କାନାଡାରେ ଭୟଙ୍କର ଘୂର୍ଣ୍ଣିଝଡ । ଗତକାଲି ଅପରାହ୍ନରେ ଓଣ୍ଟାରିଓ ସହରରେ ହଠାତ୍ ଜୋରରେ ପବନ ହେବା ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି ।
ପବନର ଗତି ଏତେ ଅଧିକ ଥିଲା ଯେ, ଲୋକମାନେ ଜୀବନ ବିକଳରେ ଇଆଡେ ସିଆଡେ ଦଉଡିବାକୁ ଲାଗିଥିଲେ । ଘୂର୍ଣ୍ଣିଝଡ ପ୍ରଭାବରେ ଅନେକ ସ୍ଥାନରେ ରାସ୍ତା ଉପରେ ବଡ ବଡ ଗଛ ଉପୁଡି ପଡିଛି ।
Also Read
My daughter captured some of the storm action this afternoon. 😲 #portperry @cp24 @weathernetwork pic.twitter.com/ahQKRrZCz7
— Mojo’s Mum Resists (@virtutemprudens) May 21, 2022
କେବଳ ଏତିକି ନୁହେଁ ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛ ପଡିଯାଇଥିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଘୂର୍ଣ୍ଣିଝଡ ପ୍ରଭାବରେ ପ୍ରାୟ ୯ ଲକ୍ଷ ଘରେ ବିଦ୍ୟୁତ୍ କାଟ୍ ହୋଇଥିବା ବେଳ ଏଥିରେ ପ୍ରାୟ ସାଢେ ତିନି ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।
Walking through the neighborhood. #greenboro #southkeys #Ottawastorm @ctvottawa @weathernetwork @1065ELMNTFM pic.twitter.com/wLcApawpHa
— Craig T (@tiberic) May 21, 2022