Advertisment

No Work Full Salary: ଦିନକୁ ୨ ମିନିଟ ଆସି ଚାଲିଯାଉଥିଲେ ଏହି ସରକାରୀ କର୍ମଚାରୀ, ଏବେ ଖାଇଲେ କେସ୍

ଦାରୁ ଅଫିସରେ ପ୍ରବେଶ କରି ମାତ୍ର ଏକ ମିନିଟ ୧୫ ସେକେଣ୍ଡ ପରେ ଚାଲିଯାଇଥିଲେ। ସେ ପ୍ରତିଦିନ ପୁଣି ଫେରି ଆସି ତାଙ୍କ ଯିବା ସମୟ ପକାଉଥିଲେ । ଯାହା ଦ୍ୱାରା ଦେଖାଯାଉଥିଲା ଯେ ସେ ପୂର୍ଣ୍ଣ ସମୟ କାମ କରିଛନ୍ତି । ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଏହି ରୁଟିନ ଅଗଷ୍ଟ ୨୦୨୩ରୁ ଜୁନ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା, । ଦାରୁ ପ୍ରକୃତରେ କୌଣସି କାମ ନକରି ପ୍ରତି ମାସରେ ତାଙ୍କର ପୂରା ଦରମା ପାଉଥିଲେ। ତାଙ୍କର ଚଳିବାରେ କୌଣସି ଅସୁବିଧା ନଥିଲା ।

author-image
Tapan Kumar Swain
ଅଦ୍ୟତନ ହୋଇଛି
salary

salary

ବ୍ରାଜିଲରେ ଜଣେ ସରକାରୀ କର୍ମଚାରୀ ତଦନ୍ତର ସାମନା କରିଛନ୍ତି । ଏହି ତଦନ୍ତର କାରଣ ହେଉଛି ସେ ପ୍ରାୟ ଦୁଇ ବର୍ଷ ହେଲା ପ୍ରତିଦିନ ଅଫିସ କାମରେ ହାଜିରା ଦେଇ ଦୁଇ ମିନିଟରେ ଚାଲିଯାଉଥିଲେ। ଦରମା ନେଇ ଅଫିସରେ କାମ କରୁନଥିଲେ ।

Advertisment

ସେ କାହିଁକି ଏପରି କରୁଥିଲେ ତାହା ଜଣାପଡିନାହିଁ । କିନ୍ତୁ କିଛି ଦିନ କାମରେ ଠକିବା ପରେ ତାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା । ତେଣୁ ସେ ଆଙ୍ଗୁଠିରେ ହାଜିରା ଦେଇ ଚାଲିଯାଉଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୫୬ ବର୍ଷୀୟ ଲୁସିଆନୋ ଗାସ୍ପାର ଦାରୁଙ୍କ ବିଷୟରେ ଏହି ତଦନ୍ତ କରାଯାଉଛି । ସେ ପରାନାର ପୋଣ୍ଟା ଗ୍ରୋସାରେ ମ୍ୟୁନିସିପାଲ ଫାଇନାନ୍ସ ବିଭାଗରେ ଆଡମିନିଷ୍ଟ୍ରେଟିଭ ଟେକନିସିଆନ ଭାବେ କାର୍ଯ୍ୟ କରୁଥିଲେ। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଦାରୁ ନିୟମିତ ଭାବେ ସିଟି ହଲରେ ସର୍ଟସ ଏବଂ ଫ୍ଲିପ-ଫ୍ଲପ ପିନ୍ଧି ପହଞ୍ଚୁଥିଲେ । କାମରେ ହାଜିରା ଦେଉଥିଲେ ଏବଂ ଅଳ୍ପ ସମୟ ପରେ ଚାଲିଯାଉଥିଲେ।

Advertisment

ଚଳିତ ବର୍ଷ ମାର୍ଚ୍ଚ ମାସରେ ସିସିଟିଭି ଫୁଟେଜରେ ଏପରି ଏକ ଘଟଣା ରେକର୍ଡ ହୋଇଥିଲା । ଦାରୁ ଅଫିସରେ ପ୍ରବେଶ କରି ମାତ୍ର ଏକ ମିନିଟ ୧୫ ସେକେଣ୍ଡ ପରେ ଚାଲିଯାଇଥିଲେ। ସେ ପ୍ରତିଦିନ ପୁଣି ଫେରି ଆସି ତାଙ୍କ ଯିବା ସମୟ ପକାଉଥିଲେ । ଯାହା ଦ୍ୱାରା ଦେଖାଯାଉଥିଲା ଯେ ସେ ପୂର୍ଣ୍ଣ ସମୟ କାମ କରିଛନ୍ତି । ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଏହି ରୁଟିନ ଅଗଷ୍ଟ ୨୦୨୩ରୁ ଜୁନ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା, । ଦାରୁ ପ୍ରକୃତରେ କୌଣସି କାମ ନକରି ପ୍ରତି ମାସରେ ତାଙ୍କର ପୂରା ଦରମା ପାଉଥିଲେ। ତାଙ୍କର ଚଳିବାରେ କୌଣସି ଅସୁବିଧା ନଥିଲା ।

ତାଙ୍କ ପୋଷାକ ଏବଂ ଅଳ୍ପ ସମୟ ପାଇଁ ଉପସ୍ଥିତି ଦେଖି ସହକର୍ମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ପରେ ଘଟଣା ପଦାକୁ ଆସିଥିଲା । ସେମାନେ ଲକ୍ଷ୍ୟ କରିଥିଲେ ଯେ ଦାରୁ ନିୟମିତ ଭାବେ ଫ୍ଲିପ-ଫ୍ଲପ ଏବଂ ସର୍ଟସ ପିନ୍ଧି ଆସୁଥିଲେ। ପରେ ଏହି କଥା କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିଥିଲା । ଏହା ପରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ତଦନ୍ତ ଆରମ୍ଭ ହୋଇଥିଲା । ଜୁଲାଇ ୧୫ ତାରିଖରେ ପୋଲିସ ବିଭାଗ ମୁଖ୍ୟ ଡେରିକ ଡି ମୌରା ଜର୍ଜ ସ୍ପଷ୍ଟ କଲେ ଯେ ଦାରୁଙ୍କ ବିରୁଦ୍ଧରେ କେଶ୍ ରୁଜୁ ହୋଇଛି । କାମ ନକରି ସେ ଅର୍ଥ ନେଉଥିବାର ପୋଲିସ ସ୍ପଷ୍ଟ କରିଛି । ନିଜେ ଅଭିଯୁକ୍ତ ଦାରୁ ମଧ୍ୟ ଏହାକୁ ସ୍ୱୀକାର କରିଥିବା ସେ କହିଛନ୍ତି । ଏହି ଠକାମୀ ପାଇଁ ଦାରୁ ଏବେ ଫସିଯାଇଛନ୍ତି । ସେ ଉପସ୍ଥିତ ଥିବାର ଦେଖାଇ ସରକାରଙ୍କ ଠାରୁ ପ୍ରତି ମାସରେ ଅର୍ଥ ନେଇ ଚାଲୁଥିଲେ ।

ଏହି ଅପରାଧରେ ତାଙ୍କୁ ଦୁଇରୁ ୧୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜରିମାନା ହୋଇପାରେ ବୋଲି ପୋଲିସ କହିଛି । । ଦାରୁକୁ ପୋଲିସ୍ ଏହି ଘଟଣା ବିଷୟରେ ପଚରାଉଚରା କରିଛି । କାମ ନକରି ଦରମା ନେବା ଅକ୍ଷମଣୀୟ ଅପରାଧ ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ୧୪ ଦିନ ଟ୍ରାକ କରିବା ପରେ ଧରାପଡିଲା ମୁସା, ଏନକାଉଣ୍ଟର କରିଦେଲା ସେନା

Brazil Employees
Advertisment
Advertisment