/odishatv-khabar/media/post_attachments/uploadimage/library/16_9/16_9_0/Elon_Musk_1661414122.jpg)
Elon Musk
ଏଲନ୍ ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍ ଗ୍ୱେନ୍ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗ୍ୱେନ୍ ଏବଂ ମସ୍କ ପେନସିଲଭାନିଆ ୟୁନିଭରସିଟିରେ ପଢ଼ୁଥିବା ବେଳେ ପରସ୍ପରକୁ ଡେଟ୍ କରୁଥିଲେ । ସେହି ଡେଟ୍ ବେଳର କିଛି ଫଟୋକୁ ଗ୍ୱେନ୍ ନିଜ ସାବତ ପୁଅର ପାଠପଢ଼ା ପାଇଁ ନିଲାମ କରୁଥିବାର କହିଛନ୍ତି ।
ସୂଚନା ମୁତାବକ ମସ୍କ ଓ ଗ୍ୱେନ୍ଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା, ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଓ ଡେଟ୍ କରୁଥିଲେ । ଭଲ ପାଇବାର ବର୍ଷଟେ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଗ୍ୱେନ୍ ନିଲାମ ପାଇଁ ରଖିଥିବା ଫଟୋରେ ମସ୍କ ତାଙ୍କ ସହିତ ଫଟୋ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି । ତାଛଡ଼ା କଲେଜ କ୍ୟାମ୍ପସରେ ସାଙ୍ଗମାନଙ୍କ ସହିତ ମଜା କରୁଥିବା, କମ୍ପ୍ୟୁଟରରେ କାମ କରୁଥିବା ଏବଂ ତାଙ୍କ କୋଠରୀରେ ଶୋଇଥିବାର ଫଟୋ ମଧ୍ୟ ରହିଛି । ଫଟୋ ଗୁଡ଼ିକ RR ୱେବସାଇଟରେ କିଣିବା ପାଇଁ ଉପଲବ୍ଧ କରାଯାଇଛି ଏବଂ ଏହି ଫଟୋଗୁଡ଼ିକ ପାଇଁ ସର୍ବନିମ୍ନ ବିଡ୍ ୧୦୦ ଡଲାରରୁ ଆରମ୍ଭ ହୋଇଛି ।
ଗ୍ୱେନ୍ ମସ୍କଙ୍କ ଥିବା ସମ୍ପର୍କ ବିଷୟରେ କହିଛନ୍ତି ଯେ, ମସ୍କଙ୍କ ସହ ଥିବା ସମ୍ପର୍କ ମଧରୁ ଥିଲା କିନ୍ତୁ ଭଲ ପାଇବାରେ ନିବିଡ଼ତା ନଥିଲା । ୧୯୯୫ ରେ ଯେତେବେଳେ ମସ୍କ ପାଲୋ ଆଲ୍ଟୋକୁ ଚାଲିଗଲେ, ସେତେବେଳେ ହିଁ ତାଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା । ମସ୍କ ସେଠାରେ ତାଙ୍କର ପ୍ରଥମ ପତ୍ନୀ ଜଷ୍ଟିନ ୱିଲସନଙ୍କୁ ଡେଟ କରିବା ଆରମ୍ଭ କରିଥିଲେ ।
ଗ୍ୱେନ୍ ଆହୁରି କହିଛନ୍ତି ଯେ, ‘୧୯୯୪ ରେ ଆମେ ପରସ୍ପର ଦୁହିଁଙ୍କ ପ୍ରେମରେ ପଡ଼ିଥିଲୁ, ସେ କଲେଜରେ ମୋ ସିନିୟର ଥିଲେ । ଆମେ ଏକା ହଷ୍ଟେଲରେ ରହୁଥିଲୁ ଏବଂ ଏକାଠି କାମ ମଧ୍ୟ କରୁଥିଲୁ । ମସ୍କ ସେତେବେଳେ ନିଜ ପାଠପଢ଼ା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ସେ ସବୁବେଳେ ଇଲେକ୍ଟ୍ରିକ କାର୍ ବିଷୟରେ ଆଲୋଚନା କରୁଥିଲେ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)