• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିନ ଯେତିକି ଯେତିକି ଗଡ଼ୁଛି ମୃତ୍ୟୁସଂଖ୍ୟା ସେତିକି ସେତିକି ବଢ଼ୁଛି । ଅକାଳରେ ଚାଲିଯାଉଛି ନୀରିହ ସାଧାରଣ ଲୋକଙ୍କ ଜୀବନ । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସା ଯୁଦ୍ଧ ଜାରି ରହିଛି । ଯାହାଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ବିଶେଷକରି ଗାଜାରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଛି ।

ଯୁଦ୍ଧରେ ଜୀବନ ଯାଉଥିବା ହଜାର ହଜାର ଲୋକଙ୍କ ମଧ୍ୟରେ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହେଉଛି । ମୃତ ଲୋକମାନଙ୍କ ପରିଚୟ ଜାଣିବା ଓ ଗଣନା କରିବାରେ ବାଧା ଉପୁଜୁଛି । ତେଣୁ ଏସବୁକୁ ନଜରରେ ରଖି ଏକ ଉପାୟ ଖୋଜାଯାଇଛି ।

ବର୍ତ୍ତମାନ, ପାଲେଷ୍ଟାଇନର ଯେକୌଣସି ପରିବାରର ଲୋକମାନେ ଯଦି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୁଅନ୍ତି ତେବେ ସେମାନଙ୍କ ମୃତଦେହ ଚିହ୍ନଟ କରିବାକୁ ବ୍ରେସଲେଟ୍ ବ୍ୟବହାର କରିବାକୁ କୁହାଯାଇଛି । ବ୍ରେସଲେଟ୍ ଦ୍ୱାରା ନିଜର ପରିବାର ସଦସ୍ୟଙ୍କ ମୃତଦେହ ପାଇପାରିବେ ବୋଲି ଆଶା କରାଯାଉଛି ।

ଏହାକୁ ନେଇ ୪୦ବର୍ଷୀୟ ଅଲି ଏଲ୍-ଦବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯଦି କିଛି ଅଘଟଣ ଘଟେ, ତେବେ ମୁଁ ସେମାନଙ୍କୁ ଚିହ୍ନିବି । ସେହିପରି ଅନ୍ୟ ଅନେକ ପାଲେଷ୍ଟାଇନ ପରିବାର ମଧ୍ୟ ନିଜର ପରିଚୟ ପାଇଁ ବ୍ରେସଲେଟ୍ ବ୍ୟବହାର କରୁଛନ୍ତି ।

ହାମାସ ଦ୍ୱାରା ପରିଚାଳିତ ଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗାଜାରେ ମୃତ୍ୟୁସଂଖ୍ୟା ୬,୫୦୦ ଅତିକ୍ରମ କରିଛି । ଯେଉଁଥିରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଅନ୍ୟପଟେ ଇସ୍ରାଏଲ୍ ଗାଜାରେ ଆକ୍ରମଣକୁ ଆହୁରି ତୀବ୍ର କରିଛି । ସେନା ସ୍ଥଳଭାଗରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଘୋଷଣା କରିଛି ।