Advertisment

ଋଷିଆ ଉପରେ ପରମାଣୁ ଆକ୍ରମଣ କରିଦେବ କି ଫ୍ରାନ୍ସ?

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି।

author-image
Sarbeswar
Nuclear Weapons

Nuclear Weapons

ୟୁକ୍ରେନ୍‌ ଓ ଋଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ଏବେ ଚିନ୍ତାରେ ପୂରା ବିଶ୍ୱ। ଆଉ ଏହାରି ମଧ୍ୟରେ ଋଷିଆକୁ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ। ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜେନ ୟେଭେସ ଲେ ଡ୍ରିଅନ କହିଛନ୍ତି, ରୁଷ ବିଶ୍ୱକୁ ପରମାଣୁ ଅସ୍ତ୍ରର ଧମକ ଦେବା ପୂର୍ବରୁ ନାଟୋ କଥା ଚିନ୍ତା କରିବା ଦରକାର। କାରଣ ନାଟୋ ସଦସ୍ୟଙ୍କ ପାଖରେ ପରମାଣୁ ଅସ୍ତ୍ର ଗଚ୍ଛିତ ହୋଇ ରହିଛି। ତେଣୁ ଋଷିଆ ମନ୍ତବ୍ୟ ଦେବା ପୂର୍ବରୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ଫ୍ରାନ୍ସ କହିଛି।

Advertisment

ଏଠାରେ କହିରଖୁଛୁ କି, ଯୁଦ୍ଧ ବେଳେ ପଶ୍ଚିମ ଦେଶ ଗୁଡ଼ିକୁ ଟାର୍ଗେଟ କରିଥିଲେ ଭ୍ଲାଦିମିର ପୁଟିନ। ସେ କହିଥିଲେ, ଯଦି ଋଷିଆ-ଯୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧରେ କୌଣସି ଦେଶ ମୁଣ୍ଡ ପୂରାଏ ତେବେ ସ୍ଥିତି ଭୟଙ୍କର ହେବ। ଏମିତିକି ପୂର୍ବରୁ ଯାହା କେବେ ହୋଇନଥିଲା ତାହା ହେବ ବୋଲି ପୁଟିନ୍‌ କହିଛନ୍ତି। ତେବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି। ଆଉ ତାହାର ଜବାବରେ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ।

କିନ୍ତୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନଙ୍କ ସହ ପୁଟିନ୍‌ କଥା ହୋଇଥିଲେ। ଏ ଯୁଦ୍ଧ ନୁହେଁ ବରଂ କୁଟନୈତିକ ସ୍ତରରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଚେଷ୍ଟା କରିବା ପାଇଁ ଇମାନ୍ୟୁ କହିଥିଲେ। ହେଲେ ତାଙ୍କ କଥାରେ ପୁଟିନ ରାଜି ନ ହୋଇ ଯୁଦ୍ଧ ଘୋଷଣା କରିଛନ୍ତି। ଏପରି କି ରୁଷ ପକ୍ଷରୁ ୟୁକ୍ରେନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଯଥାର୍ଥ ବୋଲି ମଧ୍ୟ କୁହାଯାଇଛି। ସେପଟେ ୟୁକ୍ରେନକୁ ସୈନ୍ୟ ପଠାଇବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଛି।

Advertisment
RussiaUkraineCrisis RussiaUkraineWar Ukraine Russia War Nuclear Weapons
Advertisment
Advertisment