• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲେମ୍ବୁ ପାଣି ପିଆରୁ ମହାଭାରତ । ଭାଇ ମୁହଁକୁ ଭାଇ ଛାଟିଦେଲା ପାଣି । କଥାଟା ଏତେ ଆଗକୁ ଗଲା ଯେ, ଶେଷରେ ଭାଇକୁ ହେଲା ୩୦ ବର୍ଷ ଜେଲ୍‌ ଦଣ୍ଡ । କଥାଟା ଆପଣଙ୍କୁ ଏତେ ସହଜରେ ବୁଝା ପଡ଼ୁ ନଥିବ । ଆଉ ଆମ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ କଥାଟା କିନ୍ତୁ ପୁରା ସତ । ଫ୍ଲୋରିଡାରେ ଗତ ବୁଧବାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଫ୍ଲୋରିଡାର ଜଣେ ୬୪ ବର୍ଷିୟ ବୃଦ୍ଧ ଡେଭିଡ୍ ସରମନ୍‌ ପାଓଏଲ୍‌ସ, ତାଙ୍କ ଭାଇଙ୍କ ସହ ଯୁକ୍ତି ତର୍କ ଲାଗିଥିଲେ । ଆଉ କଥାରେ କଥାରେ ଖୁବ୍‌ ରାଗି ଯାଇଥିଲେ । ରାଗିଯାଇ ପାଖରେ ଥିବା ଗ୍ଲାସ୍‌ର ପାଣି ଭାଇଙ୍କ ମୁହଁକୁ ଫିଙ୍ଗିଦେଇଥିଲେ । ପାଣି ଯାଇ ସିଧା ତାଙ୍କ ଭାଇ ମୁହଁରେ ପଡ଼ିଥିଲା । ଯାହାଫଳରେ ଭାଇ ଲଜ୍ଜିତ ଅନୁଭବ କରିଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡେଭିଡ୍‌ଙ୍କୁ ଗିରଫ କରିଛି । ଫ୍ଲୋରିଡାର ନିୟମ ଅନୁଯାୟୀ ଏଭଳି ଘଟଣାରେ ଜଣେ ବ୍ୟକ୍ତିକୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାର ସମ୍ଭାବନା ରହିଛି ।

ତେବେ ସବୁଠାରୁ ବଡ଼ କଥା ହେଲା ଲେମ୍ବୁ ରସ ପିଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଆଉ ଏହି ଯୁକ୍ତିତର୍କ ଏବେ ବିରାଟ ରୂପ ନେଇଛି । ଡେଭିଡ୍‌ଙ୍କୁ ଏବେ ମୋଟା ଅଙ୍କର ଜରିମାନା ଦେବା ସହ ଦୀର୍ଘ ଦଶନ୍ଧି ଧରି ଜେଲ୍‌ରେ ରହିବାକୁ ପଡ଼ିବ । ତେବେ କଥାଟା ଆମକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କାରଣ ଆମ ଦେଶରେ ଏଭଳି କଡ଼ା ନିୟମ ଥିବା ଆମେ କେବେ ଶୁଣି ନାହାନ୍ତି । କିମ୍ବା କୌଣସି ଲୋକଙ୍କୁ ଏଭଳି ଭୁଲ ପାଇଁ ଏତେ ବଡ଼ ଦଣ୍ଡ ମିଳିଥିବା ଆମେ ଜାଣିନାହାନ୍ତି ।

ଫ୍ଲୋରିଡାରେ କିନ୍ତୁ ଏଭଳି ଘଟଣାକୁ ନେଇ କଡ଼ା ନିୟମ ରହିଛି । ଯଦି ଅଭିଯୁକ୍ତ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଏ ଏବଂ ଫାଷ୍ଟ ଡିଗ୍ରୀ ଫେଲୋନୀ ଫେସ୍‌ କରେ ତେବେ ତାକୁ ୩୦ ବର୍ଷ ଜେଲ୍‌ ହେବାର ସମ୍ଭାବନା ରହିଛି । ଆଉ ଯଦି ବ୍ୟକ୍ତି ଜଣକ ୬୫ ବର୍ଷରୁ ଅଧିକ ବୟସ୍କ ତେବେ ତାଙ୍କୁ ଏଭଳି ଭୁଲ ପାଇଁ ମାତ୍ର ତିନି ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ । ହେଲେ ଏଠି ଡେଭିଡ୍‌ଙ୍କୁ ୬୪ ବର୍ଷ ବୋଲି ପୋଲିସ କହିଛି । 

Lime PieLime Pie

ଘଟଣା ଘଟିବା ଦିନ ରାତିରେ ଡେଭିଡ୍‌ଙ୍କ ଘରେ ପୋଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ଘରୋଇ ହିଂସା ପାଇଁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଡେଭିଡ୍‌ଙ୍କ କହିବା କଥା ସେ ଚେୟାରରେ ବସିଥିଲେ । ହଠାତ୍‌ ଦେଖିଲେ, ଦୀର୍ଘ ଦିନ ଧରି ସେ ସଂଗ୍ରହ କରି ରଖିଥିବା ଲେମ୍ବୁ ରସକୁ ତାଙ୍କ ସାନ ଭାଇ ପିଇଦେଲା । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଆଉ ସେ ରାଗିଯାଇ ଦୁଇ ଗ୍ଲାସ୍ ପାଣି ଛାଟିଦେଲେ ସାନ ଭାଇ ମୁହଁକୁ । ଯାହାଫଳରେ ସାନ ଭାଇ ଅତ୍ୟନ୍ତ ଡରିଯାଇଥିଲେ ଏବଂ ଭାବିଲେ ତାଙ୍କୁ କାଳେ ବଡ଼ ଭାଇ ମାରିଦେବେ । ସେଥିପାଇଁ ସେ ଥାନାରେ ଅଭିଯୋଗ କଲେ ।