/odishatv-khabar/media/post_attachments/uploadimage/library/16_9/16_9_0/s_1675578032.jpg)
Former Pakistan President Pervez Musharraf Dies
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ଙ୍କ ପରଲୋକ ହୋଇଛି। ୟୁଏଇ ସ୍ଥିତ ଆମେରିକାନ୍ ହସ୍ପିଟାଲ୍ରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଚିକତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।
Advertisment
ସେଠାକାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପରଭେଜ୍ ମୁଶାରଫ୍ଙ୍କ ଦେହାନ୍ତ ନେଇ ପରିବାର ଲୋକ ସୂଚନା ଦେଇଛନ୍ତି। ଅସୁସ୍ଥତା ଯୋଗୁ ୨ ସପ୍ତାହ ହେବ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ସୂଚନାଥାଉ କି, ପରଭେଜ୍ ମୁଶାରଫ୍ ପାକିସ୍ତାନର ୧୦ତମ ରାଷ୍ଟ୍ରପତି ଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)