• Astrospeak
  • Live TV
  • Read In English

Global Peace Index: ଅନେକ ଦେଶକୁ ପଛରେ ପକାଇଛି ଭାରତ, ପଢନ୍ତୁ ଏହି ତାଲିକା

ଚଳିତର୍ବଷ ୭୪ଟି ଦେଶର ସ୍ଥିତି ସୁଧୁରି ଥିବାବେଳେ ୮୭ଟି ଦେଶର ସ୍ଥିତି ଖରାପ ହୋଇଛି । ଆଇସଲାଣ୍ଡ, ସ୍ବିଜରଲାଣ୍ଡ, ଆର୍ୟଲାଣ୍ଡ ଭଳି ଦେଶ ଲୋକଙ୍କ ପାଇଁ ଖୁବ ସୁରକ୍ଷିତ ।

Global Peace Index
Global Peace Index

ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ ଓ ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଅଶାନ୍ତ ହୋଇପଡିଛି ବିଶ୍ୱ । କୁହାଯାଉଛି ଯେକୌଣସି ମୁହୂର୍ତ୍ତରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇପାରେ । ଏଭିତରେ ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୫ର ରିପୋର୍ଟ ସାମନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ବିଶ୍ବ ଶାନ୍ତିରେ ପାଖାପାଖି ୦.୩୬ ପ୍ରତିଶତ ହ୍ରାସ ଘଟିଛି । ଏହାର ଅର୍ଥ ସମୟ ସହ ପୃଥିବୀରେ ଅଶାନ୍ତି ବଢିଚାଲିଛି । ଏହି ବର୍ଷ ୭୪ଟି ଦେଶର ସ୍ଥିତିରେ ସୁଧାର ଆସିଥିବାବେଳେ ୮୭ଟି ଦେଶର ସ୍ଥିତି ଖରାପ ହୋଇଛି ।

ଗ୍ଲୋବାଲ ପିସ ଇଣ୍ଡେକ୍ସ ୨୦୨୫ର ରାଙ୍କିଂ ଅନୁସାରେ ସବୁଠୁ ସୁରକ୍ଷିତ ୫ଟି ଦେଶ ହେଉଛି ଆଇସଲାଣ୍ଡ, ଆର୍ୟଲାଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରିୟା ଓ ସ୍ବିଜରଲାଣ୍ଡ । କିନ୍ତୁ ସବୁଠୁ ଅଧିକ ଅସୁରକ୍ଷିତ ଦେଶ ହେଉଛି ଆଫଗାନିସ୍ତାନ, ୟେମେନ, ସିରିଆ, ସାଉଥ ସୁଦାନ ଓ ଇରାକ ।

ଅଧିକ ପଢନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ସବୁଠୁ ଚକିତ କଲା ଭଳି କଥା ହେଉଛି ଇସ୍ରାଏଲ ଭଳି ଶକ୍ତିଶାଳୀ ଦେଶ ଏହି ସୂଚୀରେ ସାଉଥ ସୁଦାନ ଓ ସିରିଆରୁ ଟିକେ ଉପରେ ୧୫୫ତମ ସ୍ଥାନରେ ରହିଛି । ରହିବା ପାଇଁ ଇସ୍ରାଏଲ ବହୁତ ଅସୁରକ୍ଷିତ ଦେଶ । ଇରାନ ଏହି ସୂଚୀରେ ଇସ୍ରାଏଲ ଠାରୁ ବହୁତ ଭଲ ସ୍ଥିତିରେ ରହିଛି । ଇରାନ ୧୪୨ ସ୍ଥାନରେ ଓ ପାକିସ୍ତାନ ୧୪୪ ସ୍ଥାନରେ ରହିଛି ।

ଭାରତ ପାକିସ୍ତାନ ଯୁଦ୍ଧରେ ପାକକୁ ସାହାଯ୍ୟ କରିଥିବା ତୁର୍କୀ ରହିବା ପାଇଁ ଖୁବ ଅସୁରକ୍ଷିତ । ଏହି ସୂଚୀରେ ତୁର୍କୀ ୧୪୬ ତମ ସ୍ଥାନରେ ରହିଛି । ଭାରତ ଆମେରିକା ତୁଳନାରେ ଭଲ ସ୍ଥିତିରେ ରହିଛି । ପାକିସ୍ତାନ ୧୪୪ ତମ ସ୍ଥାନରେ ଥିବାବେଳେ ଭାରତ ୧୧୫ ତମ ସ୍ଥାନରେ ରହିଛି । ଆମେରିକାର ଏହି ସୂଚୀରେ ୧୨୮ତମ  ସ୍ଥାନରେ ରହିଛି । ଆଫ୍ରିକୀୟ ଦେଶ ମୋଜାମ୍ବିକ, ସାଉଥ ଆଫ୍ରିକା ଓ କେନିଆ ଠାରୁ ବି ତଳେ ରହିଛି ଆମେରିକା ।

ଆଇସଲାଣ୍ଡ, ସ୍ବିଜରଲାଣ୍ଡ, ଆର୍ୟଲାଣ୍ଡ ଭଳି ଦେଶ ଲୋକଙ୍କ ପାଇଁ ଖୁବ ସୁରକ୍ଷିତ । କମ ଦୁର୍ନୀତି, ଭଲ ଇନଫ୍ରାଷ୍ଟକଚର ଏହି ସବୁ ଦେଶକୁ ବୁଲିବା ପାଇଁ ଭଲ ଟ୍ରାଭେଲ ଡେଷ୍ଟିନେସନ କୁହାଯାଏ । ୟୁକେର ସ୍ଥିତି ପୂର୍ବ ବର୍ଷ ଅପେକ୍ଷା ସୁଧିରିଛି । ଚଳିତବର୍ଷ ୟୁକେର ରାଙ୍କିଂ ରହିଛି ୩୦ ।

୨୦୨୦ ଭଳି ଚଳିତବର୍ଷ ବି ଆଇସଲାଣ୍ଡ ଏହି ସୂଚୀରେ ପ୍ରଥମ ସ୍ଥାନରେ ରହିଛି । ଏହି ରିପୋର୍ଟରେ ଋଷ ଓ ୟୁକ୍ରେନ ୧୬୩ ଦେଶର ସୂଚୀରେ ସବୁଠୁ ତଳେ ଅଛନ୍ତି । କାରଣ ୩ବର୍ଷ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ।

ଅଧିକ ପଢନ୍ତୁ: ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ବଡ଼ ଆକ୍ରମଣ, ହେବ କି ତୃତୀୟ ବିଶ୍ୱ ଯୁଦ୍ଧ?