ଜୋରିମାନା ଲଗାଯାଇଛି । ତେବେ ଏହି ନିର୍ଦେଶକୁ ଚ୍ୟାଲେଞ୍ଜ କରି ଗୁଗୁଲ ଏନ୍‌ସିଏଲ୍‌ଏଟି ନିକଟରେ ପିଟିସନ୍‌ ଦାଖଲ କରିଥିଲା ।

ଏନ୍‌ସିଏଲ୍‌ଏଟିର ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି କହିଛନ୍ତି ଯେ, ଏବେ ଏହି ନିର୍ଦେଶ ଉପରେ ରୋକ ଲଗାଯାଇପାରିବ ନାହିଁ । ସିସିଆଇ ଦ୍ୱାରା ଲଗାଯାଇଥିବା ଜୋରିମାନା ନିର୍ଦେଶ ନେଇ ଅନ୍ୟ ପକ୍ଷର ବୟାନ ଶୁଣିବା ପରେ ଯାହା ନିଷ୍ପତ୍ତି ନିଆଯିବ । ଏହାସହ ଟ୍ରିବ୍ୟୁନାଲ ପକ୍ଷରୁ ସିସିଆଇକୁ ନିର୍ଦେଶ ଦିଆଯାଇଛି ଯେ, ଆଗାମୀ ଫେବ୍ରୁଆରୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣୀ ପାଇଁ ପ୍ରସ୍ତୁତ ରୁହ ।

ଅଧିକ ପଢ଼ନ୍ତୁ: ଗୁଗୁଲ୍‌ରୁ ପର୍ସନାଲ ଡାଟା ରିମୁଭ କରିବା ପାଇଁ ଆସିଲା ନୂଆ ଟୁଲ୍‌

ତେବେ ଗୁଗୁଲ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଟେକ୍‌ନୋଲୋଜି ଦ୍ୱାରା ଅନ୍ୟ ସର୍ଚ୍ଚ ଇଞ୍ଜିନ୍‌ଗୁଡ଼ିକୁ ଡୋମିନେଟ୍‌ କରି ରଖିଛି । ନିଜର ଲୋକପ୍ରିୟତାକୁ ସେ ଦୁରୁପଯୋଗ କରିଛି । ଆଣ୍ଡ୍ରଏଡ୍‌ ମୋବାଇଲର ଇକୋ ସିଷ୍ଟମକୁ ଗୁଗୁଲ ଦୁରୁପଯୋଗ କରିଛି । ବିଭିନ୍ନ କ୍ଷେତ୍ରରେ ଗୁଗୁଲ ନିଜର ମନୋପଲି କରୁଛି । 

ଗତ ବର୍ଷ ଅକ୍ଟୋବର ୨୦ରେ ସିସିଆଇ ପକ୍ଷରୁ ଏହି ମାମଲାରେ ଗୁଗୁଲକୁ ୧୩୩୭.୭୬ କୋଟି ଟଙ୍କାର ଜୋରିମାନା ଲଗାଯାଇଥିଲା । ଏହାସହ ସିସିଆଇ ପକ୍ଷରୁ ଇଣ୍ଟରନେଟ୍‌ କମ୍ପାନୀଗୁଡ଼ିକୁ ବେଆଇନ୍ କାରବାର କରିବା ପାଇଁ ବାରଣ କରାଯାଇଥିଲା । ତେବେ ସିସିଆଇର ଏହି ନିର୍ଦେଶକୁ ଗୁଗୁଲ ଏନ୍‌ସିଏଲ୍‌ଏଟି ନିକଟରେ ଚ୍ୟାଲେଞ୍ଜ କରିଥିଲା ।

 

OTV is now on Whatsapp

Join and get latest news update delivered to you via whatsapp

Join Now