• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକାର ଟେକ୍ସାସରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୧୯ ଜଣ ପିଲାଙ୍କର ମୃତ୍ୟୁ ଘଟିଛି । ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ସାରା ବିଶ୍ୱରେ ମଧ୍ୟ ଚର୍ଚ୍ଚା ହୋଇଛି । ଏହି ଘଟଣା ପରେ ଅନେକ ପ୍ରକାର ଅଙ୍ଗେନିଭା ଦୁଃଖ କାହାଣୀ ସାମ୍ନାକୁ ଆସିଛି । ଆଉ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ତେବେ ସେମିତି ଆଉ ଏକ ଦୁଃଖ କାହାଣୀ, ବଖାଣିଛନ୍ତି ଜଣେ ୧୧ ବର୍ଷିୟ ଝିଅ । ଏହି ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଏହି ନାବାଳିକା ନିଜର ଦୁଃଖ ଓ ଭୟର କାହାଣୀ ବଖାଣିଛନ୍ତି । ଆଉ ତାଙ୍କ କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ସମସ୍ତଙ୍କ ମନରେ ଗୋଟିଏ କଥା, ‘ପିଲାଟିକୁ ମାନିବାକୁ ପଡ଼ିବ’ ।

ଯେତେବେଳେ ହତ୍ୟାକାରୀ ଆଖିବୁଜା ଗୁଳିଚଳାଉଥିଲା, ଆଉ ନିରୀହ ପିଲାମାନଙ୍କୁ ହତ୍ୟା କରୁଥିଲା । ସେତେବେଳେ ଜଣେ ୧୧ ବର୍ଷିୟ ଝିଅ ହତ୍ୟାକରୀ ଆଗରେ ମରିବାର ନାଟକ କରିଥିଲା । ଯାହାଫଳରେ ତାର ଜୀବନ ବଞ୍ଚିଯାଇଛି । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଆଉ ଏହି ଘଟଣା ଶୁଣିବା ପରେ ସମସ୍ତେ କହୁଛନ୍ତି ପିଲାଟିକୁ ମାନିବାକୁ ପଡ଼ିବ। ନିଜର ଉପସ୍ଥିତ ବୁଦ୍ଧି ପାଇଁ ସେ ଆଜି ହତ୍ୟାକାରୀ କବଳରୁ ନୂଆ ଜୀବନ ପାଇଛି । ତେବେ ହତ୍ୟାକରୀ ଯେତେବେଳେ ଆଖିବୁଜା ଗୁଳି ଚଳାଉଥିଲା ଆଉ ସେହି ମୁହୁର୍ତ୍ତରେ ଏମିତି ବୁଦ୍ଧି ଖଟାଇବା ବିଲ୍‌କୁଲ ବି ସହଜ ନଥିଲା, ସେଇ କୁନି ଝିଅଟି ପାଇଁ । ଗୁଳିଗୋଳା ଶବ୍ଦ ମଧ୍ୟରେ ମରିବାର ନାଟକ କରିବା ବି କିଛି କମ୍‌ କଷ୍ଟ ନୁହେଁ ।

ଯେତେବେଳେ ହତ୍ୟାକାରୀ ତାଙ୍କ ଶ୍ରେଣୀରେ ପହଞ୍ଚିଳା, ସେତେବେଳେ ଏହି ଚତୁର୍ଥ ଶ୍ରେଣୀର ଛାତ୍ରୀଟି ମରିବାର ଅଭିନୟ କରିବା ଆରମ୍ଭ କଲା । ପ୍ରଥମେ ନିଜ ସାଙ୍ଗର ରକ୍ତ ନିଜ ଦେହରେ ମାରିଲା । ଆଉ ସେଇଠି ହିଁ ସେମିତି ପଡ଼ି ରହିଲା । ହତ୍ୟାକାରୀର ଗୁଳି ଝିଅଟିର ଜୀବନ ନେଇନଥିଲେ ମଧ୍ୟ ମନରେ କିନ୍ତୁ ପ୍ରବଳ ଭୟ ଭରିଦେଇଛି । ଏବେ ବି କୁନି ଝିଅଟି ସେହି ସଦ୍‌ମାରୁ ବାହାରି ପାରି ନାହିଁ । ରାତି ଅଧରେ ଅଚାନକ ଉଠି ପଡ଼ି ଚିତ୍କାର କରୁଥିବା ଝିଅର ମାଉସୀ କହିଛନ୍ତି । ସଦ୍‌ମାରୁ ସମ୍ପୂର୍ଣ୍ଣ ବାହାରି ପାରିନଥିବାରୁ ଏବେ ବି ପୁରା ଘଟଣା ସମ୍ପର୍କରେ ସେ କିଛି କହିପାରି ନାହାନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now