Advertisment

Operation Sindhu: ଅପରେସନ୍ ସିନ୍ଧୁ: ଯୁଦ୍ଧଗ୍ରସ୍ତ ଇରାନରୁ ସ୍ବଦେଶ ଫେରିଲେ ୧୧୦ ଭାରତୀୟ

‘ଅପରେସନ୍ ସିନ୍ଧୁ’ ଜରିଆରେ ଇରାନରୁ ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଭାରତ ଫେରିଲେ ୧୧୦ ଭାରତୀୟ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୯୦ ଜଣ କାଶ୍ମିରୀ ଛାତ୍ର ରହିଛନ୍ତି ।

ଅଦ୍ୟତନ ହୋଇଛି
Operation Sindhu

Operation Sindhu

Advertisment

ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ଆରମ୍ଭ କରିଥିବା 'ଅପରେସନ୍ ସିନ୍ଧୁ'ର ପ୍ରଥମ ପର୍ଯ୍ୟାୟରେ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ଭୋର ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣି ଆସିଥିବା ବିମାନ ନୂଆଦିଲ୍ଲୀରେ ଅବତରଣ କରିଛି । ସେମାନଙ୍କ ମଧ୍ୟରୁ ୯୦ ଜମ୍ମୁ-କାଶ୍ମୀରର ଅଛନ୍ତି । ଇରାନ ତାର ଆକାଶପଥ ବନ୍ଦ କରିଥିବାରୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଆର୍ମେନିଆ ନିଆଯାଇଥିଲା । ସେଠାରୁ ଆର୍ମେନିଆ ସରକାର ଓ ଭାରତୀୟ ଦୂତାବାସ ସହଯୋଗରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ପଠାଯାଇଛି । ଇରାନରୁ ଆର୍ମେନିଆ ରାଜଧାନୀ ୟେରଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ:୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଗଠନ କଲା ବୈଦେଶିକ ମନ୍ତ୍ରାଳୟ

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନଉଥିବା ବେଳେ ଭାରତୀୟଙ୍କ ସୁରକ୍ଷା ଦୃଷ୍ଟିରୁ ଇରାନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାରକୁ ଜୋରଦାର କରାଯାଇଛି । ଏଣୁ ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ଅପରେସନ୍ ସିନ୍ଧୁ ଆରମ୍ଭ କରିଛନ୍ତି ଭାରତ ସରକାର । ଇରାନରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସହଯୋଗ କରୁଛି ଭାରତୀୟ ଦୂତାବାସ ।

Advertisment

ସେମାନଙ୍କୁ ତେହରାନ ସ୍ଥିତ ଭାରତୀୟ ଦୂତାବାସ ସହ ଏମର୍ଜେନ୍ସି ହେଲ୍ପଲାଇନ ଜରିଆରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିସହ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏ ନେଇ ଗତ ୧୫ ତାରିଖରେ ଭାରତୀୟ ନାଗରିକଙ୍କ ପାଇଁ ତେହରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା । ଏବଂ ଅନାବଶ୍ୟକ ଗତିବିଧିଠାରୁ ଦୂରେଇ ରହିବାକୁ କୁହାଯାଇଥିଲା ।

ଇରାନ ତା’ର ଆକାଶପଥ ବନ୍ଦ କରିଥିବାରୁ ଭାରତର ଅନୁରୋଧ ରକ୍ଷା କରି ସ୍ଥଳ ପଥରେ ପଡୋଶୀ ଦେଶ ଆଜରବାଇଜାନ, ତୁର୍କମେନିସ୍ତାନ ଓ ଆଫଗାନିସ୍ତାନକୁ ଯିବା ପାଇଁ ଅନୁମତି ଦେଇଥିଲା ।

Advertisment

ଇରାନରୁ ଫେରିଥିବା ଛାତ୍ରଛାତ୍ରୀମାନେ ଇରାନର ପରିସ୍ଥିତି ବିଷୟରେ ବଖାଣି କହିଛନ୍ତି ଯେ, ସେଠାକାର ସ୍ଥିତି ଅତ୍ୟନ୍ତ ଦୟନୀୟ । ଯୁଦ୍ଧ ମାନବିକତାର ହତ୍ୟା କରୁଛି । ଏହା ଭଲ ନୁହେଁ । ସେଠାରେ ଆମ ଭଳି ଥିବା ଅନେକ ନୀରିହ ଲୋକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଆମେ ସେଠାରୁ ବାହାରି ପାରିଛୁ ସେଥିପାଇଁ ଆମେ ଖୁସି ।

ସୂଚନା ଅନୁସାରେ, ଇରାନରେ ୪ହଜାରରୁ ଅଧିକ ଭାରତୀୟ ନାଗରିକ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ। ବିଶେଷତଃ ଜମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀମାନେ ଇରାନରେ ମେଡିକାଲ୍ ଓ ଅନ୍ୟ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇଥାନ୍ତି । ଶସ୍ତା ପାଠ୍ୟକ୍ରମ ଓ ସାଂସ୍କୃତିକ ସାମଞ୍ଜସ୍ୟ ପାଇଁ କାଶ୍ମୀରୀ ଛାତ୍ରଛାତ୍ରୀ ଇରାନୀୟ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ପସନ୍ଦ କରିଥାନ୍ତି। ତେହେରାନ୍, ସିରାଜ୍ ଓ କୋମ୍ ଆଦି ସହରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ।

ଅଧିକ ପଢ଼ନ୍ତୁ: ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ; ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ 'ଅପରେସନ ସିନ୍ଧୁ' ଆରମ୍ଭ

New Delhi Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ