Advertisment

New President of UNGA: ପଞ୍ଚମ ମହିଳା ଭାବେ ଜାତିସଂଘ ସାଧାରଣ ପରିଷଦର ନୂଆ ଅଧ୍ୟକ୍ଷ ହେଲେ ଏନାଲେନା ବେୟରବକ

ଜର୍ମାନୀର ପୂର୍ବତନ ବିଦେଶୀ ମନ୍ତ୍ରୀ ଏନାଲେନା ବେୟରବକ ଜାତିସଂଘ ସାଧାରଣ ପରିଷଦର ନୂଆ ତଥା ୮୦ତମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Annalena Baerbock

Annalena Baerbock

Advertisment

ଜାତିସଂଘ ସାଧାରଣ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜର୍ମାନୀର ପୂର୍ବତନ ବିଦେଶୀ ମନ୍ତ୍ରୀ ଏନାଲେନା ବେୟରବକ । ସିକ୍ରେଟ ବାଲାଟରେ ସମୁଦାୟ ୧୯୩ ଭୋଟରୁ ତାଙ୍କ ସପକ୍ଷରେ ସର୍ବାଧିକ ମିଳିଛି ୧୬୭ଟି ଭୋଟ । ୧୯୩ଟି ଦେଶର ପ୍ରତିନିଧି ଏଥିପାଇଁ ମତଦାନ କରିଥିଲେ । ଜାତିସଂଘ ଜେନେରାଲ ଆସେମ୍ବ୍ଲିରେ ସେ ଗୋଟିଏ ବର୍ଷ ପାଇଁ କାମ କରିବେ । ଏନାଲେନାଙ୍କ ବିଜୟ ନେଇ ଘୋଷଣା କରିଥିଲେ ଫିଲେମନ ୟାଙ୍ଗ ।

Advertisment

ଅଧିକ ପଢ଼ନ୍ତୁ: ଆଲ୍ପସ ପର୍ବତମାଳାର ବରଫ ତଳେ ନିଶ୍ଚିହ୍ନ ହୋଇଗଲା ପୂରା ଗାଁ, ଦେଖନ୍ତୁ ଭାଇରାଲ ଭିଡିଓ

୮୦ ବର୍ଷ ପୂର୍ବେ ଜାତିସଂଘ ପ୍ରତିଷ୍ଠା ହେବା ପରଠାରୁ ସେ ହେଉଛନ୍ତି ପଞ୍ଚମ ମହିଳା, ଯିଏ ଏହି ପଦବୀରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପୂର୍ବରୁ ଭାରତର ବିଜୟ ଲକ୍ଷ୍ମୀ ପଣ୍ଡିତ ୧୯୫୩ ମସିହାରେ ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଅଷ୍ଟମ ଅଧ୍ୟକ୍ଷ ପଦରେ ରହିଥିଲେ । ୧୯୬୯ରେ ଆଫ୍ରିକାର ଆଙ୍ଗି ବ୍ରୁକ୍ସ ୨୪ତମ, ୨୦୦୬ରେ ବାହାରିନର ହାୟା ରସେଦ ଅଲ-ଖଲିଫା ୬୧ତମ, ୨୦୧୮ରେ ଇକ୍ୟୁଏଡରର ମାରିଆ ଫର୍ଣ୍ଣାଣ୍ଡା ଏସ୍ପିନୋସା ୭୩ତମ ଅଧ୍ୟକ୍ଷ ରହିଥିଲେ ।

Advertisment

ତେବେ ଏନାଲେନାଙ୍କ ପ୍ରାର୍ଥିତ୍ୱକୁ ଜୋରଦାର ବିରୋଧ କରିଥିଲା ଋଷ । ଏଥିପାଇଁ ଗୁପ୍ତ ଭାବେ ମତଦାନ କରିବାକୁ ଦାବି ରଖିଥିଲା ଋଷ । ଏପରିକି ଜର୍ମାନର ପୂର୍ବତନ ବିଦେଶ ମନ୍ତ୍ରୀ ସିଗମର ଗାବ୍ରିଏଲ ମଧ୍ୟ ଏନାଲେନାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ । ପ୍ରବଳ ବିରୋଧାଭାସ ସତ୍ୱେ ସେ ନୂଆ ଅଧ୍ୟକ୍ଷ ବାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବା ପରେ ଏନାଲେନା କହିଛନ୍ତି, ସମସ୍ତଙ୍କୁ ଏକାଠି ନେଇ ଆଗକୁ କାମ କରିବି । 

ଅଧିକ ପଢ଼ନ୍ତୁ: ୱାଇଫ୍ ଫର୍ ସେଲ୍‌ ଟ୍ରେଣ୍ଡରେ ବ୍ରେକ୍; ବାଡୁଅ ରହିବେ ସାଢେ ତିନି କୋଟି ଚୀନ୍ ଯୁବକ

Advertisment

 

Germany United Nations General Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ