/odishatv-khabar/media/post_attachments/uploadimage/library/16_9/16_9_0/petrol_1750646984.jpg)
petrol
ଇରାନର ପରମାଣୁ ସ୍ଥାନ ଉପରେ ଆମେରିକାର ଆକ୍ରମଣ ପରେ କଠୋର ହୋଇଛି ଇରାନ୍। ମଧ୍ୟପ୍ରାଚ୍ୟର ପରିସ୍ଥିତି ଅଧିକ ଭୟଙ୍କର ହୋଇପଡ଼ିଛି। ଏହି ସମୟରେ, ଇରାନ ଏକ ବଡ଼ ଘୋଷଣା କରିଛି। ଇରାନର ସଂସଦ ରଣନୈତିକ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।
ଇରାନ୍ ଏହି ନିଷ୍ପତ୍ତି ପରେ, ବିଶ୍ୱ ବଜାରରେ ତୈଳମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । ହରମୁଜ୍ ପ୍ରଣାଳୀ ପରସିଆନ ଗଲ୍ଫକୁ ଆରବ ସାଗର ଏବଂ ଭାରତ ମହାସାଗରକୁ ସଂଯୋଗ କରେ। ଏହା ବିଶ୍ୱର ସବୁଠାରୁ ବ୍ୟସ୍ତ ଏବଂ ସମ୍ବେଦନଶୀଳ ତୈଳ ମାର୍ଗ ମଧ୍ୟରୁ ଗୋଟିଏ।
ଅଧିକ ପଢ଼ନ୍ତୁ: ଆମେରିକାର ଅପରେସନ୍ 'ମିଡଲାଇଟ୍ ହାମର୍', ୨୫ ମିନିଟରେ କରିଦେଲା ଛାରଖାର
ସାଉଦି ଆରବ, କୁୱେତ, ଇରାକ, ୟୁଏଇ ଏବଂ କତର ଭଳି ଦେଶଗୁଡ଼ିକର ଅଧିକାଂଶ ତୈଳ ରପ୍ତାନି ଏହି ମାର୍ଗ ଦେଇ ହୋଇଥାଏ। ଏହି ରାସ୍ତା ଦେଇ ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ସମୁଦ୍ର ତୈଳ ବାଣିଜ୍ୟ ଅତିକ୍ରମ କରିଥାଏ। ଇରାନର ଏହି ପଦକ୍ଷେପ ପରେ ବିଶ୍ୱ ତୈଳ ବଜାର ଏବଂ ରଣନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।
ବିଶେଷଜ୍ଞଙ୍କ ମତରେ ତେଲ ବ୍ୟାରେଲ ପିଛା ୧୨୫ରୁ ୧୩୦ ଡଲାରକୁ ବୃଦ୍ଧି ପାଇପାରେ। ଏପରି ହେଲେ ବିଶ୍ୱର ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)