• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଇଟାଲିରେ ବଡ ଅଘଟଣ 

  • କୋଠାରେ ଖସିପଡିଲା ଚଳନ୍ତା ବିମାନ

  • ଦୁର୍ଘଟଣାରେ ୮ ମୃତ

ମିଲାନ: ଇଟାଲିରେ ବଡ ଅଘଟଣ । ଦୁଇ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ । ଇଟାଲିର ମିଲାନ ସହରରେ ଏହି ଦୁର୍ଘଟଣା ହୋଇଛି । ରନୱେରେ ଅବତରଣ କରିବା ପୂର୍ବରୁ ଏକ ଛୋଟ ବିମାନଟି ମିଲାନର ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଖସିପଡିଥିଲା । ଫଳରେ ବିମାନରେ ଥିବା ଜଣେ ଶିଶୁ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା କାରଣରୁ ବିଲ୍ଡିଂରେ ନିଆଁ ଲାଗିବା ସହ ପାଖ ଆଖରେ ଥିବା ଗାଡି ଗୁଡିକରେ ମଧ୍ୟ ନିଆଁର ପ୍ରଭାବ ପଡିଛି । ଘଟଣାସ୍ଥଳରୁ ମୋଟା କଳା ଧୂଆଁ ବହୁ କିଲୋମିଟର ଦୂର ପର୍ଯ୍ୟନ୍ତ ଉଠୁଥିବା ଦେଖାଯାଉଥିଲା ।

Milan plane crash

ବିମାନଟି ଇଟାଲିର ମିଲାନ୍‌ର ଲିନଟ୍‌ ବିମାନବନ୍ଦରରୁ ଇଟଲିର ସରଦିନିଆ ଦ୍ୱୀପ ପର୍ଯ୍ୟନ୍ତ ଉଡାଣ ଭରୁଥିବଲା ।ସେହି ସମୟରେ ହିଁ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ସବୁଠୁ ଆଶ୍ୱସ୍ତି ଜନକ ଖବର ହେଉଛି, ପାଖ ଆଖରେ ଥିବା ଗାଡିଗୁଡିକରେ କେହି ଚାଳକ ଆଦି ନଥିବାରୁ ଅଧିକ ସଂଖ୍ୟକ ଜୀବନ ହାନୀ ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ନିଆଁକୁ ଆୟତ କରିବାରେ ଲାଗିପଡିଥିଲେ । ଦୁର୍ଘଟଣା ସମୟରେ ବିମାନରେ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ କେହି ଆହତ ହୋଇନାହାଁନ୍ତି । ସରକାରୀ ନ୍ୟୁଜ୍‌ ଏଜେନ୍ସି ‘ରାୟ ଟିଭି’ ତଥ୍ୟ ଅନୁଯାୟୀ, ଦୁର୍ଘଟଣାରେ ଥିବା ଯାତ୍ରୀମାନେ ପ୍ରାନ୍ସର ବାସିନ୍ଦା ଥିଲେ। ଯେଉଁମାନଙ୍କ ବ୍ୟତୀତ ଅନ୍ୟ କେହି ଆହତ ହୋଇନାହାଁନ୍ତି ।

ବିମାନଟି ମିଲାନ ନିକଟସ୍ଥ ଏକ ଛୋଟ ସହର ସାନ ଡୋନାଟୋ ମିଲାନେସର ସବବେ ଷ୍ଟେସନ ନିକଟରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ପିଟି ହୋଇଥିବା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ଏହାସହ ନିକଟସ୍ଥ ପାର୍କିଂରେ ଥିବା କାର୍‌ଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିବାର ଅଗ୍ନିଶମ କର୍ମଚାରୀ କହିଛନ୍ତି । ଏହାସହ ସେ କହିଛନ୍ତି, ଦୁର୍ଘଟଣା ସମୟରେ ପାର୍କିଂ ଇଲାକାରେ କୌଣସି ଗାଡି ଚାଳକ କିମ୍ୱା ଲୋକ ନଥିଲେ, ଯାହା ଆଶ୍ୱସ୍ତିଦାୟକ ଖବର ଅଟେ ।