• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡୋନାଲ୍ଡ ଟ୍ରମ୍ପଙ୍କ ଦୁଃଖ ବୁଝିଲେ ଟେସଲା ସିଇଓ । ପୁଣି ଟ୍ୱିଟରରେ ସକ୍ରିୟ ରହିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟ୍ୱିଟର ପକ୍ଷରୁ ଲଗାଯାଇଥିବା ସ୍ଥାୟୀ ପ୍ରତିବନ୍ଧକ ପ୍ରତ୍ୟାହାର କରିବେ ବୋଲି ଏଲୋନ୍ ମସ୍କ ଘୋଷଣା କରିଛନ୍ତି । ଟ୍ୱିଟରର ଅଧିଗ୍ରହଣ ଯୋଜନା କାର୍ଯ୍ୟକାରୀ କରୁଥିବା ଏଲୋନ୍ ମସ୍କ ଭିଡିଓ କନଫରେନ୍ସ ମାଧ୍ୟମରେ କାରର ଭବିଷ୍ୟତକୁ ନେଇ ଆୟୋଜିତ ହୋଇଥିବା ଏକ ସମ୍ମିଳନୀକୁ ସମ୍ବୋଧିତ କରୁଥିବାବେଳେ ଏଭଳି କହିଛନ୍ତି ।

କ’ଣ କହିଲେ ମସ୍କ ?

ଟ୍ରମ୍ପଙ୍କ ଉପରେ ଟ୍ୱିଟର ଲଗାଇଥିବା ନିଷେଧାଦେଶ ନୈତିକତା ଦୃଷ୍ଟିରୁ ଭୁଲ ନିଷ୍ପତ୍ତି । ସୋସିଆଲ ମିଡିଆ କମ୍ପାନୀର ଏପରି ନିଷ୍ପତ୍ତି ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ ବୋଲି ସେ କହିଛନ୍ତି । ଟ୍ୱିଟର ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ବିରଳ ପରିସ୍ଥିତିରେ ହେବା ଉଚିତ । ଏହା ନିଶ୍ଚିତ ରୂପେ ଏକ ଭୁଲ ନିଷ୍ପତ୍ତି ଥିଲା । କେବଳ ଏହି କାରଣ ପାଇଁ ଦେଶର ଏକ ବଡ଼ ଅଂଶ ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲା । ସ୍ଥାୟୀ ନିଷେଧାଦେଶ ଟ୍ୱିଟରରେ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଛି ।

କୌଣସି ବ୍ୟକ୍ତି ଉପରେ ଭୁଲ ଟୁଇଟ୍ କଲେ ସେଗୁଡିକ ହଟାଇ ଦିଆଯିବା ଆବଶ୍ୟକ କିମ୍ବା ହାଇଡ୍ କରିଦେବା ଉଚିତ୍ । କୌଣସି କାରଣ ପାଇଁ ଅସ୍ଥାୟୀ ନିଲମ୍ବନ ଉପଯୁକ୍ତ, କିନ୍ତୁ ସ୍ଥାୟୀ ପ୍ରତିବନ୍ଧକ ନିଷ୍ପତ୍ତି ଠିକ୍ ନୁହେଁ ।"

ଗତ ସପ୍ତାହରେ ଏଲୋନ୍‌ ମସ୍କ ଏକ ରିପୋର୍ଟକୁ ଅସ୍ୱୀକାର କରିଥିଲେ, ଯେଉଁଥିରେ କୁହାଯାଇଥିଲା ଟ୍ରମ୍ପ ତାଙ୍କୁ ଟ୍ୱିଟର କିଣିବାକୁ ଉତ୍ସାହିତ କରିଥିଲେ । ପୂର୍ବତନ ରାଷ୍ଟ୍ରପତିଙ୍କ ସହ ତାଙ୍କର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ନାହିଁ ବୋଲି ସେ ଟ୍ୱିଟ୍‌ କରି ସ୍ପଷ୍ଟ କରିଥିଲେ ।

ସୂଚନାଯୋଗ୍ୟ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଜାନୁଆରୀ ୬ରେ ଆମେରିକାର ରାଜଧାନୀରେ ହୋଇଥିବା ଦଙ୍ଗା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିବାର ଟ୍ୱିଟକୁ ଦାୟୀ କରାଯାଇଥିଲା । ଏଥିପାଇଁ ହଂସା ସୃଷ୍ଟି ହୋଇପାରେ ଚିନ୍ତାକରି ଟ୍ୱିଟର ତୁରନ୍ତ ୮୮ ମିଲିୟନ ଫଲୋଅର୍ସ ଥିବା ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବରେ ନିଷିଦ୍ଧ କରିଥିଲା ।

ତେବେ ବର୍ତ୍ତମାନ ପାଇଁ ଟେସଲା ତତା ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ କିଣିଛନ୍ତି । ସେବେଠାରୁ ଟ୍ରମ୍ପଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଥିଲା । ଯାହା ଉପରେ ବର୍ତ୍ତମାନ ଏଲୋନ୍ ମସ୍କ ମୋହର ଲଗାଇଛନ୍ତି ।